Advertisment

ପୂର୍ବତନ ସ୍ପେଶାଲ ପୁଲିସ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ

ରାଜେଶ ଦାସଙ୍କ ନାଁରେ ଜଣେ ଆଇପିଏସ୍ ଅଫିସର ଆଣିଥିଲେ ସଙ୍ଗୀନ ଅଭିଯୋଗ।

ଅଦ୍ୟତନ ହୋଇଛି
Rajesh Das

Rajesh Das

Advertisment

ତାମିଲନାଡ଼ୁର ପୂର୍ବତନ ସ୍ୱତନ୍ତ୍ର ପୁଲିସ୍ ମହାନିର୍ଦ୍ଦେଶକ ରାଜେଶ ଦାସଙ୍କୁ ବିଲ୍ଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

ଜଣେ ମହିଳା ପୁଲିସ୍ ଆଇପିଏସ୍‌ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ୨୦୨୧ ମସିହା ଫେବ୍ରୁଆରୀ ମାସରେ ସେ ଏହି ଅଭିଯୋଗ କରିଥିଲେ। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଏଡପ୍ପାଦୀ କେ ପଲାନୀସ୍ୱାମୀଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଯାଉଥିବା ବେଳେ ରାଜେଶ ଦାସ ତାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ ସ୍ପର୍ଶ କରିବାକୁ ପ୍ରୟାସ କରିଥିଲେ।

ଏହି ମାମଲାରେ ଚେଙ୍ଗାଲପାଟ୍ଟୁର ତତ୍‌କାଳୀନ ଏସ୍‌ପି କନ୍ନନଙ୍କ ଉପରେ ମଧ୍ୟ ଜୋରିମାନା ପଡ଼ିଛି। ତାଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଉକ୍ତ ମହିଳା ଆଇପିଏସ୍ ଅଧିକାରୀ ରାଜେଶ ଦାସଙ୍କ ବିରୋଧରେ ଅଭିଯୋଗ କରିବାକୁ ଚେନ୍ନାଇ ଯାଉଥିବା ବେଳେ ତାଙ୍କୁ ଚେଙ୍ଗାଲପାଟ୍ଟୁର ତତ୍‌କାଳୀନ ଏସ୍‌ପି କନ୍ନନ ଅଟକାଇବାକୁ ପ୍ରୟାସ କରିଥିବା ନେଇ ଅଭିଯୋଗ ହୋଇଥିଲା।    

Advertisment

ଏହି ଅଭିଯୋଗ ପାଇବା ପରେ ତତ୍‌କାଳୀନ ଏଆଇଏଡିଏମ୍‌କେ ସରକାର ରାଜେଶ ଦାସଙ୍କୁ ନିଲମ୍ବନ କରିବା ସହିତ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ କରିଥିଲେ। ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଏହି ମାମଲାରେ ସିବି-ସିଆଇଡି ପକ୍ଷରୁ ୨୦୨୧ ମସିହା ଜୁଲାଇ ମାସରେ ରାଜେଶ ଦାସଙ୍କ ବିରୋଧରେ ୪୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ମାମଲାର ଶୁଣାଣି ବିଲ୍ଲୁପୁରମର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାଲିଥିଲା। ଶୁଣାଣି ବେଳେ ୭୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା। 

୨୦୨୧ରେ ଏହି ଘଟଣା ନିର୍ବାଚନୀ ପ୍ରସଙ୍ଗ ହୋଇଯାଇଥିଲା। ତତ୍‌କାଳୀନ ବିରୋଧୀ ଦଳ ନେତା ଏମ୍‌.କେ ଷ୍ଟାଲିନ କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଏହି ଘଟଣାର ଆଇନତଃ ତଦନ୍ତ ହେବ ଓ ଦୋଷୀଙ୍କୁ ଦଣ୍ଡ ଦିଆଯିବ।

Tamilnadu Police Ips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe