Advertisment

ଏନ୍‌କାଉଣ୍ଟର, ଟଳିଲେ ୩ ନକ୍ସଲ

ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।

ଅଦ୍ୟତନ ହୋଇଛି
Naxal Dead

Naxal Dead

Advertisment

ସେନାକୁ ମିଳିଲା ବଡ଼ ସଫଳତା। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ସକାଳୁ ସୈନିକ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏଥିରେ ସେନା ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ନକ୍ସଲମାନଙ୍କ ନିକଟରୁ ଅଟୋମେଟିକ୍‌ ହତିଆର ମଧ୍ୟ ଜବତ ହୋଇଛି।

Advertisment

ଭୋପାଳପାଟନମ୍‌ର ମ୍ୟାଡେଡ୍ ଅଞ୍ଚଳରେ କୋରାନଜେଡ୍ ବାନ୍ଦେପାରା ଜଙ୍ଗଲରେ ଆଜି ସକାଳୁ ନକ୍ସଲ ଓ ସୁରକ୍ଷାବାହୀନି ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅଧିକାରୀଙ୍କ ମୁତାବକ, ଏହି ଗୁଳି ବିନିମୟ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଟିମ୍‌ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିଲେ।

ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଳମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏହାପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି। ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

Advertisment

କହିରଖୁ ଯେ, ଗତ ମଙ୍ଗଳବାର ବିଜାପୁରରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା IED ବିସ୍ଫୋରଣରେ ଆଠ ଜଣ ଯବାନ ସହିଦ ହୋଇଥିଲେ। ଏହା ପରେ ନକ୍ସଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆହୁରି ତୀବ୍ର ହୋଇଥିଲା।

Chhattisgarh Encounter Naxal Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe