ଚୀନର ତଥାକଥିତ 'ଷ୍ଟାଣ୍ଡାର୍ଡ ମ୍ୟାପ୍'କୁ ନେଇ ନିକଟରେ ଦେଖା ଦେଇଥିଲା ବିବାଦ। ଏହି 'ଷ୍ଟାଣ୍ଡାର୍ଡ ମ୍ୟାପ୍' ଭର୍ସନ୍ 2023ରେ ଚୀନ୍ ଭାରତର କିଛି ସ୍ଥାନକୁ ନିଜ ଅଧୀନରେ ନେଇଥିବା ଉଲ୍ଲେଖ କରିଥିଲା। ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାଙ୍କ ଉପରେ ବର୍ଷି ଥିବାବେଳେ ଚୀନ୍ ଆମର ଜମି ନେଇଯାଇଥିବା ମଧ୍ୟ ସାଧାରଣେ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏହା ଉପରୁ ପରଦା ହଟାଇଛନ୍ତି ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ।
Finally someone has got the map of China as it really is. pic.twitter.com/8whTfICQNS
— Manoj Naravane (@ManojNaravane) September 12, 2023
ନରୱାଣେ ସୋଶାଲ ମିଡିଆରେ ଏକ ମ୍ୟାପ୍ ଶେଆର୍ କରି, 'ଶେଷରେ କେହି ଜଣେ ଚୀନର ପ୍ରକୃତ ମ୍ୟାପ୍ ପାଇଛନ୍ତି' ବୋଲି କ୍ୟାପସନରେ ଲେଖିଛନ୍ତି। ମାତ୍ର ଏ ମ୍ୟାପ୍ କେଉଁ ଉତ୍ସରୁ ପାଇଛନ୍ତି ସେ ବାବଦରେ କୌଣସି ସୂଚନା ପ୍ରକାଶ କରିନାହାଁନ୍ତି ନରୱାଣେ। ପୂର୍ବ ଆର୍ମି ମୁଖ୍ୟ ଶେଆର୍ କରିଥିବା ମ୍ୟାପରେ ସେହି ସବୁ କ୍ଷେତ୍ରଗୁଡିକ ଦର୍ଶାଯାଇଛି, ଯେପରି ବହୁ ପୂର୍ବରୁ ଥିଲା। ପଶ୍ଚିମ ପାର୍ଶ୍ୱରେ ତିବ୍ଦତ ଏବଂ ପୂର୍ବ ତୁର୍କୀସ୍ତାନ, ଭାରତ ଏବଂ ଚୀନ୍ ମଧ୍ୟରେ ଏକ ସୀମାନ୍ତ ଅଞ୍ଚଳ ଭଳି ରହିଛି।
ଏଥିରୁ ଜଣାଯାଉଛି ଯେ, ୧୯୫୦ ଦଶକ ପୂର୍ବରୁ ଭାରତ ଏବଂ ଚୀନ୍ ମଧ୍ୟରେ କୌଣସି ସୀମା ବଣ୍ଟନ ହୋଇନାହିଁ। ସମ୍ପ୍ରତି ଭାରତ ଏବଂ ଚୀନ୍ ମଧ୍ୟରେ ଏକ ସୀମା ବଣ୍ଟନ ନେଇ ଯୋଜନା ଚାଲିଛି। ଏକ ଭାରତୀୟ ସରକାରୀ ଦଲିଲରେ ଦର୍ଶାଯାଇଛି ଯେ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ସୀମା ଦେଇ ଚୀନ୍ ସହିତ ୩୪୮୮ କିଲୋମିଟର ଦୀର୍ଘ ସୀମା ବଣ୍ଟା ଯାଇଛି।
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ସ୍ଥାନରୁ କେତେ ପର୍ଯ୍ୟନ୍ତ ସୀମା ରହିବ ତାହା ନିର୍ଦ୍ଦିଷ୍ଟ କରାଯାଇ ନାହିଁ ଏବଂ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ନିକଟରେ ଚୀନ୍ ତଥାକଥିତ 'ଷ୍ଟାଣ୍ଡାର୍ଡ ମ୍ୟାପ୍' ଭର୍ସନ୍ ୨୦୨୩ ପ୍ରକାଶ କରିଥିଲା। ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।