Advertisment

ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କ ପରଲୋକ

ଅର୍ଜୁନ ପୁରସ୍କାର ପାଇବାରେ ସଲିମ ଦୁରାନି ଥିଲେ ଦେଶର ପ୍ରଥମ କ୍ରିକେଟର।

Salim Durani

Salim Durani

Advertisment

ପୂର୍ବତନ କ୍ରିକେଟର ସଲିମ ଅଜିଜ ଦୁରାନିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ତାଙ୍କ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ସହିତ ଗୁଜରାଟର ଜାମନଗରରେ ରହୁଥିଲେ।

Advertisment

ସଲିମ ଦୁରାନି ଆଫଗାନିସ୍ତାନର କାବୁଲରେ ଜନ୍ମ ହୋଇଥିଲେ। ସେ ୧୯୬୦ରୁ ୧୯୭୩ ମଧ୍ୟରେ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଜଣେ ଅଲରାଉଣ୍ଡର ଥିଲେ। ସେତେବେଳେ ଛକା ମାରିବା ନେଇ ସେ ବହୁତ ପ୍ରସିଦ୍ଧ ଥିଲେ।

୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ଏକ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବିଜୟୀ ହୋଇଥିଲା। ଆଉ ଏହି ଐତିହାସିକ ବିଜୟରେ ସଲିମ ଦୁରାନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସିରିଜରେ କୋଲକାତା ଓ ଚେନ୍ନାଇ (ସେତେବେଳର କଲିକତା ଓ ମାଡ୍ରାସ)ରେ ଖେଳା ଯାଇଥିବା ମ୍ୟାଚରେ ସଲିମ ଦୁରାନି ଯଥାକ୍ରମେ ୮ ଓ ୧୦ଟି ୱିକେଟ୍ ନେଇଥିଲେ।

Advertisment

ଦୁରାନି ୨୯ଟି ଟେଷ୍ଟ ମ୍ୟାଚରୁ ୧୨୦୨ ରନ୍ କରିଥିଲେ। ତା’ ମଧ୍ୟରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ଥିଲା। ସେ ୬୪୪୬ଟି ବଲ୍ ବୋଲିଂ କରିଥିବା ବେଳେ ୭୪ଟି ୱିକେଟ ନେଇଥିଲେ।

ସଲିମ ଦୁରାନି ସେତେବେଳେ ତାଙ୍କର ପୋଷାକ ଓ ଷ୍ଟାଇଲକୁ ନେଇ ବି ଚର୍ଚ୍ଚିତ ଥିଲେ। ସେ ଏକ ବଲିଉଡ୍ ଫିଲ୍ମରେ ଅଭିନୟ କରିଥିଲେ। ୧୯୭୩ରେ ରିଲିଜ ହୋଇଥିବା ହିଲ୍ମ ‘ଚରିତ୍ର’ରେ ଅଭିନୟ କରିଥିଲେ ସେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଅଭିନେତ୍ରୀ ପରବୀନ ବବି।

ଅର୍ଜୁନ ପୁରସ୍କାର ପାଇବାରେ ସଲିମ ଦୁରାନି ଥିଲେ ଦେଶର ପ୍ରଥମ କ୍ରିକେଟର। ୨୦୧୧ରେ ବିସିସିଆଇ ତାଙ୍କୁ ସି.କେ ନେଇଡୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରିଥିଲା।

ଦୁରାନିଙ୍କ ପରଲୋକରେ ଅନେକ କ୍ରିକେଟର ସୋଶାଲ ମିଡିଆ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭି.ଭି ଏସ୍ ଲକ୍ଷ୍ମଣ ଲେଖିଛନ୍ତି ଯେ ସଲିମ ଦୁରାନି ଦର୍ଶକଙ୍କ ଦାବି ମୁତାବକ ଛକା ମାରୁଥିଲେ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।

Bcci Cricket Salim Durani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe