Advertisment

କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ପତ୍ନୀ ଅଟକ

ଜଣେ କଂଗ୍ରେସ ନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Firing

Firing

Advertisment

ମଧ୍ୟପ୍ରଦେଶର ଉଜ୍ଜୈନରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଜଣେ କଂଗ୍ରେସ ନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ପୁଲିସ୍‌ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉରା କରିଛି।

Advertisment

ମୃତକ ହେଲେ କଂଗ୍ରେସର ଜଣେ ପୁରୁଖା ନେତା ତଥା ପୂର୍ବ କର୍ପୋରେଟର କଲିମ ଖାନ । ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାଯାଇଛି। ଆଜି ସକାଳେ ତାଙ୍କ ଗୁଳିବିଦ୍ଧ ମୃତଦେହ ଘରୁ ଉଦ୍ଧାର ହୋଇଥିଲା। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମାମଲାର ତଦନ୍ତ ଆରମ୍ଭ କରି ଉକ୍ତ ସମୟରେ ଘରେ ଥିବା ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି। ପାରିବାରିକ ବିବାଦରୁ ଏହି କାଣ୍ଡ ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Advertisment

ତେବେ ମୃତକଙ୍କ ପତ୍ନୀଙ୍କୁ ପଚରାଉଚରା ପରେ ସତ ପଦାକୁ ଆସିବ ବୋଲି ପୁଲିସ୍‌ କହିଛି। ଏଥିସହ ଘଟଣାର ସତ୍ୟାସତ ଜାଣିବାକୁ ପୁଲିସ୍‌ ପରିବାରର ଅନ୍ୟ ସଦସ୍ୟଙ୍କୁ ବି ପଚରାଉଚରା ଜାରି ରଖିଛି।

Murder Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe