ଚଳନ୍ତା କାର୍ରେ ଇଞ୍ଜିନିୟରିଂ ଛାତ୍ରୀ ହେଲେ ବଳାତ୍କାରର ଶିକାର। ଏପରି ପାଶବିକ ଅତ୍ୟାଚାର କରିଛନ୍ତି ଛାତ୍ରୀଙ୍କ କଲେଜରେ ପଢ଼ୁଥିବା ଜଣେ ସିନିୟର ଯୁବକ । ଏପରି ଏକ ଲଜ୍ଜାଜନକ ଘଟଣଶ ଉତ୍ତରପ୍ରଦେଶର ଆଗ୍ରାରେ ଘଟିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ସିଭଙ୍ଗ ସିଂହ ହେଉଛନ୍ତି ତାଙ୍କ ସିନିୟର । ଗତ ୧୦ ତାରିଖରେ ଛାତ୍ରଜଣକ ପୀଡ଼ିତାଙ୍କୁ ଫୋନ୍ କରି ଭେଟିବାକୁ ଡାକିଥିଲେ। ଏହାପରେ ଏକ କାର୍ରେ ତାଙ୍କୁ ଜୋରଜବରଦସ୍ତ ଭାବେ ବସାଇ ନେଇ ଯାଇଥିଲେ। ଯୁବତୀଜଣକ ଛାଡ଼ି ଦେବାକୁ କାକୁତିମିନତି ହେଲେ ବି ସେ ଛାଡ଼ି ନ ଥିଲେ। ଏପରିକି ସେ କାର୍ରେ ଯୁବତୀଙ୍କ ହାତ ବାନ୍ଧି ତାଙ୍କୁ ବଳାତ୍କାର କରିଥିଲେ। ଏଥିସହ ଡ୍ରାଇଭରଙ୍କ ସମେତ କେହି ଯେପରି ନ ଜାଣି ପାରିବେ ଚାରିପଟକୁ କପଡ଼ାରେ ଘୋଡ଼ାଇ ଦେଇଥିଲେ। ଫଳରେ ଯୁବତୀଙ୍କ ଚିତ୍କାର ବାହାରେ କେହି ଜାଣି ପାରି ନ ଥିଲେ।
ଏକଥା ବାହାରେ ପ୍ରଘଟ କଲେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ଏହାପରେ ତାଙ୍କୁ ରାସ୍ତା ସାଇଡକୁ ଫୋପାଡ଼ି ପଳାଇଥିଲେ। ଗୁରୁତର ପୀଡ଼ିତା ଜଣକ ବହୁ କଷ୍ଟରେ ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ। ପୁଲିସ୍ ତାଙ୍କ ଡାକ୍ତରୀ ମାଇନା କରାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ପୁଲିସ୍ ତାଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହି ଖବର ପ୍ରଚାରତତ ହେବା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।