Advertisment

କଂଗ୍ରେସ ନା ବିଜେପି, କାହା ସହ ହାତ ମିଳାଇବେ ଇଞ୍ଜିନିୟର ରଶିଦ, ଦେଲେ ଉତ୍ତର

ବାରମୁଲ୍ଲାର ସାଂସଦ ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶଦିଙ୍କ ମତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସିଏ କଂଗ୍ରେସ ନା ବିଜେପି କାହାକୁ ସମର୍ଥନ ଜଣାଇବେ ତାହା ଉପରେ ରଖିଛନ୍ତି ନିଜ ମତ।

ଅଦ୍ୟତନ ହୋଇଛି
engineer-rashid

engineer-rashid

Advertisment

ଜମ୍ମୁ-କଶ୍ମୀରରେ ଆଜି ଆସିବ ନିର୍ବାଚନ ଫଳାଫଳ । କିଏ ବାଜି ମାରିବ, କିଏ ପିନ୍ଧିବ ମୁକୁଟ ତାହା ଆଜି ସ୍ପଷ୍ଟ ହୋଇଯିବ । ନ୍ୟାସନାଲ କନଫରେନ୍ସ ନା ବିଜେପି କିଏ ରାଜ କରିବ ତାହା ଉପରୁ ଆଜି ହଟିବ ପରଦା।

Advertisment

ମାତ୍ର ଏହା ପୂର୍ବରୁ ବାରମୁଲ୍ଲାର ସାଂସଦ ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶଦିଙ୍କ ମତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସିଏ କଂଗ୍ରେସ ନା ବିଜେପି କାହାକୁ ସମର୍ଥନ ଜଣାଇବେ ତାହା ଉପରେ ରଖିଛନ୍ତି ନିଜ ମତ।

 ସେ କହିଛନ୍ତି, ଏଠାରେ ସମସ୍ତେ କ୍ଷମତା ଲୋଭରେ ଅନ୍ଧ । ଯେକୌଣସି ପରିସ୍ଥିତିରେ ବି ସେମାନେ ଗାଦିରେ ବସି ଶାସନ ଡୋରିକୁ ଧରିବାକୁ ଚାହୁଁଛନ୍ତି। ଆଜିଠୁ ପୂର୍ବରୁ ମୋତେ କୌଣସି ରାଜନୈତିକ ଦଳ ପଚାରୁ ନ ଥିବା ବେଳେ ଏବେ ଫଳାଫଳ ବାହାରିବା ପୂର୍ବରୁ କିନ୍ତୁ ସମସ୍ତେ ଯୋଗାଯୋଗ କରୁଛନ୍ତି।

Advertisment

କ’ଣ ଫଳାଫଳ ଆସିବ ତାକୁ ନେଇ ମୁଁ ଚିନ୍ତିତ ନୁହେଁ। କିନ୍ତୁ ଏଠାକାର ଲୋକଙ୍କୁ ମୋଦି କିମ୍ବା ଓମାର ଅବୁଦୁଲ୍ଲାଙ୍କ ସ୍ୱପ୍ନର କଶ୍ମୀର ଦରକାର ନାହିଁ। ସେମାନଙ୍କୁ ଏପରି କଶ୍ମୀର ଦରକାର ଯେଉଁଠି ସେମାନଙ୍କୁ, ସେମାନଙ୍କ ଭାବନାକୁ ପ୍ରାଥମିକତା ଦିଆଯିବ । ମୁଁ ସବୁବେଳେ ଜମ୍ମୁ-କଶ୍ମୀରର ଲୋକଙ୍କ ଭଲ ପାଇଁ ଲଢେଇ କରିଛି।

ଏଥିସହ ସେ କହିଛନ୍ତି, ମୁଁ ଏପରି ଏକ କଶ୍ମୀରର ସ୍ୱପ୍ନ ଦେଖୁଛି, ଯେଉଁଠି ଚାରିଆଡ଼େ କେବଳ ଶାନ୍ତି ବିରାଜମାନ କରିବ । ସମସ୍ତେ ମିଶିକି ରହିବେ । ଲୋକଙ୍କ ସ୍ୱରକୁ ସରକାର ଶୁଣିବେ। ବିପକ୍ଷଙ୍କୁ କ୍ୟାମ୍ପେନ ନିମନ୍ତେ ସାଢେ ୫ ବର୍ଷ ମିଳିଛି କିନ୍ତୁ ଆମକୁ ମାତ୍ର ୧୦-୧୨ ଦିନ ସମୟ ମିଳିଛି। ଲୋକଙ୍କର ଯାହା ବି ଫଇସଲା ହେବ ତାହାକୁ ଆମେ ସ୍ୱୀକାର କରିବୁ । ଜନାଦେଶକୁ ଆମେ ସମ୍ମାନ ଜଣାଇବୁ।

ଟେରର ଫଣ୍ଡିଂ କେସ୍‌ରେ ଗିରଫ ହୋଇ ତିହାର ଜେଲରେ ଥିବା ବାରମୁଲ୍ଲାର ସାଂସଦ ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶଦି ନିର୍ବାଚନ ପୂର୍ବରୁ ମୁକୁଳିଥିଲେ। ଅକ୍ଟୋବର ୨ ଯାଏ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

୨୦୧୯ରୁ ଜେଲରେ ଥିବା ରଶିଦଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା। ୨୦୧୭ ମସିହା ଟେରର ଫଣ୍ଡିଂ ମାମଲାରେ ସେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନ ସେ ଜେଲରେ ଥାଇ ବାରମୁଲ୍ଲାରୁ ଲଢ଼େଇ କରିଥିଲେ। ଏଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାକୁ ହରାଇଥିଲେ।

Jammu Kashmir Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe