Advertisment

ISISକୁ ୩ ଥର ଟଙ୍କା ପଠାଇଥିବା ଇଞ୍ଜିନିୟର ଗିରଫ

ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଉପରେ ବେଶ୍ କିଛି ଦିନ ହେବ ନଜର ରଖିଥିଲା ଏଟିଏସ୍‌।

Arrested

Arrest

Advertisment

ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌କୁ ଟଙ୍କା ପଠାଇଥିବା ଜଣେ ୩୨ ବର୍ଷୀୟ ଇଞ୍ଜିନିୟର ତଥା ବ୍ୟବସାୟୀଙ୍କୁ ମହାରାଷ୍ଟ୍ର ଏଟିଏସ୍‌ (Anti-Terrorism Squad) ଆଜି ଗିରଫ କରିଛି। ତାଙ୍କୁ ନାଶିକରୁ ଗିରଫ କରାଯାଇଛି। ସେ ୩ ଥର ଏହି ଆତଙ୍କବାଦୀ ସଂଗଠନକୁ ଟଙ୍କା ପଠାଇଥିବା ତଦନ୍ତ ବେଳେ ଜଣାପଡ଼ିଥିବା ଜଣେ  ଏଟିଏସ୍‌ ଅଫିସର କହିଛନ୍ତି।

Advertisment

ଗିରଫ ଅଭିଯୁକ୍ତ ଜଣେ ଇମ୍ପୋର୍ଟ-ଏକ୍ସପୋର୍ଟ ବ୍ୟବସାୟୀ। ସେ ନାଶିକରୁ ତାଙ୍କ ବ୍ୟବସାୟ ଚଲାଉଥିଲେ। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍ ସହିତ ଜଡ଼ିତ ଥିବା ଏକ ବିଦେଶୀ ସଂସ୍ଥା ସହିତ ବରାବର ଯୋଗାଯୋଗ ରକ୍ଷା କରୁଥିଲେ ଗିରଫ ଅଭିଯୁକ୍ତ। ତଦନ୍ତ ବେଳେ ଏଟିଏସ୍ ଏ କଥା ଜାଣିବାକୁ ପାଇଥିଲା।

ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଉପରେ ବେଶ୍ କିଛି ଦିନ ହେବ ନଜର ରଖିଥିଲା ଏଟିଏସ୍‌। ଆଜି ତାଙ୍କୁ ଗିରଫ କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରେ ଥିବା ତାଙ୍କର କିଛି ସହଯୋଗୀଙ୍କ ସଂପର୍କରେ ଏଟିଏସ୍ ତଦନ୍ତ ଜାରି ରଖିଛି।

Advertisment

ଗିରଫ ଯୁବକଙ୍କ ଠାରୁ ଏଟିଏସ୍‌ ଏକାଧିକ ମୋବାଇଲ ଫୋନ୍‌, ଏକାଧିକ ସିମ୍ କାର୍ଡ, ଗୋଟିଏ ଲାପଟପ, ଗୋଟିଏ ପେନ୍ ଡ୍ରାଇଭ ଓ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ISIS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe