Advertisment

ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

କଂଗ୍ରେସରେ ଯୋଗ ଦେଇଥିବା ଲକ୍ଷ୍ମଣ ଅଥାନି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

Laxman Savadi

Laxman Savadi

Advertisment

ଟିକେଟ ନ ମିଳିବାରୁ ଦୁଇ ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡ଼ି ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାର ଏହି ସୂଚନା ଦେଇଛନ୍ତି।

Advertisment

ଅଥାନି ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଲକ୍ଷ୍ମଣ ଏଥର ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ବିଜେପି ତାଙ୍କ ବଦଳରେ ମହେଶ କୁମାଥଲୀଙ୍କୁ ଟିକେଟ୍ ଦେଇଛି। ମଙ୍ଗଳବାର ଏହି ଘୋଷଣା ପରେ ବୁଧବାର ଲକ୍ଷ୍ମଣ ସାବାଡ଼ି ବିଜେପିରୁ ଇସ୍ତଫା ଦେଇଥିଲେ। ତା’ସହିତ ସେ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

କଂଗ୍ରେସରେ ଯୋଗ ଦେଇଥିବା ଲକ୍ଷ୍ମଣ ଅଥାନି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ୨୦୧୮ ବିଧାନସଭା ନିର୍ବାଚନରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ମହେଶ କୁମାଥଲୀଙ୍କ ଠାରୁ ସେ ପରାସ୍ତ ହୋଇଥିଲେ।

Advertisment

ଅନ୍ୟପକ୍ଷରେ ଲକ୍ଷ୍ମଣ କଂଗ୍ରେସରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ସେ କହିଛନ୍ତି, ମୁଁ ତାଙ୍କ ପାଇଁ ଦୁଃଖିତ। ତେବେ ଏହା ରାଜନୀତିରେ ଅତିସାଧାରଣ। ସେ ସେଠାରେ ତାଙ୍କର ରାଜନୀତିକ ଭବିଷ୍ୟତ ଦେଖିଥିବେ। ତେଣୁ ସେଠାକୁ ଯାଇଥିବେ। ମୁଁ ଜାଣିବାରେ କଂଗ୍ରେସ ୬୦ଟି ଆସନ ପାଇଁ ପ୍ରାର୍ଥୀ ପାଉନି। ସେଥିପାଇଁ ସେମାନେ କିଛି ଲୋକଙ୍କୁ ଦଳରେ ସାମିଲ କରୁଛନ୍ତି। କିନ୍ତୁ କଂଗ୍ରେସରୁ ଏଥିରୁ ଫାଇଦା ମିଳିବ ନାହିଁ।

Bjp Congress Karnataka Polls 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe