Advertisment

India-EU Trade Deal: ବାଣିଜ୍ୟ ଡିଲ ପୂର୍ବରୁ ଭାରତ ସମ୍ପର୍କରେ ବଡ଼ କଥା କହିଲେ ୟୁରୋପୀୟ ସଂଘର ମୁଖିଆ

ଭାରତ ସହ ଐତିହାସିକ ବାଣିଜ୍ୟ ଡିଲ କରିବା ପୂର୍ବରୁ ବଡ଼ କଥା କହିଛନ୍ତି ୟୁରୋପୀୟ ସଂଘର ମୁଖ୍ୟ ଉର୍ସୁଲା ଭନ ଡେର ଲିୟିନ। ସଫଳ ଭାରତ ବିଶ୍ୱକୁ ଅଧିକ ସ୍ଥିର, ସମୃଦ୍ଧ ଓ ସୁରକ୍ଷିତ କରିପାରିଛି ବୋଲି ସେ ମତ ରଖିଛନ୍ତି।

author-image
Hemant Lenka
PM

ଉର୍ସୁଲାଙ୍କ ସହ ମୋଦି

ଭାରତ ସହ ଐତିହାସିକ ବାଣିଜ୍ୟ ଡିଲ କରିବା ପୂର୍ବରୁ ବଡ଼ କଥା କହିଛନ୍ତି ୟୁରୋପୀୟ ସଂଘର ମୁଖ୍ୟ ଉର୍ସୁଲା ଭନ ଡେର ଲିୟିନ। ସଫଳ ଭାରତ ବିଶ୍ୱକୁ ଅଧିକ ସ୍ଥିର, ସମୃଦ୍ଧ ଓ ସୁରକ୍ଷିତ କରିପାରିଛି ବୋଲି ସେ ମତ ରଖିଛନ୍ତି। 

Advertisment

ଉର୍ସୁଲା ଏବେ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ଭାରତର ୭୭ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ମଧ୍ୟ ସାଜିଥିଲେ। ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ତାଙ୍କ ଜୀବନକାଳରେ ଗୋଟିଏ  ବଡ଼ ସମ୍ମାନ ହୋଇ ରହିବ ବୋଲି ସେ କହିଛନ୍ତି। ଉର୍ସୁଲାଙ୍କ ସହ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ମଧ୍ୟ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରହିଥିଲେ। 

ଉର୍ସୁଲା ଏକ୍ସରେ କହିଛନ୍ତି, “ଗୋଟିଏ ସଫଳ ଭାରତ ବିଶ୍ୱକୁ ଅଧିକ ସ୍ଥିର, ସମୃଦ୍ଧ ଓ ସୁରକ୍ଷିତ କରିପାରିଛି। ଏହାଦ୍ୱାରା ଆମେ ସମସ୍ତେ ଲାଭବାନ ହୋଇଛୁ।” ବାଣିଜ୍ୟ ଡିଲ ସମ୍ମିଳନୀର ଆଲୋଚନା ପାଇଁ ଉର୍ସୁଲା ଭାରତ ଆସିଛନ୍ତି। ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। 

Advertisment

ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଡିଲ୍‌ 

ଭାରତ-ୟୁରୋପୀୟ ସଂଘ ସମ୍ମିଳନୀ ବେଳେ ଦୁଇ ପକ୍ଷ ମିଳିତ ଭାବେ ବହୁ ପ୍ରତିକ୍ଷୀତ ମାଗଣା ବାଣିଜ୍ୟ ଡିଲ୍‌ ସମ୍ପର୍କରେ ଘୋଷଣା କରିପାରନ୍ତି। ନୂଆଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଉର୍ସୁଲା ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୀତିକ ସମ୍ମିଳନୀରେ କହିଥିଲେ ଯେ “ଭାରତ ଓ ୟୁରୋପୀୟ ସଂଘ ଗୋଟିଏ ଐତିହାସିକ ବାଣିଜ୍ୟ ବୁଝାମଣାର ଅତି ନିକଟରେ ରହିଛନ୍ତି।

୨ ବିଲିୟନ ଲୋକଙ୍କୁ ନେଇ ଏମିତି ଏକ ବଜାର ସୃଷ୍ଟି ହେବ, ଯାହା ବିଶ୍ୱ ଜିଡିପିର ଏକ ୪ର୍ଥାଂଶ। ମୁଁ ଭାରତ ଗସ୍ତରେ ଯିବି। ଡିଲ ଉପରେ ଆହୁରି କିଛି କାମ ରହିଛି। କିନ୍ତୁ ଆମେ ସବୁ କିଛି ଚୂଡ଼ାନ୍ତ କରିବାର ଅତି ନିକଟରେ ରହିଛୁ। ଅନେକ ଏହାକୁ ସବୁ ଡିଲର ଜନନୀ ବୋଲି କହୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଡିଲରୁ ୟୁରୋପକୁ ଦୁନିଆର ସବୁଠାରୁ ଦ୍ରୁତଗତିରେ ବଢ଼ୁଥିବା ମହାଦ୍ୱୀପ ସହ କାମ କରିବାର ଲାଭ ମିଳିବ। ୟୁରୋପ ଆଜିକା ଦିନର ଗୋଟିଏ ବିକାଶ କେନ୍ଦ୍ର ଓ  ଅର୍ଥନୀତିକ ମହାଶକ୍ତି ସହ ବାଣିଜ୍ୟ କରିବାକୁ ଚାହୁଁଛି।” 


ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟ ସହଯୋଗୀ। ଦୁଇ ପାକ୍ଷିକ ବାଣିଜ୍ୟ ୨୦୨୩-୨୪ରେ ୧୨୫ ବିଲୟନ ଡଲାର ରହିଥିଲା। ୨୦୦୭ରେ ପ୍ରଥମଥର ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଡିଲ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୩ରେ ସବୁ ଆଲୋଚନାକୁ ବାତିଲ କରି ଦିଆଯାଇଥିଲା। ପୁଣିଥରେ ୨୦୨୨ରୁ ମୁକ୍ତ ବାଣିଜ୍ୟ ଡିଲ ପାଇଁ ଆଲୋଚନା ଆରମ୍ଭ ହୋଇଛି। 

ବାଣିଜ୍ୟ ଡିଲ ପୂର୍ବରୁ ଭାରତ ମଧ୍ୟ ବଡ଼ ପଦକ୍ଷେପ ନେବାକୁ ଯୋଜନା କରିଛି। ୟୁରୋପୀୟ ସଂଘରୁ ଆମଦାନୀ ହେଉଥିବା କାରଗୁଡ଼ିକ ଉପରେ ଏବେ ଭାରତ ସରକାର ୧୧୦% ଟାରିଫ ଲଗାଉଛନ୍ତି। କିନ୍ତୁ ଡିଲ ପୂର୍ବରୁ ଏହାକୁ ସରାକାର ୪୦%କୁ ହ୍ରାସ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ୟୁରୋପୀୟ ସଂଘରେ ୨୭ଟି ଦେଶ ରହିଛନ୍ତି। ଭାରତ ସରକାର ଏହି ସବୁ ଦେଶରୁ ଆସୁଥିବା କିଛି କାର ଉପରେ ଟିକସ ହ୍ରାସ ହେଲା ଦାମ ମଧ୍ୟ ଶକ୍ତା ହେବ। 

India