Advertisment

୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ହେବା ଘଟଣା: ପ୍ରଭାବିତ ହେବେ କି ସାଧାରଣ ଲୋକ?

ତାଙ୍କ କହିବା କଥା ଯେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ଦ୍ୱାରା ସମାଜର ସାଧାରଣ ଲୋକମାନେ ଆଦୌ ପ୍ରଭାବିତ ହେବେ ନାହିଁ। ତାଙ୍କ ମତରେ ୨ ହଜାର ଟଙ୍କିଆ ନୋଟ ଦୈନନ୍ଦିନ ଜୀବନରେ ଅଧିକ ମାତ୍ରାରେ ବ୍ୟବହାର ହେଉନାହିଁ। ଏହାର କ୍ୟାଶ ପ୍ରଚଳନ କେବଳ ୧୦%।

Note

Note

Advertisment

ଆରବିଆଇ ଶୁକ୍ରବାର ହଠାତ୍‌ ଗୋଟିଏ ବିବୃତି ଜାରି କରି ବଜାରରେ ବ୍ୟବହୃତ ହେଉଥିବା ସମସ୍ତ ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ହୋଇଯିବ ବୋଲି ସୂଚନା ଦେଇଥିଲା। ମେ’ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଲୋକମାନେ ସେମାନଙ୍କ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ବଦଳାଇ ପାରିବେ।

Advertisment

ତେବେ ଆରବିଆଇର ଏପରି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ କି? ୨୦୧୬ ବିମୁଦ୍ରାକରଣ ବେଳେ ଯେମିତି ଲୋକମାନେ ହଇରାଣ ହୋଇଥିଲେ, ସେଭଳି ସ୍ଥିତି ଉପୁଜିବ କି? ଏହାର ଜବାବ ଦେଶର ପୂର୍ବତନ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣାମୂର୍ତ୍ତୀ ସବ୍ରମଣିଅନ ଦେଇଛନ୍ତି। 

ତାଙ୍କ କହିବା କଥା ଯେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ଦ୍ୱାରା ସମାଜର ସାଧାରଣ ଲୋକମାନେ ଆଦୌ ପ୍ରଭାବିତ ହେବେ ନାହିଁ। ତାଙ୍କ ମତରେ ୨ ହଜାର ଟଙ୍କିଆ ନୋଟ ଦୈନନ୍ଦିନ ଜୀବନରେ ଅଧିକ ମାତ୍ରାରେ ବ୍ୟବହାର ହେଉନାହିଁ। ଏହାର କ୍ୟାଶ ପ୍ରଚଳନ କେବଳ ୧୦%।

Advertisment

ଦ୍ୱିତୀୟତଃ ସାଧାରଣ ଲୋକମାନେ ଏବେ ଡିଜିଟାଲ ଉପାୟରେ ନେଣଦେଶ କରୁଛନ୍ତି। ବହୁତ କମ ଲୋକ ନଗଦ ଟଙ୍କାର ବ୍ୟବହାର କରୁଛନ୍ତି। ଯେତେବେଳେ ଜଣେ କିଛି କିଣିବାକୁ ଯାଉଛି, ଉଦାହରଣ ଭାବେ ଚା’ ପାଇଁ ଅର୍ଡରକୁ ବିଚାରକୁ ନିଆଯାଉ। ଏହି ସମୟରେ ଚା’ ଦୋକାନୀଙ୍କୁ ଖୁଚୁରା ପାଇଁ ନିଜର ପକେଟ କିମ୍ବା ଥଳିକୁ ଦେଖିବାକୁ ପଡ଼ୁନି। ଗ୍ରାହକ ବେଶ ଆରାମରେ ପେଟିଏମ ଓ ଫୋନପେ’ରେ କରି ଦେଉଛନ୍ତି।

ଚା’ ଦୋକାନୀଙ୍କୁ ସକାଳେ ଯିଏ କ୍ଷୀର ଦେଇଥାଏ, ସେ ସନ୍ଧ୍ୟାରେ ଟଙ୍କା ନେବାକୁ ଅପେକ୍ଷା କରନ୍ତି। ଏବେ ଉଭୟ ଆଉ ଖୁଚୁରା ପାଇଁ ବ୍ୟସ୍ତ ହେଉନାହାନ୍ତି। ଏପରି କି କ୍ଷୀର ଦେଇଥିବା ଲୋକକୁ ମଧ୍ୟ ଦୋକାନ ପାଖକୁ ଆସିବାକୁ ପଡ଼ୁନି। କାରଣ ସବୁ କିଛି ଡିଜିଟାଲ ନେଣଦେଣରେ ହୋଇଯାଉଛି। ଏହି ଡିଜିଟାଲ ନେଣଦେଣ ସାଧାରଣ ଲୋକଙ୍କୁ ସୁବିଧା ହେଉଛି।

ଡିଜିଟାଲ କାରବାର ଦେଶର ବିଭିନ୍ନ ପ୍ରାନ୍ତରେ ହେଉଛି। ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଲାଣି। ବିସିଜି ରିପୋର୍ଟ ଅନୁସାରେ ୩ ଟ୍ରିଲିୟନ ଡଲାରର ଟ୍ରାଞ୍ଜାକସନ ଡିଜିଟାଲ ଉପାୟରେ ହେଉଛି। ପ୍ରତି ୩ଟି କାରବାରରୁ ୨ଟି ଡିଜିଟାଲ ଉପାୟରେ କରାଯାଉଛି। ଆଗକୁ ଏହା ବୃଦ୍ଧି ପାଇବ। ତେଣୁ ୨ ହଜାର ଟଙ୍କିଆ ନୋଟର ପ୍ରତ୍ୟାହାର ସାଧାରଣ ଲୋକଙ୍କୁ ଆଦୌ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି।

RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe