Advertisment

କୋଟାରେ ଆତ୍ମହତ୍ୟା କଲେ ଆଉ ଜଣେ ଛାତ୍ର

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ୨୭ ବର୍ଷୀୟ ନୂର ମହମ୍ମଦ।

Kota

Kota

Advertisment

ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ବିଟେକ ଶେଷ ବର୍ଷର ଛାତ୍ର। କୋଟାରେ ଥିବା ନିଜ ପିଜି(ପେଇଂ ଗେଷ୍ଟ) ରୁମରେ ସେ ଜୀବନ ହାରିଛନ୍ତି।

Advertisment

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ୨୭ ବର୍ଷୀୟ ନୂର ମହମ୍ମଦ। ସେ ବୁଧବାର ଆତ୍ମହତ୍ୟା କରିଥିବା ବେଳେ ଗୁରୁବାର ରାତିରେ ବିଜ୍ଞାନ ନଗର ଅଞ୍ଚଳରେ ଥିବା ପିଜି ରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍‌ ମୃତଦେହକୁ ଜବତ କରିଥିବା ବେଳେ ରୁମରୁ କୌଣସି ପ୍ରକାରର ସୁଇସାଇଡ ନୋଟ ଜବତ କରିନାହିଁ।

୨ ସପ୍ତାହ ମଧ୍ୟରେ ଏହାକୁ ମିଶାଇ କୋଟାରେ ତୃତୀୟ ଥର ପାଇଁ କୌଣସି ଶିକ୍ଷାର୍ଥୀ ଜୀବନ ହାରିଛନ୍ତି। ଉତ୍ତରପ୍ରଦେଶ ଅନ୍ତର୍ଗତ ଗୋଣ୍ଡାର ମୂଳବାସିନ୍ଦା ମହମ୍ମଦ ଚେନ୍ନାଇରେ ଥିବା ଏସ୍‌ଆରଏମ ବିଶ୍ୱବିଦ୍ୟାଳୟରେ ବିଟେକ କରୁଥିଲେ। ତେବେ ସେ କୋଟାରେ ପେଇଂ ଗେଷ୍ଟ ଭାବେ ରହୁଥିଲେ।

Advertisment

ବିଜ୍ଞାନ ନଗର ଡିଏସ୍‌ପି ଧର୍ମବୀର ସିଂହ କହିଛନ୍ତି, ମହମ୍ମଦ ୨୦୧୬ରୁ ୨୦୧୯ ଯାଏ କୋଟାରେ ରହି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ସେ ଏସ୍‌ଆରଏମ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପରେ ସେ ତାଙ୍କ କୋଟା ପିଜିରୁ ଅନଲାଇନରେ କ୍ଲାସ କରୁଥିଲେ। ତେବେ କୌଣସି କାରଣବଶତଃ ସେ ବୁଧବାର ଆତ୍ମହତ୍ୟା କରିଛନ୍ତି।

ଗୁରୁବାର ସନ୍ଧ୍ୟାରେ ମେସ୍‌ର ଜଣେ ପିଲା ମହମ୍ମଦଙ୍କ ରୁମ ବାହାରେ ଟିଫିନ ବକ୍ସ ରଖାଯାଇଥିବା ଦେଖିବାକୁ ପାଇଥିଲେ। ରୁମ ଭିତରକୁ ବନ୍ଦ ଥିବା ବେଳେ ଟିଫିନ ବକ୍ସରେ ଖାଦ୍ୟ ମଧ୍ୟ ରହିଥିଲା।

ତେଣୁ ସେ ତୁରନ୍ତ ପିଜି ମାଲିକଙ୍କୁ ଖବର ଦେଇଥିଲେ। ପିଜି ମାଲିକ ପହଞ୍ଚିବା ସହ ପୁଲିସ୍‌କୁ ରାତି ୮ଟାରେ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମହମ୍ମଦଙ୍କ ମୃତଦେହକୁ ଜବତ କରିବା ସହ ଶବାଗାରରେ ରଖିଛି। ଏଥିସହ ଘଟଣାର ଅଧିକ ତଦନ୍ତ କରୁଛି।

ଚଳିତ ବର୍ଷ କୋଟାରେ ୩ ଜଣ ଶିକ୍ଷାର୍ଥୀ ଜୀବନ ହାରି ସାରିଲେଣି। ଜାନୁଆରୀ ୨୯ରେ ଜେଇଇ ପାଇଁ ପ୍ରସ୍ତୁତି କରୁଥିବା ନିହାରିକା ସିଂହ ଜୀବନ ହାରିଥିଲେ। ସେହିପରି ଜାନୁଆରୀ ୨୩ରେ ୧୯ ବର୍ଷୀୟ ମହମ୍ମଦ ଜୈଦଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା। ସେ ମେଡିକାଲ ପ୍ରବେଶିକା ପରୀକ୍ଷା ନୀଟ ପାଇଁ ପ୍ରସ୍ତୁତି କରୁଥିଲେ।

୨୦୨୩ରେ କୋଟାରେ ରହି ପାଠପଢ଼ୁଥିବା ୨୬ ଜଣ ଶିକ୍ଷାର୍ଥୀ ବିଭିନ୍ନ ସମୟରେ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା।

Rajasthan Kota Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe