Advertisment

ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ପରଲୋକ

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଡିପ୍ଲୋମାଟ ଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Natwar Singh

Natwar Singh

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟବର ସିଂହଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। 

Advertisment

ଦୀର୍ଘଦିନ ଧରି ନଟବର ସିଂହ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। କିଛି ଦିନ ତଳେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସେ ସେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। 

୧୯୩୧ ମସିହାରେ ରାଜସ୍ଥାନର ଭରତପୁର ଜିଲ୍ଲାରେ ଜନ୍ମ ହୋଇଥିଲେ ନଟବର ସିଂହ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଡିପ୍ଲୋମାଟ ଥିଲେ। ୧୯୫୩ରେ ମାତ୍ର ୨୨ ବର୍ଷ ବୟସରେ ସେ ଆଇଏଫ୍‌ଏସ୍ ପାଇଥିଲେ। ସେ ୧୯୭୩ରୁ ୧୯୭୭ ପର୍ଯ୍ୟନ୍ତ ସେ ୟୁକେରେ ଭାରତର ଡେପୁଟି ହାଇ କମିଶନର ଭାବେ କାର୍ଯ୍ୟ କରିଥିଲେ। ୧୯୭୭ରେ ସେ ଜାମ୍ବିଆରେ ଭାରତର ହାଇକମିଶନର ଭାବେ ନିଯୁକ୍ତି ପାଇଥିଲେ। ୧୯୮୦ରୁ ୧୯୮୨ ପର୍ଯ୍ୟନ୍ତ ସେ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। 

Advertisment

୧୯୮୪ରେ ନଟବର ସିଂହ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ସେହି ବର୍ଷ ସେ କଂଗ୍ରେସ ଟିକେଟରେ ରାଜସ୍ଥାନର ଭରତପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ସରକାରରେ ସେ ମନ୍ତ୍ରୀ ହୋଇଥିଲେ। ସେ ଇସ୍ପାତ, କୋଇଲା, ଖଣି ଓ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୮୬ରେ ତାଙ୍କୁ ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। 

୧୯୮୯ ସାଧାରଣ ନିର୍ବାଚନରେ ସେ ଉତ୍ତର ପ୍ରଦେଶର ମଥୁର ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ତା’ପରେ ତାଙ୍କ ରାଜନୀତିକ କ୍ୟାରିୟର ଅନେକ ଉତ୍‌ଥାନ ପତନ ଦେଇ ଗତି କରିଛି। ସେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ। ପରେ ପୁଣି ଫେରିଥିଲେ। ୨୦୦୨ରେ ସେ କଂଗ୍ରେସ ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ତତ୍‌କାଳୀନ ମନମୋହନ ସିଂହ ସରକାରରେ ବୈଦେଶିକ ବ୍ୟାପର ମନ୍ତ୍ରୀ ଥିଲେ। 

Congress