Advertisment

ଚାଇନିଜ୍‌ ଲୋନ୍‌ ଆପ୍‌ର ଶିକାର ହେଲେ ଇଞ୍ଜିନିୟରିଂ ଛାତ୍ର, ଲେଖିଲେ- ସରି ମମି, ପାପା...

‘ସରି ମାମା, ପାପା। ମୋ’ ପାଖରେ ଜୀବନ ହାରିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ତେଣୁ ବାଧ୍ୟ ହୋଇ ଏପରି ଚରମ ନିଷ୍ପତ୍ତି ନେଉଛି। ’

author-image
Niharika Rout
Student

Student

‘ସରି ମାମା, ପାପା। ମୋ’ ପାଖରେ ଜୀବନ ହାରିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ତେଣୁ ବାଧ୍ୟ ହୋଇ ଏପରି ଚରମ ନିଷ୍ପତ୍ତି ନେଉଛି। ’ ନିଜ ସୁଇସାଇଡାଲ ନୋଟରେ ଏପରି ଲେଖି ଝୁଲି ପଡ଼ିଲେ ୨୨ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର। ଏକ ଚାଇନିଜ୍‌ ଲୋନ୍‌ ଆପ୍‌ରୁ ଲୋନ୍‌ ନେଇ ଶୁଝି ନ ପାରିବାରୁ ମାନସିକ ନିର୍ଯାତନାର ଶିକାର ହୋଇଥିବା ବାଙ୍ଗାଲୁରୁର ଜଣେ ଯୁବକ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି।

Advertisment

ମୃତ ଛାତ୍ରଙ୍କ ନାମ ତେଜସ ବୋଲି ଜଣାପଡ଼ିଛି। ସେ ବାଙ୍ଗାଲୁରୁର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢ଼ୁଥିଲେ। ନିଜ ପଢ଼ା ଖର୍ଚ୍ଚ ତୁଲାବାକୁ ସେ ଏକ ଚାଇନିଜ୍‌ ଆପ୍‌ 'Slice and Kiss' ରୁ କିଛି ଟଙ୍କା ଲୋନ୍‌ କରିଥିଲେ। ମାତ୍ର ସୁଧ ହାର ବଢ଼ି ବଢ଼ି ଚାଲିଥିବା ବେଳେ ତେଜସ ତାହାକୁ ଠିକ୍‌ ସମୟରେ ଶୁଝି ପାରି ନ ଥିଲେ।

ଏହାପରେ ଉକ୍ତ ଲୋନ୍‌ ସଂସ୍ଥା କର୍ମଚାରୀ ତେଜସଙ୍କୁ ବାରମ୍ବାର ଫୋନ୍‌ କରି ଅଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଏପରିକି ତାଙ୍କ ଫୋନ୍‌ ହ୍ୟାକ୍‌ କରି ସେଥିରେ ଥିବା କିଛି ଅନ୍ତରଙ୍ଗ ଫଟୋକୁ ଭାଇରାଲ କରିଦେବାର ଧମକ ଦେଉଥିଲେ। ଏପରିକି ଉକ୍ତ ସଂସ୍ଥାର କିଛି କର୍ମଚାରୀ ତେଜସଙ୍କ ଘରକୁ ଯାଇ ତାଙ୍କୁ ଧମକଚମକ ଦେଇଥିଲେ।

Advertisment

ଏନେଇ ତେଜସଙ୍କ ପିତା ଜାଣିବା ପରେ ନିଜ ପୁଅ କରିଥିବା ଲୋନ୍‌କୁ କିସ୍ତି ଅନୁଯାୟୀ ଶୁଝିବାକୁ ରାଜି ହୋଇଥିଲେ। ମାତ୍ର ଏହା ଲୋନ୍‌ ସଂସ୍ଥାର କର୍ମଚାରୀଙ୍କୁ କିଛି ଫରକ ପକାଇ ନ ଥିଲା। ଏପରିକି ଜୀବନ ହାରିବାର ୩ ଦିନ ପୂର୍ବରୁ ତେଜସ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଫୋନ୍‌ କରି କିଛି ଅଧିକ ସମୟ ମାଗିଥିଲେ। ମାତ୍ର ଏଥିରେ ସେମାନେ ରାଜି ହୋଇ ନ ଥିଲେ ଓ ପୂର୍ବ ପରି ତେଜସଙ୍କୁ ଧମକ ଦେଇଥିଲେ।

ଏହାଦ୍ୱାରା ସାଂଘାତିକ ମାନସିକ ନିର୍ଯାତନାର ଶିକାର ହେଉଥିବା ତେଜସ ଶେଷରେ ନିଜ ଭଡ଼ା ଘରେ ଝୁଲି ପଡ଼ିଲେ। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Suicide Student Suicide Loan Burden