Advertisment

ଭୋଟିଂ ବେଳେ ହିଂସା, ପୋଖରୀକୁ ଫିଙ୍ଗି ଦେଲେ ଇଭିଏମ୍‌ ମେସିନ୍‌

ସଂଘର୍ଷରେ ପ୍ରାୟ ୧୦ ଆଇଏସଏଫ ଏବଂ ଟିଏମସି କର୍ମୀ ଆହତ ହୋଇଛନ୍ତି।

author-image
Madhupriya Mistry
threw-evm-and-vvpat-machines

threw-evm-and-vvpat-machines

ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟିଂ ଚାରି ରହିଛି। ତେବେ ଏହାରି ଭିତରେ ପଶ୍ଚିମବରେ ପୁଣି ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ବୋମା ମାଡ ସାଙ୍ଗକୁ ଭିଭିପାଟ୍‌ ଓ ଇଭିଏମ୍‌କୁ ଟେକି ନେଇ ଲୋକେ ପୋଖରୀର ଫିଙ୍ଗି ଦେଇଛନ୍ତି।

Advertisment

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଭୋଟିଂ ବେଳେ ଜୋରଦାର ହଙ୍ଗାମା ହୋଇଥିବା ଖବର ସାମ୍ନାକୁ ଆସିଛି। ଏଠାକାର କଲତାଇ ବୁଥ ନମ୍ବର ୪୦, ୪୧ରେ ଲୋକେ ଇଭିଏମ୍‌ ଓ ଭିଭିନାଟ୍‌ ମେସିନକୁ ପୋଲିଂ ବୁଥ ଭିତରୁ ଟେକି ନେଇ ପୋଖରୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସେହିପରି ଦକ୍ଷିଣ ଚବିଶ ପ୍ରଗଣାର ଭଙ୍ଗର ଅଞ୍ଚଳରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି। ଯାଦବପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଙ୍ଗର ସତୁଲିଆ ଅଞ୍ଚଳରେ ଘଟିଥିବା ଏହି ସଂଘର୍ଷରେ ପ୍ରାୟ ୧୦ ଆଇଏସଏଫ ଏବଂ ଟିଏମସି କର୍ମୀ ଆହତ ହୋଇଛନ୍ତି। ଆଇଏସଏଫ ଏବଂ ସିପିଏମ କର୍ମଚାରୀମାନେ ଟିଏମସି କର୍ମୀଙ୍କୁ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ଅନେକ ଜୀବନ୍ତ ବୋମା ଉଦ୍ଧାର ହୋଇଥିବା ସୂଚନା ମିଳିଛି।

Advertisment

ଆଜି ଲୋକସଭା ନିର୍ବାଚନ୨୦୨୪ର ସପ୍ତମ ପର୍ଯ୍ୟାୟ ମତଦାନ ଜରି ରହିଛି। ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଚାଲିଛି ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟିଂ ସନ୍ଧ୍ୟା ୬ଟା ଯାଏ ଚାଲିବ। ଏହି ପର୍ଯ୍ୟାୟ ଭୋଟ୍ ସହିତ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ନିର୍ବାଚନର ସମସ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ସମାପ୍ତ ହେବ।

VVPAT EVM Poll Violence Loksabha Election 2024 Election Violence