Advertisment

୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧୦ କୋଟି ଟଙ୍କା

ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର।

author-image
Hemant Lenka
Digital arrest

Digital arrest

ସାଇବର ଠକେଇର ନୂଆ ଫଣ୍ଡା ଏବେ ଡିଜିଟାଲ ଆରେଷ୍ଟ ବା ଗିରଫଦାରୀ। ଠକମାନେ ବିଭିନ୍ନ ନିରୀହ ଲୋକଙ୍କୁ ଡିଜିଟାଲ ଆରେଷ୍ଟ ଜାଲରେ ଫସାଇ ସର୍ବସ୍ୱ ଲୁଟି ନେଉଛନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ପୁଣି ସାମ୍ନାକୁ ଆସିଛି।

Advertisment

ଏଥର ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର। ଏହି ବୃଦ୍ଧଙ୍କୁ ସାଇବର ଠକମାନେ ଦୀର୍ଘ ୮ ଘଣ୍ଟା କାଳ ଡିଜିଟାଲ ଆରେଷ୍ଟ ନାଁରେ ଅଟକ ରଖିଥିଲେ। ଏହି ସମୟରେ ସେମାନେ ୧୦ କୋଟି ଟଙ୍କାର ନେଇ ଯାଇଛନ୍ତି।

ଦିଲ୍ଲୀ ଅନ୍ତର୍ଗତ ରୋହିନୀର ସେକ୍ଟର ୧୦ରୁ ଏପରି ଘଟଣା ଘଟିଛି। ବୃଦ୍ଧ ଜଣଙ୍କ ଏଠାରେ ଥିବା ନିଜ ଘରେ ପତ୍ନୀଙ୍କ ସହ ରୁହନ୍ତି। ଏହାର ଫାଇଦା ଉଠାଇ ସାଇବର ଠକମାନେ ବୃଦ୍ଧଙ୍କୁ ତାଙ୍କରି ଘରେ ଡିଜିଟାଲ ଆରେଷ୍ଟ କରି ଏପରି ଠକେଇ କରିଛନ୍ତି। ବୃଦ୍ଧଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ୍‌ର ସାଇବର ସେଲ ଏଫଆଇଆର ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ସାଇବର ସେଲର ଆଇଏଫଏସ୍‌ଓ ୱିଙ୍ଗ ଘଟଣାର ଯାଞ୍ଚ କରୁଛି।

Advertisment

ଯାଞ୍ଚ ବେଳେ ଠକେଇ ହୋଇଥିବା ୧୦ କୋଟିରୁ ପ୍ରାୟ ୬୦ ଲକ୍ଷ ଟଙ୍କାକୁ ଜବତ କରିପାରିଛି। ବାକି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଯାଇଥିବାରୁ ଏହାକୁ ଜବତ କରାଯାଇ ପାରିନାହିଁ।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଠକେଇ ବିଦେଶରୁ କଲ କରିଥିବା ସାଇବର ଠକଙ୍କ ଦ୍ୱାରା ହୋଇଛି। କିନ୍ତୁ ସେମାନଙ୍କ ସହଯୋଗୀ ଭାରତରେ ରହିଛନ୍ତି। ସେମାନେ ହିଁ ଟାର୍ଗେଟ ସମ୍ପର୍କରେ ବିଦେଶରେ ଥିବା ଠକମାନଙ୍କୁ ସୂଚନା ଦେଉଛନ୍ତି। ଗୋଟିଏ ପୁଲିସ୍‌ ଟିମ ଓ ସାଇବର ବିଶେଷଜ୍ଞମାନଙ୍କୁ ଠକେଇ ହୋଇଥିବା ଟଙ୍କାକୁ ଜବତ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ ଦାୟିତ୍ୱ ଦିଆଯାଇଛି।”

ଅଭିଯୋଗ ଅନୁସାରେ, ବୃଦ୍ଧ ଜଣଙ୍କୁ ତାଇୱାନରୁ ଆସିଥିବା ଗୋଟିଏ ପାର୍ସଲ ନାଁରେ କଲ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣଙ୍କ ବୃଦ୍ଧଙ୍କୁ କହିଥିଲେ ଯେ ତାଙ୍କ ନାଁରେ ଆସିଥିବା ପାର୍ସଲକୁ ମୁମ୍ବାଇ ଏୟାରପୋର୍ଟରେ ଠାବ କରାଯାଇଛି। ଏହି ପାର୍ସଲରେ ବ୍ୟାନ ହୋଇଥିବା ଡ୍ରଗ୍ସ ରହିଛି ଓ ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କ ସହ କଥା ହେବେ।

ଏଥିପାଇଁ କଲ କରିଥିବା ବ୍ୟକ୍ତି ଜଣକ ବୃଦ୍ଧଙ୍କୁ ସ୍କାଏପି ଡାଉନଲୋଡ କରି ଭିଡିଓ କଲ କରିବାକୁ କହିଥିଲା। ଭିଡିଓ କଲ ବେଳେ ବୃଦ୍ଧଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିଲା। ତାଙ୍କୁ ୮ ଘଣ୍ଟା ଧରି ବସାଇ ରଖାଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନେ ବିଭିନ୍ନ ଆକାଉଣ୍ଟକୁ ୧୦.୩ କୋଟି ଟଙ୍କାର ପଠାଇବାକୁ ବାଧ୍ୟ କରିଥିଲେ।

ପରବର୍ତ୍ତୀ ଅବସ୍ଥାରେ ବୃଦ୍ଧ ଜଣଙ୍କ ନିଜ ପରିବାର ଲୋକଙ୍କ ଏସମ୍ପର୍କରେ ସୂଚନା ଦେଇଥିଲେ। ବୃଦ୍ଧଙ୍କ ପରିବାର ଲୋକ ଅକ୍ଟୋବର ପ୍ରଥମ ସପ୍ତାହରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅଭିଯୁକ୍ତମାନେ ବୃଦ୍ଧଙ୍କ ପୁର ଦୁବାଇରେ ଓ ଝିଅ ସିଙ୍ଗାପୁରରେ କାମ କରୁଥିବା ମଧ୍ୟ ଜାଣିଥିଲେ। ଏଥିପାଇଁ ସେମାନଙ୍କ ନାଁରେ ମଧ୍ୟ ଅଭିଯୁକ୍ତମାନେ ବୃଦ୍ଧଙ୍କୁ ଧମକ ଦେଇଥିଲେ। ବୃଦ୍ଧ ଜଣଙ୍କ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ନିକଟରେ ଅବସର ନେଇଥିଲେ।

Cyber Attack Cyber Crime Cyber Fraud Digital Arrest