Advertisment

ଅମିତ ଶାହଙ୍କ ବଡ଼ ଘୋଷଣା: ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ

କେନ୍ଦ୍ର ସରକାର ମଧ୍ୟ ଗୋଟିଏ ନୂଆ ଆତ୍ମସମର୍ପଣ ନୀତି ଆସନ୍ତା ୨ ମାସ ମଧ୍ୟରେ ଆଣିବେ ବୋଲି ଅମିତ ଶାହ କହିଛନ୍ତି।

author-image
Hemant Lenka
Naxal

Naxal

ନକ୍ସଲଙ୍କ ବିରୋଧରେ ଆର୍‌ପାର୍‌ ଲଢ଼େଇ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସଜବାଜ। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି ଆଜି ସେ ଟାର୍ଗେଟ ସେଟ କରିଛନ୍ତି। ତାଙ୍କ କହିବା କଥା ଯେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ ସବୁଠୁ ବଡ଼ ବିପଦ। ତେଣୁ ସେମାନଙ୍କ ମୂଳପୋଛ ହେବା ଜରୁରୀ। ଏହି ଗ୍ରୁପ ବିରୋଧରେ ଶେଷ ପ୍ରହାର ପାଇଁ ଗୋଟିଏ ଶକ୍ତିଶାଳୀ ଓ କଠୋର ରଣନୀତି ଆବଶ୍ୟକ ବୋଲି ଶ୍ରୀ ଶାହ କହିଛନ୍ତି।

Advertisment

ଛତିଶଗଡ଼ରରେ ଥିବା ଅମିତ ଶାହ ଆଜି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀରଙ୍କ ସହ ରାଜ୍ୟରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ ଗୋଟିଏ ନୂଆ ଆତ୍ମସମର୍ପଣ ନୀତି ଆସନ୍ତା ୨ ମାସ ମଧ୍ୟରେ ଆଣିବେ ବୋଲି ଅମିତ ଶାହ କହିଛନ୍ତି।

ସେ କହିଛନ୍ତି, “ମାଓବାଦୀଙ୍କ ବିରୋଧରେ ଶେଷ ପ୍ରହାର ପାଇଁ ଗୋଟିଏ ଶକ୍ତିଶାଳୀ ଓ କଠୋର ରଣନୀତି ଆବଶ୍ୟକ। ମାଓବାଦୀ ହିଂସା ଗଣତନ୍ତ୍ର ପାଇଁ ଗୋଟିଏ ଚ୍ୟାଲେଞ୍ଜ। ମାଓବାଦୀ ହିଂସା ଯୋଗୁ ଦେଶରେ ୧୭ ହଜାର ଲୋକଙ୍କ ଜୀବନ ଯାଇଛି।”

Advertisment

ଗତବର୍ଷ ଡିସେମ୍ବରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ନିଶ୍ଚିତ କରିଥିଲେ ଯେ ଦେଶରୁ ନକ୍ସଲବାଦର ମୂଳପୋଛ କରିବାର ଅତି ନିକଟରେ ଆମେ ପହଞ୍ଚି ଯାଉଛି। ବିଏସ୍‌ଏଫର ୫୯ମ ରାଇଜିଂ ଦିବସରେ ସେ କହିଥିଲେ ଯେ “ବିଗତ ୧୦ ବର୍ଷ ମଧ୍ୟରେ ମାଓବାଦୀ ହିଂସା ପ୍ରାୟ ୫୨% ହ୍ରାସ ପାଇଛି। ଏହି ଘଟଣାରେ ମୃତ୍ୟୁସଂଖ୍ୟା ୭୦% କିମିଛି। ନକ୍ସଲ ପ୍ରଭାବିତ ଜିଲ୍ଲା ୯୦ରୁ ୪୫କୁ ଆସିଛି।”

ଆଜି ସାମ୍ବାଦିକ ସମ୍ମିଳନରେ ପୁରୁଣା କଥାକୁ ଅମିତ ଶାହ ଦୋହରାଇଛନ୍ତି। ତାଙ୍କ କହିବା କଥା ଯେ ୨୦୦୪ରୁ ୨୦୧୪ ତୁଳନାରେ ୨୦୧୪ରୁ ୨୦୨୪ ମଧ୍ୟରେ ମାଓବାଦୀ ହିଂସା ଘଟଣା ୫୩% ହ୍ରାସ ପାଇଛି। ଏବେ ମାଓବାଦୀ ସମସ୍ୟା ବିରୋଧରେ ଶେଷ ଲଢ଼େଇର ସମୟ ଆସି ଯାଇଛି। ଆମର ବିଶ୍ୱାସ ଯେ ଆମେ ଦେଶକୁ ମାଓବାଦୀ ମୁକ୍ତ କରିପାରିବୁ। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ।

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଖାଲି ପଡ଼ିଥିବା ସୁରକ୍ଷାକର୍ମୀଙ୍କ ସ୍ଥାନ ପୂରଣ ପାଇଁ ପ୍ରୟାସ ଚାଲିଛି। ବିକାଶମୂଳକ କାର୍ଯ୍ୟ ସହ ସୁରକ୍ଷାକର୍ମୀମାନେ ଅପରେସନ ଜାରି ରଖିଛନ୍ତି। ରାଜ୍ୟ ବ୍ୟତୀତ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ଏନଆଇ ଓ ଇଡି ମିଳିତ ଭାବେ ଦେଶରୁ ମାଓବାଦକୁ ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି।

Naxal Amit Shah Naxal Activities