Advertisment

Assam Election: ଇସ୍ତଫା ଦେବାର କିଛି ଘଣ୍ଟା ପରେ ୟୁ-ଟର୍ଣ୍ଣ ମାରିଲେ କଂଗ୍ରେସ ନେତା ଭୂପେନ

ଦଳୀୟ ନେତୃବୃନ୍ଦ ତାଙ୍କୁ ଅଣଦେଖା କରୁଥିବାରୁ ସେ ଇସ୍ତଫା ଦେବାକୁ ଚାହୁଁଥିବା ଖଡଗେଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ କଂଗ୍ରେସର ଆସାମ ମୁଖ୍ୟ ଗୌରବ ଗୋଗୋଇଙ୍କ ସମେତ ଆସାମ ପ୍ରଭାର ଜିତେନ୍ଦ୍ର ସିଂହ ପ୍ରମୁଖ ଶ୍ରୀ ବୋରାଙ୍କ ଘରେ ପହଞ୍ଚିଥିଲେ।

author-image
Hemant Lenka
Bhupen-Borah

ଭୂପେନ ବୋରା

ଆସାମ(Assam) କଂଗ୍ରେସରେ ହାଇଡ୍ରାମା। ଦଳର ପୂର୍ବତନ ରାଜ୍ୟ ମୁଖ୍ୟ ଭୂପେନ କୁମାର ବୋରା ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇଥିଲେ। ଏହାକୁ ନେଇ ବେଶ ହଇଚଇ ଦେଖିବାକୁ ମିଳିଥିଲା। କିନ୍ତୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିସହ ସକାଳୁ ଇସ୍ତଫା ଡ୍ରାମାକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Advertisment

ଦଳୀୟ ନେତୃବୃନ୍ଦ ତାଙ୍କୁ ଅଣଦେଖା କରୁଥିବାରୁ ସେ ଇସ୍ତଫା ଦେବାକୁ ଚାହୁଁଥିବା ଖଡଗେଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ କଂଗ୍ରେସର ଆସାମ ମୁଖ୍ୟ ଗୌରବ ଗୋଗୋଇଙ୍କ ସମେତ ଆସାମ ପ୍ରଭାର ଜିତେନ୍ଦ୍ର ସିଂହ ପ୍ରମୁଖ ଶ୍ରୀ ବୋରାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେମାନେ ତାଙ୍କୁ ବୁଝାସୁଝା କରିବା ସହ ଦଳରେ ରହିବାକୁ କହିଥିଲେ।

ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ବ୍ୟକ୍ତିଗତ ଭାବେ ବୋରାଙ୍କ ସହ କଥା ହୋଇଥିଲେ। ଏହାପରେ ସେ ନିଜ ନିଷ୍ପତ୍ତି ବଦଳାଇ ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ଯାଉଥିବା ଘୋଷଣା କରିଛନ୍ତି। 

Advertisment

ବୋରା ଆସାମ କଂଗ୍ରେସ ମୁଖିଆ ଭାବେ ୨୦୨୧ରୁ ୨୦୨୫ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ସାଂସଦ ଗୌରବ ଗୋଗୋଇଙ୍କୁ କଂଗ୍ରେସ ଆସାମ କମାଣ ଧରାଇଥିଲା। ସେବେଠାରୁ ବୋରା କଂଗ୍ରେସରେ ଅଣଦେଖା ହୋଇ ଚାଲିଥିଲେ। ଦୁଇ ଥରର ବିଧାୟକ ବୋରା ଗୁହାଟୀରେ କହିଛନ୍ତି ଯେ ସକାଳ ୮ଟାରେ ସେ ଦଳର ହାଇକମାଣ୍ଡକୁ ନିଜର ଇସ୍ତଫାପତ୍ର ପଠାଇବା ସହ ଏହାର କାରଣ ସେଥିରେ ଉଲ୍ଲେଖ କରିଥିଲେ। 

ବୋରାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସିଧାଳସଳ ବିଜେପିକୁ ନିମନ୍ତ୍ରଣ କରିଥିଲେ। ଏପରି କି ତାଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ଗୋଟିଏ ସୁରକ୍ଷିତ ଆସନ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ହେଲେ ବୋରା ସମସ୍ତଙ୍କୁ ଚକିତ କରି ଇସ୍ତଫା ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି।

ଆଗକୁ ଆସାମ ବିଧାନସଭା ନିର୍ବାଚନ ହେବ। ତେଣୁ ୩୨ ଧରି କଂଗ୍ରେସରେ ଥିବା ବୋରା ଦଳ ଛାଡ଼ିଥିଲେ ହେଁ ଏହାର ପ୍ରଭାବ ନିଶ୍ଚିତ ଭାବେ ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ଥିଲା। ଖାସ ଏହି କାରଣ ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କ ସହ ଆଲୋଚନା କରି ଦଳରେ ରହିବାକୁ କହିଥିଲେ। 

Assam