Advertisment

କେରଳରେ ଜଳପ୍ରଳୟକୁ ନେଇ ଭୟଙ୍କର ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ନିଖୋଜ ଲୋକଙ୍କ ସନ୍ଧାନରେ ଏନଡିଆରଏଫ ଠାରୁ ଆରମ୍ଭ କରି ଆର୍ମି ମୁତୟନ ହୋଇଛନ୍ତି। ଏବେ ବି ମାଟି ତଳୁ ଜୀବନ ଖୋଜା ଚାଲିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Kerala

Kerala

କେରଳର ୱାୟନାଡରେ ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ଜିଲ୍ଲାର ପାହାଡ଼ି ଅଞ୍ଚଳ ମେପ୍ପାଡିରେ ମୃତ୍ୟୁର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୮ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନରେ ଏନଡିଆରଏଫ ଠାରୁ ଆରମ୍ଭ କରି ଆର୍ମି ମୁତୟନ ହୋଇଛନ୍ତି। ଏବେ ବି ମାଟି ତଳୁ ଜୀବନ ଖୋଜା ଚାଲିଛି।

Keralaଉଦ୍ଧାର କାର୍ଯ୍ୟ

ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଘଟଣାକୁ ନେଇ ଭୟଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୂସ୍ଖଳ ଯୋଗୁ ଚାଲିୟାର ନଦୀର ଜଳ ଗାଁ ଭିତରକୁ ପଶି ଯାଇଥିଲା। ଫଳରେ ଗୋଟିଏ ଅଞ୍ଚଳରେ ଥିବା ସମସ୍ତ ଘର ଓ ଏଠାରେ ରହୁଥିବା ଲୋକମାନେ ଅଚାନକ ବନ୍ୟା ଜଳରେ ଭାସିଯାଇଛନ୍ତି। ପୂରା ଅଞ୍ଚଳ ମାଟିରେ ମିଶି ଯାଇଛି। ସେଠାରେ ପୂର୍ବରୁ ଘର ଥିଲା ଓ ଲୋକମାନେ ଚଳପ୍ରଚଳ କରୁଥିବାର ଚିହ୍ନବର୍ଣ୍ଣ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ତାଙ୍କ ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁ ୪ ଘଣ୍ଟା ମଧ୍ୟରେ ୱାୟନାଡାରେ ୩ଥର ଭୂସ୍ଖଳନ ହୋଇଛି। ନଦୀ ଜଳ ଜନବସିତିରେ ମାଡ଼ି ଯାଇଛି। ମୁଣ୍ଡାକ୍କାଇ, ଚୋରାଲମାଲା, ଆଟ୍ଟାମାଲା ଓ ନୁଲପୁଝା ଗାଁ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକ ମାଟି ତଳେ ଚାପି ହୋଇ ଯାଇ ଜୀବନ ହରାଇଛନ୍ତି। ସେହିପରି ଚାଲିୟାର ନଦୀରେ ଅନେକ ଭାସି ଯାଇଛନ୍ତି। ଘଟଣାକୁ ମୁଖ୍ୟମନ୍ତ୍ରୀ ବିଜୟନ ହୃଦୟବିଦାରକ ବିପର୍ଯ୍ୟୟ ଭାବେ ଅବିହିତ କରି ରାଜ୍ୟରେ ୨ ଦିନିଆ ଶୋକ ଘୋଷଣା କରିଛନ୍ତି।

Keralaଭୟଙ୍କର ଦୃଶ୍ୟ

ସେ କହିଛନ୍ତି, “ୱାୟନାଡରେ ଭୂସ୍ଖଳନ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସେଠାରେ ଭୟଙ୍କର ବର୍ଷା ହୋଇଛି। ଗୋଟିଏ ଅଞ୍ଚଳର ପୂରା ଧୋଇ ହୋଇଯାଇଛି। ଗତକାଲି ରାତିରେ ଶୋଇବାକୁ ଯାଇଥିବା ଅନେକ ଲୋକ ଘର ସହ ବନ୍ୟା ପାଣିରେ ଭାସି ଯାଇଛନ୍ତି। ରାସ୍ତା-ଘାଟ, ଘର-ଦ୍ୱାର ଧୋଇ ହୋଇଯାଇଛି।

ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ପ୍ରାୟ ୪୦୦ରୁ ଅଧିକ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।”

ଭାରତୀୟ ସେନା କହିଛି ଯେ ଉଦ୍ଧାର କାର୍ଯ୍ୟରେ ମେଡିକାଲ ଟିମ ସହ ୨୨୫ ଜଣ ଯବାନ ନିୟୋଜିତ ହୋଇଛନ୍ତି। ବାୟୁସେନାର ୨ଟି ହେଲିକପ୍ଟର, ଗୋଟିଏ ଏମଆଇ-୧୭ ଓ ଆଡଭାନ୍ସ ଲାଇଟ ହେଲିକପ୍ଟର ମଧ୍ୟ ସେବାରେ ନିୟୋଜିତ ଅଛନ୍ତି। ଆର୍ମି ପକ୍ଷରୁ ଆକଶ ପଥରୁ ଭୂସ୍ଖଳନ ଓ ଜଳବନ୍ଦୀ ହୋଇଥିବା ସ୍ଥାନ ଗୁଡ଼ିକର ଫଟୋ ଛଡ଼ା ଯାଇଛି। ପାରା ରେଜିମେଣ୍ଟ ପକ୍ଷରୁ କଲିକଟ ଠାରେ ଗୋଟିଏ ନିୟନ୍ତ୍ରଣ ରୁମ ଗଠନ କରାଯାଇଛି।

Keralaବିପର୍ଯ୍ୟୟ

କେରଳର ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ମଧ୍ୟ ସହାୟତା କରୁଛି। ଚୋରାଲମାଲା ପାଖରେ ଥିବା ସହରକୁ ସଂଯୋଗ କରୁଥିବା ଗୋଟିଏ ବ୍ରିଜ ସଂପୂର୍ଣ୍ଣ ଭାବେ ପାଣିରେ ଭାସି ଯାଇଛି। ଏଥିଯୋଗୁ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସହ କଥା ହୋଇଛନ୍ତି ଓ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ୨ ଲକ୍ଷ ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

Keralaବନ୍ୟା ପାଣି ମାଡ଼ି ଯିବା ପରେ
Kerala Wayanad Landslide