Advertisment

ଓପିଏସ୍‌ଙ୍କ ଆବେଦନ ଖାରଜ, ଇପିଏସ୍‌ ହେଲେ ଏଆଇଏଡିଏମକେର ସାଧାରଣ ସମ୍ପାଦକ

ଜୁଲାଇ ୧୧ରେ ଦଳ ପକ୍ଷରୁ ପାରିତ ହୋଇଥିବା ସଂକଳ୍ପ ବିରୋଧରେ ହୋଇଥିବା ଚ୍ୟାଲେଞ୍ଜକୁ ମାଡ୍ରାସ ହାଇକୋର୍ଟ ଖାରଜ କରିବାର କିଛି ମିନିଟ ପରେ ହିଁ ଇପିଏସଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି।

EPS

EPS

Advertisment

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ ପାଲାନିସ୍ୱାମୀ(ଇପିଏସ୍‌) ସର୍ବସମ୍ମତିକ୍ରମେ ଏଆଇଏଡିଏମକେର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏଆଇଏଡିଏମକେର ନିର୍ବାଚନ ଅଧିକାରୀ ପୋଲ୍ଲାଚି ଭି ଜୟରମଣ ଓ ପୂର୍ବତନ ମନ୍ତ୍ରୀ ନାଥାମ ଆର ବିଶ୍ୱନାଥନ ମିଳିତ ଭାବେ ରୋୟାପେଠାରେ ଥିବା ଦଳର ମୁଖ୍ୟାଳୟରେ ଏପରି ଘୋଷଣା କରିଛନ୍ତି।

Advertisment

ଜୁଲାଇ ୧୧ରେ ଦଳ ପକ୍ଷରୁ ପାରିତ ହୋଇଥିବା ସଂକଳ୍ପ ବିରୋଧରେ ହୋଇଥିବା ଚ୍ୟାଲେଞ୍ଜକୁ ମାଡ୍ରାସ ହାଇକୋର୍ଟ ଖାରଜ କରିବାର କିଛି ମିନିଟ ପରେ ହିଁ ଇପିଏସଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି। ସଂକଳ୍ପ ବିରୋଧରେ ଓ ପନ୍ନିରସେଲଭମ(ଓପିଏସ୍‌) କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଇପିଏସ୍‌ଙ୍କୁ ସର୍ବସମ୍ମତିକ୍ରମେ ଦଳର ବାଇଲ ନିୟମ ୨୦ଏ(୨) ଅନୁଯାୟୀ ନିର୍ବାଚନ ଦ୍ୱାରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିଲେ। ଏଥିସହ ନିୟମ ୨୦ଏ(୧ଏ,ବି ଓ ସି) ଅନୁଯାୟୀ ସାଧାରଣ ସମ୍ପାଦକ ପ୍ରାର୍ଥୀ ହେବାକୁ ଜଣେ ଆଶାୟୀଙ୍କୁ ଦଳର ସଦସ୍ୟ ଭାବେ ୧୦ ବର୍ଷ ରହିବାକୁ ପଡ଼ିବ। ଏଥିସହ ସେ ଦଳର ମୁଖ୍ୟାଳୟର କାର୍ଯ୍ୟକର୍ତ୍ତା ଭାବେ ଅତି କମରେ ବର୍ଷ କାମ କରିଥିବେ ଓ ୧୦ଟି ଜିଲ୍ଲାର ସମ୍ପାଦକ ତାଙ୍କର ପ୍ରସ୍ତାବକ ସାଜିଥିବା ଦରକାର। ଦଳର ଏହି ସଂଶୋଧିକ ବାଇ ଲ’କୁ ଏଯାଏ କିନ୍ତୁ ନିର୍ବାଚନ କମିଶନ ଗ୍ରହଣ କରି ନାହାନ୍ତି। ଖୁବଶୀଘ୍ର ଏହା ଉପରେ ମୋହର ମରାଯିବ ବୋଲି ଦଳ ଆଶା ରଖିଛି।

Advertisment

ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ଇପିଏସ୍‌ ଦଳର ସମସ୍ତ କ୍ୟାଡର ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିଛନ୍ତି। ଦଳର ସାଧାରଣ ସମ୍ପାଦକ ଭାବେ କ୍ୟାଡରମାନଙ୍କ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି।”

ନିର୍ବାଚନ ରେଜଲ୍ଟ ପରେ ଇପିଏସ୍‌ଙ୍କ ସମର୍ଥକମାନେ ଦଳର ମୁଖ୍ୟାଳୟ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ତାମିଲନାଡୁ ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଏହି ଅଧିବେଶନରେ ଦଳର ବିଧାୟକମାନେ ଯୋଗ ଦେଇଥିଲେ। କିନ୍ତୁ ଓପିଏସ୍‌ଙ୍କ ଆବେଦନ ମାଡ୍ରାସ ହାଇକୋର୍ଟରେ ଖାରଜ ହୋଇଯିବା ଖବର ମିଳିବା ମାତ୍ରେ ସେମାନେ ବିଧାନସଭା ଛାଡ଼ି ଦଳର ମୁଖ୍ୟାଳୟରେ ପହଞ୍ଚିଥିଲେ।

ସମସ୍ତଙ୍କ ଉପସ୍ଥିତିରେ ରେଜଲ୍ଟ ଘୋଷଣା ହେବା ସହ ଇପିଏସ୍‌ ସାଧାରଣ ସମ୍ପାଦକ ଭାବେ ବିଧିବଦ୍ଧ ଭାବେ ଦସ୍ତଖତ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପ୍ରିଲ ୫ରେ ନୂଆ ସଦସ୍ୟ ଗ୍ରହଣ ପାଇଁ ଅଭିଯାନ ଆରମ୍ଭ ହେବ। ସଦସ୍ୟତା ଗ୍ରହଣ ପାଇଁ ଫର୍ମ ୧୦ ଟଙ୍କା ଦେଇ ଦଳର ମୁଖ୍ୟାଳୟରୁ ସମସ୍ତେ ନେଇପାରିବେ ବୋଲି ଇପିଏସ୍‌ କହିଛନ୍ତି।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe