Advertisment

ଚାକିରି ଦୁର୍ନୀତି ମାମଲା; ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରେ ପଶିଲା ଇଡି

ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ଆଜି ସକାଳୁ ସକାଳୁ ଇଡି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।

author-image
Niharika Rout
 Sujit Bose

Sujit Bose

ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ଆଜି ସକାଳୁ ସକାଳୁ ଇଡି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ମନ୍ତ୍ରୀଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ।

Advertisment

ଆଜି ସକାଳୁ ସକାଳୁ ଇଡି ସୁଜିତ ବୋଷଙ୍କ ଘରେ ପଶିଛି। ଇଡି ସୁଜିତଙ୍କ ୨ଟି ଘର ସମେତ ଟିଏମସି ବିଧାୟକ ତାପସ ରୟଙ୍କ ଘର ଓ ମ୍ୟୁନିସିପାଲିଟିର ପୂର୍ବତନ ଭାଇସ ଚେୟାରମ୍ୟାନଙ୍କ ଘରେ ପଶିଛି।

ପଶ୍ଚିମବଙ୍ଗରେ ଚାକିରି ଦୁର୍ନୀତି ମାମଲା ସାମନାକୁ ଆସିବା ପରେ ଗତ ଏପ୍ରିଲ ମାସରେ ହାଇକୋର୍ଟ ସିବିଆଇ ତଦନତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସିବିଆଇ ଓ ଇଡି ଏହି ମାମଲାକୁ ନେଇ ତନାଘନା ଚଳାଇଛନ୍ତି।

Advertisment

ସିବିଆଇକୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଗତ ଅଗଷ୍ଟରେ ଟିଏମସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ।

ଏହାପରେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗତ ଅକ୍ଟୋବରରେ ଇଡି ପଶ୍ଚିମବଙ୍ଗର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରତିନ ଘୋଷଙ୍କ ଘରେ ଚଢ଼ାଉ କରିଥିଲା।

ED Raid West Bengal