Advertisment

ଅସହ୍ୟ ହେଲା ପାଠପଢ଼ା ଚାପ, ଜନ୍ମଦିନର ୩ ଦିନ ପରେ ଜୀବନ ହାରିଲେ ଛାତ୍ରୀ

ତେଜସ୍ୱିନୀଙ୍କ ରୁମରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି। ସେ ପାଠପଢ଼ା ଚାପରୁ ଜୀବନ ହାରିଥିବା ଏଥିରେ ଉଲ୍ଲେଖ କରିଛନ୍ତି।

Karnataka

Karnataka

Advertisment

ପାଠପଢ଼ାର ଚାପ ସହି ନ ପାରି ଜୀବନ ହାରିଛନ୍ତି ଜଣେ ୧୯ ବର୍ଷୀୟ ଛାତ୍ରୀ। ମାତ୍ର ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ୧୯ତମ ଜନ୍ମ ଦିନ ପାଳିଥିଲେ। ହେଲେ ବୁଧବାର ଅପରାହ୍ନରେ ସେ ନିଜ ରୁମରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାର କୋଡାଗୁ ଜିଲ୍ଲାରେ ଥିବା ଗୋଟିଏ ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ ୧୯ ବର୍ଷୀୟ ତେଜସ୍ୱିନୀ। ସେ ପୋନ୍ନାମପେଟରେ ଥିବା ହାଲ୍ଲିଗାଟ୍ଟୁ କଲେଜ ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂ କୋର୍ସରେ ନାମ ଲେଖାଇଥିଲେ।

Advertisment

ତେଜସ୍ୱିନୀଙ୍କ ରୁମରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି। ସେ ପାଠପଢ଼ା ଚାପରୁ ଜୀବନ ହାରିଥିବା ଏଥିରେ ଉଲ୍ଲେଖ କରିଛନ୍ତି। ତାଙ୍କର ୬ଟି ବିଷୟରେ ବ୍ୟାକ ଲାଗିଥିଲା। ତେଣୁ ସେ ଆଉ ପାଠପଢ଼ିବାକୁ ଚାହୁଁ ନଥିବା ସୁଇସାଇଡ ନୋଟରେ ଲେଖିଛନ୍ତି।

ତେଜସ୍ୱିନୀ ହେଉଛନ୍ତି ଉତ୍ତରପୂର୍ବ କର୍ଣ୍ଣାଟକାରେ ଥିବା ରାଇଚୁରର ମାହାନତାପ୍ପାଙ୍କ ଏକମାତ୍ର ଝିଅ। ୩ ଦିନ ତଳେ ସେ ନିଜର ସାଙ୍ଗମାନଙ୍କ ସହ ୧୯ତମ ଜନ୍ମ ଦିନ ପାଳିଥିଲେ। ବୁଧବାର ସକାଳେ ସେ ଜନ୍ମ ଦିନ ପାର୍ଟିରେ ସାମିଲ ହୋଇ ପାରି ନଥିବା ସହପାଠୀମାନଙ୍କୁ ମିଠା ଦେଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ସେ କ୍ଲାସ ସାରି ହଷ୍ଟେଲ ରୁମକୁ ଫେରିଥିଲେ।

Advertisment

ଅପରାହ୍ନ ପ୍ରାୟ ୪.୩୦ ବେଳକୁ ତାଙ୍କର ଜଣେ ବନ୍ଧୁ ରୁମର କବାଟ ଭିତରୁ ବନ୍ଦ ଥିବାରୁ ବାରମ୍ବାର ଏହାକୁ ବାଡ଼େଇ ଥିଲେ। କିନ୍ତୁ ତେଜସ୍ୱିନୀ କୌଣସି ପ୍ରକାରର ଜବାବ ଦେଇ ନଥିଲେ। ସେ ତାଙ୍କୁ ଫୋନ କରିଥିଲେ ହେଁ କୌଣସି ଉତ୍ତର ମିଳି ନଥିଲା। ଶେଷରେ ଏହି ଖବର ହଷ୍ଟେଲ ସୁପରଭାଇଜରଙ୍କ ପାଖରେ ପହଞ୍ଚିଥିଲା। ସମସ୍ତଙ୍କ ଉପସ୍ଥିତିରେ ରୁମର କବାଟ ଭଙ୍ଗା ଯାଇଥିଲା। ହେଲେ ସେତେବେଳକୁ ତେଜସ୍ୱିନୀ ଜୀବନ ହାରି ସାରିଥିଲେ। ତାଙ୍କ ରୁମରୁ ଗୋଟିଏ ହାତ ଲେଖା ସୁଇସାଇଡ ନୋଟ ଜବତ କରାଯାଇଥିଲା। ଏଥିରେ ସେ ପାଠପଢ଼ା ଚାପରୁ ଜୀବନ ହାରିଥିବା ଉଲ୍ଲେଖ କରିଛନ୍ତି।

ପୁଲିସ୍‌ ଏବେ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Karnataka Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe