Advertisment

ଦୁଇ ପୁଅଙ୍କ ରୋଗ ସମ୍ପର୍କରେ ଟ୍ୱିଟ କରିବା ପରେ ମିଳିଲା ପୂରା ପରିବାରର ମୃତଦେହ

ଦୁଇ ନାବାଳକ ପୁଅ muscular dystrophy( ମାଂସପେଶୀ ଜନିତ ରୋଗ)ରେ ଆକ୍ରାନ୍ତ ହୋଇଥିଲେ।

author-image
Hemant Lenka
Ex BJP Corporator

Ex BJP Corporator

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଘର ଭିତରୁ ମିଳିଛି ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ। ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ମିଶି ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଏହି ଘଟଣା ପୂର୍ବରୁ ବ୍ୟକ୍ତି ଜଣଙ୍କ ଗୋଟିଏ ଟ୍ୱିଟ କରିଥିଲେ।

Advertisment

ଏଥିରେ ତାଙ୍କର ଦୁଇ ନାବାଳକ ପୁଅ muscular dystrophy( ମାଂସପେଶୀ ଜନିତ ରୋଗ)ରେ ଆକ୍ରାନ୍ତ ହୋଇଥିଲେ। ଏହା ଆରୋଗ୍ୟସାଧ୍ୟ ନୁହେଁ। ଆଜି ଯାଏ ଏହି ରୋଗ ପାଇଁ ଔଷଧ ମଧ୍ୟ ବାହିରି ନାହିଁ। ଦୁଇ ପୁଅ ଏପରି ମାରାତ୍ମକ ରୋଗରେ ପୀଡ଼ିତ ଥିବାରୁ ଅନେକ କଷ୍ଟ ମଧ୍ୟ ପାଉଛନ୍ତି ବୋଲି ବ୍ୟକ୍ତି ଜଣଙ୍କ ପୋଷ୍ଟ କରିଥିଲେ। ଏହି ଟ୍ୱିଟର ପରେ ଘର ଭିତରୁ ୪ ଜଣଙ୍କ ମୃତଦେହ ମିଳିଛି।

ମୃତକମାନେ ହେଲେ ସଞ୍ଜୀବ ମିଶ୍ରା, ତାଙ୍କ ପତ୍ନୀ ନୀଲମ, ପୁଅ ଅନମୋଲ(୧୩) ଓ ସାର୍ଥକ(୭)। ସଞ୍ଜୀବ ହେଉଛନ୍ତି ବିଜେପିର ଜଣେ ପୂର୍ବତନ କର୍ପୋରେଟର। ପୁଲିସ୍‌ କହିଛି ଯେ ଦୁଇ ପିଲାଙ୍କ ରୋଗ ପାଇଁ ଦମ୍ପତି ମାନସିକ ଅସ୍ଥିରତା ମଧ୍ୟରେ ରହିଥିଲେ। ତେଣୁ ସେମାନେ ପ୍ରଥମେ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ସିଭିଲ ଲାଇନ୍ସ ପୁଲିସ ଷ୍ଟେସନରେ ଏନେଇ ଗୋଟିଲ ମାମଲା ମଧ୍ୟ ରୁଜୁ କରାଯାଇଛି।

Advertisment

ସଞ୍ଜୀବ ଆତ୍ମହତ୍ୟାର ଦିନକ ପୂର୍ବରୁ ଟ୍ୱିଟ କରି କହିଥିଲେ ଯେ “ ଭଗବାନ ଶତ୍ରୁମାନଙ୍କ ପିଲାମାନଙ୍କୁ ଏହି ରୋଗରୁ ମୁକ୍ତି ଦିଅନ୍ତୁ। ମୁଁ ମୋ ପିଲାମାନଙ୍କୁ ବଞ୍ଚାଇ ପାରୁନି। ମୁଁ ଆଉ ବଞ୍ଚିବାକୁ ଚାହୁଁନି।” ଏହି ଟ୍ୱିଟକୁ ତାଙ୍କ ସମ୍ପର୍କୀୟମାନେ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ ସଞ୍ଜୀବଙ୍କ ଘରେ ପହଞ୍ଚିଥିଲା। ହେଲେ ସେ କବାଟ ଖୋଲି ନଥିଲେ। ଶେଷରେ ପୁଲିସ୍‌ ଲକ୍‌ ଭାଙ୍ଗି ଭିତରେ ପ୍ରବେଶ କରିଥିଲା ଓ ନିସ୍ତେଜ ହୋଇ ପଡ଼ି ରହିଥିବା ପରିବାରର ୪ ସଦସ୍ୟଙ୍କୁ ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

Bjp Family Dead