Advertisment

ଚୀନ୍ ମ୍ୟାପ୍ ବିବାଦ, ପୂର୍ବତନ ସେନା ମୁଖ୍ୟ କହିଲେ...

ଚୀନର ତଥାକଥିତ 'ଷ୍ଟାଣ୍ଡାର୍ଡ ମ୍ୟାପ୍'କୁ ନେଇ ନିକଟରେ ଦେଖା ଦେଇଥିବା ବିବାଦ ଉପରୁ ପରଦା ଉଠାଇଲେ ପୂର୍ବତନ ସେନା ମୁଖ୍ୟ ଏମଏମ ନରୱାଣେ। ଏକ ମ୍ୟାପ୍ ଶେଆର୍ କରି ସେ ଲେଖିଛନ୍ତି...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଚୀନର ତଥାକଥିତ 'ଷ୍ଟାଣ୍ଡାର୍ଡ ମ୍ୟାପ୍'କୁ ନେଇ ନିକଟରେ ଦେଖା ଦେଇଥିଲା ବିବାଦ। ଏହି 'ଷ୍ଟାଣ୍ଡାର୍ଡ ମ୍ୟାପ୍' ଭର୍ସନ୍ 2023ରେ ଚୀନ୍ ଭାରତର କିଛି ସ୍ଥାନକୁ ନିଜ ଅଧୀନରେ ନେଇଥିବା ଉଲ୍ଲେଖ କରିଥିଲା। ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାଙ୍କ ଉପରେ ବର୍ଷି ଥିବାବେଳେ ଚୀନ୍ ଆମର ଜମି ନେଇଯାଇଥିବା ମଧ୍ୟ ସାଧାରଣେ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏହା ଉପରୁ ପରଦା ହଟାଇଛନ୍ତି ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ।  

Advertisment

ନରୱାଣେ ସୋଶାଲ ମିଡିଆରେ ଏକ ମ୍ୟାପ୍ ଶେଆର୍ କରି, 'ଶେଷରେ କେହି ଜଣେ ଚୀନର ପ୍ରକୃତ ମ୍ୟାପ୍ ପାଇଛନ୍ତି' ବୋଲି କ୍ୟାପସନରେ ଲେଖିଛନ୍ତି। ମାତ୍ର ଏ ମ୍ୟାପ୍ କେଉଁ ଉତ୍ସରୁ ପାଇଛନ୍ତି ସେ ବାବଦରେ କୌଣସି ସୂଚନା ପ୍ରକାଶ କରିନାହାଁନ୍ତି ନରୱାଣେ। ପୂର୍ବ ଆର୍ମି ମୁଖ୍ୟ ଶେଆର୍ କରିଥିବା ମ୍ୟାପରେ ସେହି ସବୁ କ୍ଷେତ୍ରଗୁଡିକ ଦର୍ଶାଯାଇଛି, ଯେପରି ବହୁ ପୂର୍ବରୁ ଥିଲା। ପଶ୍ଚିମ ପାର୍ଶ୍ୱରେ ତିବ୍ଦତ ଏବଂ ପୂର୍ବ ତୁର୍କୀସ୍ତାନ, ଭାରତ ଏବଂ ଚୀନ୍ ମଧ୍ୟରେ ଏକ ସୀମାନ୍ତ ଅଞ୍ଚଳ ଭଳି ରହିଛି।

Advertisment

ଏଥିରୁ ଜଣାଯାଉଛି ଯେ, ୧୯୫୦ ଦଶକ ପୂର୍ବରୁ ଭାରତ ଏବଂ ଚୀନ୍ ମଧ୍ୟରେ କୌଣସି ସୀମା ବଣ୍ଟନ ହୋଇନାହିଁ। ସମ୍ପ୍ରତି ଭାରତ ଏବଂ ଚୀନ୍ ମଧ୍ୟରେ ଏକ ସୀମା ବଣ୍ଟନ ନେଇ ଯୋଜନା ଚାଲିଛି। ଏକ ଭାରତୀୟ ସରକାରୀ ଦଲିଲରେ ଦର୍ଶାଯାଇଛି ଯେ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ସୀମା ଦେଇ ଚୀନ୍ ସହିତ ୩୪୮୮ କିଲୋମିଟର ଦୀର୍ଘ ସୀମା ବଣ୍ଟା ଯାଇଛି।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ସ୍ଥାନରୁ କେତେ ପର୍ଯ୍ୟନ୍ତ ସୀମା ରହିବ ତାହା ନିର୍ଦ୍ଦିଷ୍ଟ କରାଯାଇ ନାହିଁ ଏବଂ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ନିକଟରେ ଚୀନ୍ ତଥାକଥିତ 'ଷ୍ଟାଣ୍ଡାର୍ଡ ମ୍ୟାପ୍' ଭର୍ସନ୍ ୨୦୨୩ ପ୍ରକାଶ କରିଥିଲା। ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ। 

MM Naravane Beijing Map Row China Map India China Map
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe