Advertisment

Spying For Pakistan: ପାକିସ୍ତାନ ପାଇଁ କାମ କରୁଥିବା ବାୟୁସେନାର ପୂର୍ବତନ କର୍ମଚାରୀ ଗିରଫ

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଏକଦା ଭାରତୀୟ ବାୟୁ ସେନାରେ କାମ କରୁଥିଲେ। ତାଙ୍କ ନାଁ କୁଲେନ୍ଦ୍ର ଶର୍ମା। ତାଙ୍କ ଘର ଆସାମର ତେଜପୁର ଅନ୍ତର୍ଗତ ପଟିଆ ଅଞ୍ଚଳରେ।

spy

ଗିରଫ କୁଲେନ୍ଦ୍ର ଶର୍ମା

Advertisment

ଦେଶରେ ରହୁଥିଲେ। ଦେଶର ଖାଉଥିଲେ। ଦେଶର ସେନା ବାହିନୀ ପାଇଁ କାମ ବି କରିଥିଲେ। କିନ୍ତୁ ଭାରତରେ ରହି ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ ହାତ ମିଳାଇଥିଲେ। ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ସେଭଳି ଜଣେ ବ୍ୟକ୍ତିଙ୍କୁ ଆସମ ପୁଲିସ ଗିରଫ କରିଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଏକଦା ଭାରତୀୟ ବାୟୁ ସେନାରେ କାମ କରୁଥିଲେ। 

Advertisment

ତାଙ୍କ ନାଁ କୁଲେନ୍ଦ୍ର ଶର୍ମା। ତାଙ୍କ ଘର ଆସାମ(Assam )ର ତେଜପୁର ଅନ୍ତର୍ଗତ ପଟିଆ ଅଞ୍ଚଳରେ। କିଛି ଦିନ ଧରି ତାଙ୍କ ଉପରେ ପୁଲିସ୍‌ ନଜର ରଖିଥିଲା। ଶେଷରେ ତାଙ୍କୁ ଗୁଇନ୍ଦାଗିରି ଘଟଣାରେ ଗିରଫ କରାଯାଇଛି। 

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଗିରଫ କୁଲେନ୍ଦ୍ର ଶର୍ମା ବେଶ କିଛି ଦିନ ଧରି ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଯୋଗାଯୋଗରେ ଥିବା ଲୋକଙ୍କ ଲିଙ୍କରେ ଥିଲେ। ସେମାନଙ୍କ ସହ ନିୟମିତ ଯୋଗାଯୋଗ କରିବା ସହ ସମ୍ବେଦନଶୀଳ ତଥ୍ୟ ହସ୍ତାନ୍ତର କରୁଥିଲେ। ତାଙ୍କ ମୋବାଇଲ ଫୋନ ଓ ଲାପଟପରୁ ଅତ୍ୟନ୍ତ ସନ୍ଦେହଜନକ ଜିନିଷ ସବୁ ମିଳିଛି। ତଥାପି କିଛି ଜିନିଷକୁ ସେ ଡିଲିଟ କରି ଦେଇଥିବା ଜଣାପଡ଼ିଛି। 

Advertisment

ସୋନିତପୁର ଡିଏସ୍‌ପି ହରିଚରଣ ଭୂମିଜ କହିଛନ୍ତି, କୁଲେନ୍ଦ୍ର ଶର୍ମାଙ୍କ ପାକିସ୍ତାନ(Pakistan) ଲିଙ୍କର ପୂରା ପ୍ରମାଣ ରହିଛି। ତଥାପି ଘଟଣାର ତଦନ୍ତ ଶେଷ ହେବା ପରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିବ। ବାୟୁସେନାରୁ ଅବସର ନେବା ପୂର୍ବରୁ ଶର୍ମା ଜୁନିୟର ୱାରେଣ୍ଟ ଅଫିସର ଭାବେ କାମ କରୁଥିଲେ।

ତେଜପୁର ସ୍ଥିତ ଏୟାର ଫୋର୍ସ ଷ୍ଟେସନରେ ସେ ନିଯୁକ୍ତି ପାଇଥିଲେ। ଏଠାରେ ଥିବା ସୁଖୋଇ ୩୦ ସ୍କ୍ୱାର୍ଡନ ସହ ସେ ଭଲ ଭାବେ ଜଡ଼ିତ। ୨୦୦୨ରେ ସେ ଅବସର ନେଇଥିଲେ ଓ ଏହାପରେ ତେଜପୁର ବିଶ୍ୱବିଦ୍ୟାଳୟରେ କିଛି ସମୟ କାମ କରିଥିଲେ। 

ଆଜି ସକାଳୁ ତାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ। ଏହାପରେ ପୁଲିସ୍‌ ତାଙ୍କୁ ରିମାଣ୍ଡରେ ଆଣିବାର ଯୋଜନା ମଧ୍ୟ ରହିଛି। 

Assam Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe