/odisha-reporter/media/post_attachments/uploadimage/library/16_9/16_9_0/IMAGE_1700288236.jpg)
Ashneer Grover and his wife Madhuri
ବଢ଼ିଲା ଭାରତ ପେ'ର ପୂର୍ବତନ ସିଇଓ ଅଶ୍ନିର୍ ଗ୍ରୋବରଙ୍କ ଅଡୁଆ। ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ତଥା ଇଓଡବ୍ଲୁ ଅଶ୍ନିର୍ ଗ୍ରୋବର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କୁ ସମନ ପଠାଇଛି। ଫିନ୍ଟେକ୍ ୟୁନିକର୍ଣ୍ଣରେ ୮୧ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ତାଙ୍କୁ ପଚରାଉଚରା କରିବାକୁ ଡାକିଛି ଇଓଡବ୍ଲୁ। ଆସନ୍ତା ୨୧ ତାରିଖ ଭିତରେ ଇଓଡବ୍ଲୁ ଅଫିସରେ ହାଜର ହେବାକୁ ଉଭୟଙ୍କୁ କୁହାଯାଇଛି।
ସେପଟେ ସମନ ପଠାଯିବାର କିଛି ଘଣ୍ଟା ପୂର୍ବରୁ ହିଁ ଅଶ୍ନିର୍ ଗ୍ରୋବର ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ଗୁରୁବାର ସେ ଏବଂ ତାଙ୍କ ପତ୍ନୀ ଛୁଟି କାଟିବା ପାଇଁ ନ୍ୟୁୟର୍କ ଯାଉଥିବାବେଳେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିବା ସେ ଦାବି କରିଥିଲେ। EOW ଅଧିକାରୀ କହିବା ମୁତାବକ, ଏହି ଦମ୍ପତିଙ୍କ ବିରୋଧର ଲୁକ୍ଆଉଟ୍ ସର୍କୁଲାର ଜାରି କରାଯିବା ପରେ ସେମାନଙ୍କୁ ଅଟକାଇ ଦିଆଯାଇଛି।
ମେ' ମାସରେ ଇଓଡବ୍ଲୁ ଅଶ୍ନିର ଗ୍ରୋବର, ତାଙ୍କ ପତ୍ନୀ ମାଧୁରୀ ଓ ତାଙ୍କ ସମ୍ପର୍କୀୟ ଦୀପକ ଗୁପ୍ତା, ସୁରେଶ ଜୈନ ଓ ଶ୍ୱେତାଙ୍କ ଜୈନ ବିରୋଧରେ ମାମଲା ରୁଜୁ କରିଥିଲା। ଗ୍ରୋବର ଓ ତାଙ୍କ ପରିବାର ଦ୍ୱାରା ପରିଚାଳିତ ଭାରତ ପେ'ରେ ନକଲି ଏଚ୍ଆର୍ ପରାମର୍ଶ ନିଯୁକ୍ତ କରି ବିପୁଳ ଟଙ୍କା ଠକେଇ କରିଥିବା ଅଭିଯୋଗର ଇଓଡବ୍ଲୁ ତଦନ୍ତ କରୁଛି। ଇଓଡବ୍ଲୁର ଅଧିକାରୀମାନେ ଏହି ମାମଲାରେ ନଭେମ୍ବର ୭ରେ କୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ। ଯଦି ଅଶ୍ନିର ଗ୍ରୋବର ଓ ତାଙ୍କ ପରିବାର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅଭିଯୁକ୍ତକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
