Advertisment

ଲିଙ୍ଗ ପରିବର୍ତ୍ତନ କରିବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରି ‘ସୁଚେତନା’ରୁ ‘ସୁଚେତନ’ ହେବେ।

author-image
Jitendra Garnayak
Suchetana

Suchetana

ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ। ସେ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରି ‘ସୁଚେତନା’ରୁ ‘ସୁଚେତନ’ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ଆଇନ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଉଛନ୍ତି। ତା’ସହିତ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଅନୁମୋଦନ ପତ୍ର ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

Advertisment

ନିକଟରେ ସୁଚେତନା ଏକ ଏଲ୍‌ଜିବିଟିକ୍ୟୁ (Lesbian, gay, bisexual, and transgender) କର୍ମଶାଳାରେ ଯୋଗ ଦେଇଥିବା ବେଳେ ସେ ନିଜକୁ ଜଣେ ପୁରୁଷ ମନେ କରନ୍ତି ବୋଲି କହିଥିଲେ। ସେ ପୁରୁଷ ହେବା ପାଇଁ ଚାହୁଁଥିବା କହିଥିଲେ।

ସୁଚେତନା କହିଛନ୍ତି, ମୋ ବାପାଙ୍କର ଅବା ମୋ ପରିବାରର ପରିଚୟ ଗୋଟିଏ ବଡ଼ ପ୍ରସଙ୍ଗ ନୁହେଁ। ଏଲ୍‌ଜିବିଟିକ୍ୟୁ ଆନ୍ଦୋଳନର ଏକ ଅଂଶ ଭାବେ ମୁଁ ମୋ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛି। ପ୍ରତିଦିନ ମୁଁ ଯେଉଁ ସାମାଜିକ ନିର୍ଯାତନା ସହୁଛି, ତାକୁ ବନ୍ଦ କରିବାକୁ ମୁଁ ଏହି ନିଷ୍ପତ୍ତି ନେଇଛି।

Advertisment

ସେ ଆହୁରି କହିଛନ୍ତି, ମୋତେ ୪୧ ବର୍ଷ ହେଲାଣି। ମୋ ଜୀବନ ସହିତ ଜଡ଼ିତ ସମସ୍ତ ନିଷ୍ପତ୍ତି ମୁଁ ନେଇ ପାରିବି। ସେହିକ୍ରମରେ ମୁଁ ଏହି ନିଷ୍ପତ୍ତି ନେଇଛି। ଦୟାକରି କେହି ମୋ ବାପାମା’ଙ୍କୁ ଏ ଭିତରକୁ ଟାଣନ୍ତୁ ନାହିଁ। ଯିଏ ନିଜକୁ ମାନସିକ ସ୍ତରରେ ଜଣେ ପୁରୁଷ ବୋଲି ବିଚାର କରେ, ସେ ମଧ୍ୟ ଜଣେ ପୁରୁଷ। ମୁଁ ନିଜକୁ ମାନସିକ ସ୍ତରରେ ପୁରୁଷ ବୋଲି ବିଚାର କରେ। ବର୍ତ୍ତମାନ ମୁଁ ଶାରିରୀକ ଭାବେ ସେହି ପରିବର୍ତ୍ତନ କରିବାକୁ ଚାହୁଁଛି। ଅନ୍ୟମାନେ କ’ଣ କହିବେ, ସେ ନେଇ ମୋର ଆଦୌ ଚିନ୍ତା ନାହିଁ।

ସୁଚେତନା ଆଶା ରଖିଛନ୍ତି ଯେ ତାଙ୍କ ବାପା ତାଙ୍କୁ ସମର୍ଥନ କରିବେ। କାରଣ ସେ ତାଙ୍କୁ ଛୁଆ ବେଳୁ ଜାଣିଛନ୍ତି।

Suchetana Bhattacharya LGBTQ West Bengal Buddhadeb Bhattacharya