Advertisment

ପଦ ଗଲା ପରେ ବି ଖାଲି କରି ନାହାନ୍ତି ଘର, ୨୦୦ରୁ ଅଧିକ ପୂର୍ବତନ ସାଂସଦଙ୍କୁ ନୋଟିସ୍‌

ଯଦି ସେମାନେ ଯଥାଶୀଘ୍ର ବଙ୍ଗଳା ଖାଲି ନକରିବେ, ତା’ହେଲେ ଅଧିକାରୀମାନେ ସେମାନଙ୍କ ପାଖକୁ ଯାଇ ବାଧ୍ୟତାମୂଳକ ସେମାନଙ୍କୁ ବାହାର କରିବେ।

MP

MP

Advertisment

ନିର୍ବାଚନ ହାରିବା କିମ୍ବା ନିର୍ବାଚନ ଲଢ଼ିବାରୁ ବାଦ ପଡ଼ିଥିବା ୨୦୦ରୁ ଅଧିକ ପୂର୍ବତନ ସାଂସଦ ଏବେ ବି ସରକାରୀ ବଙ୍ଗଳା ଛାଡ଼ି ନାହାନ୍ତି। ପଦ ଗଲା ପରେ ମଧ୍ୟ ସେମାନେ ଲୁଟୟେନ୍ସ ଦିଲ୍ଲୀରେ ମିଳିଥିବା ସରକାରୀ ଘର ଛାଡ଼ିବାକୁ ଅରାଜି ହେଉଛନ୍ତି। ସେମାନେ ଘର ଛାଡ଼ିବାରେ ବିଳମ୍ବ କରୁଥିବାରୁ ସେମାନଙ୍କୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୋଟିସ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସର୍ବସାଧାରଣ ପରିସର( ଅନାଧିକୃତ ଦଖଲରୁ ହଟାଯିବା) ଆଇନ ବଳରେ ସମସ୍ତଙ୍କୁ ନୋଟିସ କରାଯାଇଛି। ନିୟମ ଅନୁସାରେ, ପୂର୍ବ ଲୋକସଭାର ଅବଧି ଶେଷ ହେବାର ମାସକ ମଧ୍ୟରେ ପୂର୍ବତନ ସାଂସଦମାନଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିଥାଏ।

କିନ୍ତୁ ଏବେ ସୁଦ୍ଧା ୨୦୦ରୁ ଅଧିକ ପୂର୍ବତନ ସାଂସଦ ବଙ୍ଗଳା ଛାଡ଼ି ନାହାନ୍ତି। ତେଣୁ ସେମାନଙ୍କୁ ନୋଟିସ କରି ଯଥାଶୀଘ୍ର ଘର ଖାଲି କରିବାକୁ କୁହାଯାଇଛି। ସେହିପରି ଆଉ କିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନୋଟିସ ପଠାଇବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

Advertisment

ଯଦି ସେମାନେ ଯଥାଶୀଘ୍ର ବଙ୍ଗଳା ଖାଲି ନକରିବେ, ତା’ହେଲେ ଅଧିକାରୀମାନେ ସେମାନଙ୍କ ପାଖକୁ ଯାଇ ବାଧ୍ୟତାମୂଳକ ସେମାନଙ୍କୁ ବାହାର କରିବେ।

ସାଂସଦମାନଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସରକାରୀ ବଙ୍ଗଳା ପ୍ରଦାନ କରାଯାଇଥାଏ। କିନ୍ତୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଙ୍ଗଳା ବାଣ୍ଟିଥାଏ।

ଅନ୍ୟପକ୍ଷରେ ଆମେଠିରୁ ରାହୁଲ ଗାନ୍ଧିଙ୍କ ଠାରୁ ହାରିଥିବା ସ୍ମୃତି ଇରାନୀ ଏବେ ନିଜର ସରକାରୀ ବଙ୍ଗଳା ଖାଲି କରି ସାରିଛନ୍ତି। ତାଙ୍କୁ ୨୮ ତୁଗଲକ ରୋଡରେ ସେ ୨୦୧୪ରୁ ରହି ଆସୁଥିଲେ। ୨୦୧୪ରେ ସେ ହାରିବା ପରେ ମଧ୍ୟ ମନ୍ତ୍ରୀ ହୋଇଥିଲେ। ତେଣୁ ତାଙ୍କୁ ସରକାରୀ ବଙ୍ଗଳା ମିଳିଥିଲା।

Lok Sabha Delhi Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe