ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)
ଶକ୍ତି କ୍ଷେତ୍ରର ଅସ୍ଥିର ପରିସ୍ଥିତି ମଧ୍ୟରେ ଭାରତୀୟ ଗ୍ରାହକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ହେଉଛି ଭାରତ ନିରନ୍ତର ପ୍ରାଥମିକତା। ଭାରତ ଠାରୁ ରୁଷ ଆଦୌ ତେଲ କିଣିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କୁ ପ୍ରତିଶ୍ରୁତି ଦେଇଥିବା ଦାବି ଉପରେ ନୂଆଦିଲ୍ଲୀ ପକ୍ଷରୁ ଏମିତି ଜବାବ ରଖାଯାଇଛି। ରୁଷ ଠାରୁ ଭାରତ ତେଲ କିଣିବ ନାହିଁ ବୋଲି ମୋଦି(PM Modi) ପ୍ରତିଶ୍ରୁତି ଦେଇଥିବା ଟ୍ରମ୍ପ ଦାବି କରିଥିଲେ।
ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, “ତେଲ ଓ ଗ୍ୟାସ ଆମଦାନୀରେ ଭାରତ ଗୋଟିଏ ପ୍ରମୁଖ ରାଷ୍ଟ୍ର। ଗୋଟିଏ ଅସ୍ଥିର ଶକ୍ତି ସଙ୍କଟ ପରିସ୍ଥିତିରେ ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ହେଉଛି ଆମର ପ୍ରାଥମିକତାର। ଆମର ଆମଦାନୀ ନୀତି ସଂପୂର୍ଣ୍ଣ ଭାବେ ଏହା ଦ୍ୱାରା ପରିଚାଳିତ।
ସ୍ଥିର ଶକ୍ତି ମୂଲ୍ୟ ଓ ସୁରକ୍ଷିତ ସପ୍ଲାଏକୁ ସୁନିଶ୍ଚିତ କରିବା ଆମ ଶକ୍ତି ନୀତିର ଦୁଇ ପ୍ରମୁଖ ଲକ୍ଷ୍ୟ। ଶକ୍ତିର ଉତ୍ସ ଓ ମାର୍କେଟ ସର୍ତ୍ତକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଥାଉ। ଆମେରିକାର ପ୍ରଶ୍ନକୁ ବିଚାରକୁ ନେଲେ, ଆମେ ଅନେକ ବର୍ଷ ହେଲା ଆମର ଶକ୍ତି କ୍ରୟର ଉତ୍ସକୁ ଆମେରିକାର ସହ ବିସ୍ତାର କରିବା ପ୍ରୟାସରେ ରହିଛୁ। ଗୋଟିଏ ଦଶନ୍ଧି ମଧ୍ୟରେ ଏଥିରେ ଅନେକ ପ୍ରଗତୀ ହୋଇଛି। ବର୍ତ୍ତମାନର ପ୍ରଶାସନ(ଟ୍ରମ୍ପ ପ୍ରଶାସନ) ଭାରତ ସହିତ ଶକ୍ତି ସହଯୋଗ ସମ୍ପର୍କକୁ ଅଧିକ ଦୃଢ଼ କରିବାର ଇଚ୍ଛା ଶକ୍ତି ଦେଖାଇଛନ୍ତି। ଏହା ଉପରେ ଆଲୋଚନା ଜାରି ରହିଛି।”
ଏପରି ବିବୃତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଥିଲେ ଯେ ରୁଷ ଠାରୁ ଭାରତ ତେଲ କିଣିବା ବନ୍ଦ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଥିଲେ, “ସେ(ମୋଦି) ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଯେ ରୁଷ ଠାରୁ ତେଲ କିଣିବେ ନାହିଁ। ସେ ତତ୍କାଳ ଭାବେ ଏହା କରିପାରିବେ ନାହିଁ। ଏଥିପାଇଁ କିଛି ପ୍ରକ୍ରିୟା ରହିଛି। କିନ୍ତୁ ଏହି ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବାକୁ ଯାଉଛି।”
ୟୁକ୍ରେନ ସହ ରୁଷ(Russia)ର ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ପଶ୍ଚିମ ଦେଶ ବିଶେଷ କରି ଆମେରିକା ପକ୍ଷରୁ ମସ୍କୋ ଠାରୁ ଭାରତର ତେଲ କିଣା ନୀତିକୁ ବିରୋଧ କରାଯାଉଛି। ତେବେ ଭାରତ ଶାସ୍ତାରେ ରୁଷ ଠାରୁ ତେଲ ପାଉଥିବାରୁ ଏହାକୁ କିଣିବା ବନ୍ଦ କରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/16/pm-modi-2025-10-16-13-46-08.jpg)