Advertisment

ନାଗା-ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ!

୨୦୧୭ରେ ନାଗା ଓ ସାମନ୍ଥାଙ୍କ ବିବାହ ହୋଇଥିଲା। ୨୦୨୧ରୁ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ।

author-image
Jitendra Garnayak
Naga and Samantha

Naga and Samantha

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ପଛରେ ରହିଛି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତି (BRS) ନେତା କେଟି ରାମା ରାଓଙ୍କ ହାତ। ଏଭଳି ଦାବି କରିଛନ୍ତି ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା। ଆଉ ତାଙ୍କର ଏହି ଦାବି ପରେ ସୃଷ୍ଟି ହୋଇଛି ଝଡ଼। ତାଙ୍କୁ ତୀବ୍ର ସମାଲୋଚନା କରିବା ସହିତ ସେ ଦେଇଥିବା ମନ୍ତବ୍ୟ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି ନାଗା ଚୈତନ୍ୟଙ୍କ ବାପା ତଥା ଭେଟେରାନ ତେଲୁଗୁ ଅଭିନେତା ନାଗାର୍ଜୁନ।

Advertisment

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ବିଆରଏସ୍ ନେତା କେଟି ରାମା ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ତାଙ୍କ (କେଟି ରାମା ରାଓ) ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଛନ୍ତି ଓ ଶୀଘ୍ର ବାହା ହୋଇପଡ଼ିଛନ୍ତି। କାରଣ କେଟି ରାମା ରାଓ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ ଓ ଡ୍ରଗ୍ ସଂପର୍କିତ ବିବାଦ ଗୁଡ଼ିକରେ ସଂପୃକ୍ତ ଥିଲେ।

ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ଆହୁରି କହିଥିଲେ, କେଟି ରାମା ରାଓ ନିଜେ ଡ୍ରଗ୍ସ ନେଉଥିଲେ। ଅନ୍ୟ ଲୋକଙ୍କୁ ଏଥିରେ ଅଭ୍ୟସ୍ତ କରାଉଥିଲେ। ବିଭିନ୍ନ ସମୟରେ ରେଭ ପାର୍ଟି ଆୟୋଜନ କରୁଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଡ୍ରଗ୍ସ ସହିତ ଅଭ୍ୟସ୍ତ କରାଇବା ପରେ ସେମାନଙ୍କୁ ବ୍ଲାକ ମେଲ କରୁଥିଲେ। ଏ କଥା ସମସ୍ତେ ଜାଣିଛନ୍ତି।

Advertisment
KT Rama Raoକେଟି ରାମା ରାଓ

ଅନ୍ୟପକ୍ଷରେ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛର କାରଣ କେଟି ରାମା ରାଓ ବୋଲି ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା କରିଥିବା ଦାବିକୁ ଦୃଢ଼ ସ୍ୱରରେ ଖଣ୍ଡନ କରିଛନ୍ତି ନାଗାଙ୍କ ବାପା ନାଗାର୍ଜୁନ। ସେ କହିଛନ୍ତି, ମୁଁ ସମ୍ମାନନୀୟ ମନ୍ତ୍ରୀ ଶ୍ରୀମତୀ କୋଣ୍ଡା ସୁରେଖାଙ୍କ ମନ୍ତବ୍ୟକୁ ଦୃଢ଼ ଭାବେ ନିନ୍ଦା କରୁଛି। ବିରୋଧୀମାନଙ୍କୁ ସମାଲୋଚନା କରିବାକୁ ରାଜନୀତିଠାରୁ ଦୂରେଇ ରହୁଥିବା ଫିଲ୍ମ ଷ୍ଟାରମାନଙ୍କ ଜୀବନକୁ ବ୍ୟବହାର କରନ୍ତୁ ନାହିଁ। ଦୟାକରି ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ।

ସେ ଆହୁରି କହିଛନ୍ତି, ଆପଣ ଜଣେ ମହିଳା ହୋଇ ଓ ଏକ ଦାୟିତ୍ୱବାନ ପଦବୀରେ ଥାଇ ସୁଦ୍ଧା ଆମ ପରିବାର ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ଓ ଅଭିଯୋଗ କରିଛନ୍ତି, ତାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ଓ ମିଛ। ମୁଁ ଅନୁରୋଧ କରୁଛି, ଆପଣ ତୁରନ୍ତ ଆପଣଙ୍କ ମନ୍ତବ୍ୟ ପ୍ରତ୍ୟାହାର କରି ନିଅନ୍ତୁ।

ଏହି ଘଟଣା ନେଇ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତି (BRS) ନେତା କେଟି ରାମା ରାଓ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ତାଙ୍କ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ହରିଶ ରାଓ ଥାନ୍ନୀରୁ ଦାବି କରିଛନ୍ତି ଯେ କଂଗ୍ରେସ ନିଃସର୍ତ୍ତ କ୍ଷମା ମାଗୁ।

୨୦୧୭ରେ ନାଗା ଓ ସାମନ୍ଥାଙ୍କ ବିବାହ ହୋଇଥିଲା। ୨୦୨୧ରୁ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ। ବିବାହ ବିଚ୍ଛେଦ ପରେ ଗତ ଅଗଷ୍ଟ ମାସରେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହିତ ନାଗାଙ୍କର ନିର୍ବନ୍ଧ ହୋଇଛି।

Samantha Ruth Prabhu Naga Chaitanya Engaged