Advertisment

NTAର ଟ୍ରଙ୍କରୁ ନିଟ୍‌ ପ୍ରଶ୍ନପତ୍ର ଚୋରି କରିଥିବା ଇଞ୍ଜିନିୟର ଗିରଫ

ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିବା ପଙ୍କଜ କୁମାରଙ୍କୁ ପାଟନା ଓ ତାଙ୍କ ସହଯୋଗୀ ରାଜୁ ସିଂହଙ୍କୁ ସିବିଆଇ ଜାମସେଦପୁରରୁ ବାନ୍ଧିଛି।

author-image
Hemant Lenka
NEET

NEET

ନିଟ-ୟୁଜି ପରୀକ୍ଷା କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରି ଲିକ୍‌ କରିଥିବା ଅଭିଯୋଗରେ ଆଜି ସିବିଆଇ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ଏମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଚୋରି କରି ନେଇଥିଲେ। ଏହାପରେ ଏହାକୁ ଭାଇରାଲ କରିଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିବା ପଙ୍କଜ କୁମାରଙ୍କୁ ପାଟନା ଓ ତାଙ୍କ ସହଯୋଗୀ ରାଜୁ ସିଂହଙ୍କୁ ସିବିଆଇ ଜାମସେଦପୁରରୁ ବାନ୍ଧିଛି। କୁମାର ଓରଫ ଆଦିତ୍ୟ ଜଣେ ସିଭିଲ ଇଞ୍ଜିନିୟର। ସେ ଜାମସେଦପୁର ଏନଆଇଟିରୁ ୨୦୧୭ ଡିଗ୍ରୀ ହାସଲ କରିଛନ୍ତି। କୁମାର ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିବା ପରେ ରାଜୁଙ୍କୁ ଦେଇଥିଲେ। ଏହାପରେ ରାଜୁ ଏହାକୁ ବିଭିନ୍ନ ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ ବୋଲି କୁହାଯାଉଛି। 

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରିଥିଲା।

Advertisment

ଏହାପରେ ତଦନ୍ତକାରୀ ସଂସ୍ଥା ୬୦ ଜଣଙ୍କୁ ଗିରଫ କରିସାରିଲାଣି। ବିହାର ପେପର ଲିକ୍‌ର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ ରହିଛି। ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

ନିଟ୍‌ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍‌ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ହେଉଥିବା ବେଳେ ଘଟଣାର ତଦନ୍ତ ପାଇଁ ସିବିଆଇ ସ୍ୱତନ୍ତ୍ର ଟିମ ଗଠନ କରିଥିଲା।

ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।

୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପ୍ରଶ୍ନପତ୍ର ଲିକ୍ ବିବାଦ ମୁଣ୍ଡ ଟେକିଥିଲା। ଏପରିକି ବାହାର ରାଜ୍ୟର କିଛି ଛାତ୍ରଛାତ୍ରୀ ଗୁଜରାଟର ନିର୍ଦ୍ଦିଷ୍ଟ ସେଣ୍ଟର ଚୟନ କରିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ବିରୋଧ ହୋଇଥିଲା। ଏହାପରେ NTA ପକ୍ଷରୁ CBI ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା। 

CBI NEET NEET Result