Advertisment

୧୯ ବର୍ଷ ତଳେ ଅତିକ ଅହମଦ ଏନକାଉଣ୍ଟର ସମ୍ପର୍କରେ ଦେଇଥିବା ବୟାନ ‍ଭାଇରାଲ୍‌

୨୦୦୪ ଲୋକସଭା ନିର୍ବାଚନ ବେଳେ ଅତିକ ଅହମଦ ଫୁଲପୁର ଆସନରୁ ଲଢ଼ିଥିଲେ। ସେ ବିଜୟ ମଧ୍ୟ ହୋଇଥିଲେ।

Atiq

Atiq

Advertisment

ଏନକାଉଣ୍ଟର ହେବ। ପୁଲିସ ମାରିବ, ନହେଲେ ଆମ ଅପରାଧ ଜଗତର କେହି ମାରିବେ। ରାସ୍ତା କଡ଼ରେ ପଡ଼ିଥିବା ଅବସ୍ଥାରେ ମିଳିବ। ୩ ଯୁବକଙ୍କ ଆଖିବୁଜା ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦ ଦୀର୍ଘ ୧୯ ବର୍ଷ ଅର୍ଥାତ ୨୦୦୪ରେ ସାମ୍ବାଦିକମାନଙ୍କୁ ହସିହସି ଏମିତି କହିଥିଲେ।

Advertisment

ତାଙ୍କର ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ସତକୁ ସତ ୩ ଜଣ ଯୁବକ ସାମ୍ବାଦିକ ବେଶରେ ଆସି ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ସର୍ବସମ୍ମୁଖରେ ଗୁଳିମାରି ହତ୍ୟା କରିଛନ୍ତି। ରାସ୍ତା ଉପରେ ହିଁ ଅତିକଙ୍କ ମୃତ୍ୟୁ ଦେହ ମିଳିଛି।

୨୦୦୪ ଲୋକସଭା ନିର୍ବାଚନ ବେଳେ ଅତିକ ଅହମଦ ଫୁଲପୁର ଆସନରୁ ଲଢ଼ିଥିଲେ। ସେ ବିଜୟ ମଧ୍ୟ ହୋଇଥିଲେ। ନିଜର ପ୍ରଚାର ସମୟରେ ସେ ସାମ୍ବାଦିକମାନଙ୍କୁ ଏନକାଉଣ୍ଟର ସମ୍ପର୍କରେ ମତ ରଖିଥିଲେ।

Advertisment

ଅତିକ ଅପରାଧ ଜଗତରୁ ଆସି ନେତା ହୋଇଥିଲେ। ନେତା ଭାବେ ସେ ସାମ୍ବାଦିକମାନଙ୍କୁ ନିଜର ପ୍ରତିକ୍ରିୟା ରଖନ୍ତି। ସେ ଆହ୍ଲାବାଦ ସିଟିର ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ମଧ୍ୟ ହୋଇଛନ୍ତି। ଏହି ସମୟରେ ସେ ସାମ୍ବାଦିକମାନଙ୍କୁ ନିଜର ଅପରାଧ ଜଗତ ସମ୍ପର୍କରେ ହସିହସି ସୂଚନା ଦେଇଥିଲା।

ସେ କହିଥିଲେ, “ସମସ୍ତଙ୍କୁ ଜଣା ଅଛି ଯେ ପରିଣାମ କ’ଣ ହେବ। କେତେବେଳ ଯାଏ ଏସବୁ ଅଟକା ଯାଇ ପାରିବ? ଏ ସବୁ(ନିର୍ବାଚନ ଲଢ଼ିବା) କେବଳ ସବୁ କିଛିକୁ ବିଳମ୍ବ କରିବା ପାଇଁ ଓ ଏଥିରୁ ବର୍ତ୍ତିବା ପାଇଁ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅତିକ ଫୁଲପୁର ଆସନରୁ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ଗୋଟିଏ ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ମଧ୍ୟ ଲୋକସଭାକୁ ଯାଇଥିଲେ। ଅତିକ ଏ ସମ୍ପର୍କରେ କହିଥିଲେ ଯେ “ପଣ୍ଡିତଜୀଙ୍କ ଭଳି ମୁଁ ମଧ୍ୟ ନୈନି ଜେଲରେ ରହିଛି। ସେ ବହି ଲେଖୁଥିଲେ। ମୋତେ ନିଜର ପେଶାଗତ ଅପରାଧ ପାଇଁ ଜେଲ ଯିବାକୁ ପଡ଼ିଥିଲା।”

ଉମେଶ ପାଲ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇଙ୍କୁ ଗତକାଲି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଗୋଟିଏ ହସ୍ପିଟାଲକୁ ନିଆଯାଉଥିଲା। ପୁଲିସ୍‌ ସୁରକ୍ଷାବଳୟରେ ଉଭୟ ହସ୍ପିଟାଲ ଯାଉଥିବା ବେଳେ ୩ ଜଣ ଯୁବକ ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ।

Uttar Pradesh Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe