Advertisment

ଶେଖ ଶାହଜାହାଁଙ୍କ ଇଟା ଭାଟି ସମେତ ୪ଟି ସ୍ଥାନରେ ଇଡିର ଚଢାଉ

ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ସନ୍ଦେଶଖାଲିରେ ଥିବା ଶାହଜାହାଁଙ୍କ ଏକାଧିକ ସମ୍ପତ୍ତି ଉପରେ ଚଢାଉ କରିଛି।

author-image
Debibandita Barick
Sheikh Shahjahan File Photo

Sheikh Shahjahan File Photo

ଟିଏମସି ନେତା ଶେଖ ଶାହଜାହାଁଙ୍କ ଗିରଫଦାରୀ ପରେ ଏବେ ଚଢାଉ ଆରମ୍ଭ କରିଛି ଇଡି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ସନ୍ଦେଶଖାଲିରେ ଥିବା ଶାହଜାହାଁଙ୍କ ଏକାଧିକ ସମ୍ପତ୍ତି ଉପରେ ଚଢାଉ କରିଛି। 

Advertisment

ସୂଚନା ଅନୁସାରେ, ଇଡି ଏକ ସାଙ୍ଗାରେ ଶାହଜାହାଁଙ୍କ ଇଟା ଭାଟି ସମେତ ଚାରିଟି ସ୍ଥାନରେ ଚଢାଉ କରିଛି। ସନ୍ଦେଶଖାଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଶାହାଜାହାନ ଜମି ଦଖଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥ ହେରଫେର ନିବାରଣ ଅଧିନିୟମ, ୨୦୦୨ ଅନୁସାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସନ୍ଦେଶଖାଲିରେ ତାଙ୍କ ନାମରେ ଥିବା ଚାରିଟି ସ୍ଥାନରେ ଚଢାଉ କରିବା ସହ ଶାହଜାହାଁଙ୍କ କେତେକ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରୁଛି ଇଡି। ପ୍ରକାଶ ଥାଉ କି, ଟିଏମସି ନେତା ଶାହଜାହାଁ କିଛି ଦିନ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି। ନିକଟରେ ସିବିଆଇ ମଧ୍ୟ ତାଙ୍କ ଘର ଉପରେ ଚଢାଉ କରିଥିଲା। 

Advertisment

ଶାହଜାହାଁ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ଜମି ହଡପ କରିଥିବା ଅଭିଯୋଗ ରହିଛି। ଦୀର୍ଘ ଚାରି ବର୍ଷ ହେବ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା ପୁଲିସ। ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫେବ୍ରୁଆରୀ ୨୯ରେ ଶାହଜାହାଁଙ୍କୁ ଗିରଫ କରିଥିଲା ପୁଲିସ। ଏସବୁ ମାମଲା ପରେ ଟିଏମସି ତାଙ୍କୁ ଦଳରୁ ନିଲମ୍ବିତ କରିଛି। 

ED Raid Enforcement Directorate Sandeshkhali Case Sheikh Shahjahan