Advertisment

ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ

କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।

ଅଦ୍ୟତନ ହୋଇଛି
Ajay Bhalla

Ajay Bhalla

Advertisment

ଦେଶର ପୂର୍ବତନ ଗୃହ ସଚିନ ଅଜୟ ଭଲ୍ଲାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ପ୍ରଶାସନିକ ସେବାରୁ ଅବସର ନେବା ପରେ ତାଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି।

Advertisment

୨୦୨୩ ମେ’ ମାସରୁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛନ୍ତି। ଅଶାନ୍ତ ମଣିପୁରରୁ ଶାନ୍ତ କରିବା ପାଇଁ ଭଲ୍ଲାଙ୍କ ଭଳି ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ସେଠାକାର ରାଜ୍ୟପାଳ କରାଯାଇଥିବା କୁହାଯାଉଛି।

ଏବେ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କ ସ୍ଥାନ ନେବେ ଅଜୟ କୁମାର ଭଲ୍ଲା। ଶ୍ରୀ ଆଚାର୍ଯ୍ୟ ଜୁଲାଇ ୩୧ରେ ମଣିପୁରର ରାଜ୍ୟପାଳ ହୋଇଥିଲେ। ସେ ମଣିପୁରରେ ହିଂସା ରୋକିବାରେ ବିଫଳ ହେବାରୁ ଏବେ ତାଙ୍କୁ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି।

Advertisment

ଶ୍ରୀ ଭଲ୍ଲା ହେଉଛନ୍ତି ୧୯୮୪ ମସିହା ଆସାମ-ମେଘାଳୟ ଆଇଏସ କ୍ୟାଡର। ସେ ଦେଶର ଗୃହ ସଚିବ ଭାବେ ପ୍ରାୟ ୫ ବର୍ଷ କାମ କରିବା ପରେ ୨୦୨୪ ଅଗଷ୍ଟରେ ଅବସର ନେଇଥିଲେ। ପଞ୍ଜାବ ଅନ୍ତର୍ଗତ ଜଲନ୍ଧରର ମୂଳ ବାସିନ୍ଦା ହେଉଛନ୍ତି ଭଲ୍ଲା। 

ଅନ୍ୟପକ୍ଷରେ ଦେଶର ପୂର୍ବତନ ସେନା ମୁଖ୍ୟ ତଥା ମୋଦି ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିବା ଜେନେରାଲ(ଅବସରପ୍ରାପ୍ତ) ଭିକେ ସିଂହଙ୍କୁ ମଧ୍ୟ ରାଜ୍ୟପାଳ କରାଯାଇଛି। ସେ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ ପାଇଛନ୍ତି।

ଏହବାଦ କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେବେ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। 

Ajay Bhalla Governor Of Odisha Manipur Violence Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe