Advertisment

ପୂଜାଙ୍କ ପରେ ଚର୍ଚ୍ଚାରେ ଅଭିଷେକ ସିଂହ: ଦିବ୍ୟାଙ୍ଗ ଦର୍ଶାଇ ହୋଇଥିଲେ ଆଇଏଏସ୍‌

ସେ ପ୍ରଶାସନିକ ସେବାରୁ ଭିଆରଏସ୍‌ ନେବା ପରେ ବେଶ ଭଲ ଭାବେ ଡ୍ୟାନ୍ସ କରୁଥିବାରୁ ତାଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Abhisek singh

Abhisek singh

Advertisment

ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ନେଇ ପୂରା ଦେଶରେ ହଇଚଇ ଜାରି ରହିଛି। ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ଆଇଏଏସ୍‌ ଅଭିଷେକ ସିଂହ। ଦିବ୍ୟାଙ୍ଗ ବର୍ଗରେ ଆଇଏଏସ୍‌ ହୋଇଥିବା ଅଭିଷେକ ମଧ୍ୟ ନକଲି ପ୍ରମାଣପତ୍ର ହାତେଇଥିବା ଅଭିଯୋଗ ହୋଇଛି।

Advertisment

୨୦୧୧ର ଆଇଏଏସ୍‌ ଅଫିସର ଅଭିଷେକ ସିଂହ ଗତବର୍ଷ ପ୍ରଶାସନ ସେବାକୁ ଅଲବିଦା କହିଛନ୍ତି। ସେ ଅଭିନେତା ହେବାକୁ ପ୍ରଶାସନ ସେବାକୁ ଅଲବିଦା କହିଥିଲେ। ହେଲେ ଏବେ ତାଙ୍କର ଡ୍ୟାନ୍ସ ଓ ଜିମରେ ବ୍ୟାୟାମ କରିବା ବେଳର ଭିଡିଓ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଆସିଛନ୍ତି।

ନିଜର ଭିଡିଓକୁ ଅଭିଷେକ ସିଂହ ଶେୟାର କରିବା ପରେ ଅନେକ ପ୍ରଶାସନିକ ସେବା ପାଇଁ ହେଉଥିବା ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିଷେକ ନିଜକୁ ଲୋକୋମୋଟୋର ଦିବ୍ୟାଙ୍ଗ ଭାବେ ଦର୍ଶାଇ ୟୁପିଏସ୍‌ସି ଚୟନ ପ୍ରକ୍ରିୟାରେ ସଂରକ୍ଷଣ ପାଇଥିଲେ।

Advertisment

ଲୋକୋମୋଟୋର ହେଉଛି ଆଣ୍ଠୁଗଣ୍ଠି ଜନିତ ସମସ୍ୟା। ସିଧା ଚାଲିବା ଅସମ୍ଭବ। ହେଲେ ସେ ପ୍ରଶାସନିକ ସେବାରୁ ଭିଆରଏସ୍‌ ନେବା ପରେ ବେଶ ଭଲ ଭାବେ ଡ୍ୟାନ୍ସ କରୁଥିବାରୁ ତାଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିବାଦ ଓ ଅଭିଯୋଗ ଉପରେ ଅଭିଷେକ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଯଦିଓ ମୁଁ କୌଣସି ସମାଲୋଚନା ଦ୍ୱାରା ବ୍ୟସ୍ତ ହୁଏ, କିନ୍ତୁ ମୋ ଜୀବନକାଳରେ ଏହା ପ୍ରଥମ ଥର ମୁଁ ମୋର ସମାଲୋଚକମାନଙ୍କୁ ଉତ୍ତର ଦେଉଛି। ଏହାର କାରଣ ହେଉଛି ମୋର ହଜାର ହଜାର ସମର୍ଥକ ଉତ୍ତର ଦେବାକୁ କହୁଛନ୍ତି ନଚେତ୍ ଆମର ମନୋବଳ ଭାଙ୍ଗିଯିବ ବୋଲି ସେମାନେ ମତ ରଖିଛନ୍ତି।

ମୋର ନୈତିକ କର୍ତ୍ତବ୍ୟ ହେଉଛି ଯେ ମୁଁ ସତ ସାମ୍ନାରେ ରଖିବି। ଏହାଦ୍ୱାରା ସେମାନଙ୍କ ମନୋବଳ ଭାଙ୍ଗିବ ନାହିଁ। ତେଣୁ ଏହି ଉତ୍ତର ମୋର ସମର୍ଥକଙ୍କ ପାଇଁ ସମର୍ପିତ ଓ ମୋର ସମାଲୋଚକମାନଙ୍କ ପାଇଁ ନୁହେଁ।

ଯେବେଠାରୁ ମୁଁ ସଂରକ୍ଷଣ ସପକ୍ଷରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛି ସେବେଠାରୁ ସଂରକ୍ଷଣର ବିରୋଧୀ ପୂରା ସେନା ସବୁକିଛି ଛାଡ଼ି ମୋ ବିରୋଧରେ ଗୋଟିଏ ସାମ୍ମୁଖ୍ୟ ଖୋଲିଛନ୍ତି। ଜଣେ ସାଧାରଣ ବର୍ଗର ପିଲା କେମିତି ସଂରକ୍ଷଣ ସପକ୍ଷରେ କହୁଛି, ସେକଥା ସେମାନଙ୍କର ହଜମ ହେଉନାହିଁ। ପ୍ରଥମେ ଆପଣମାନେ ମୋର ଜାତି ଉପରେ ପ୍ରଶ୍ନ ଉଠାଇ କହିଲେ ଯେ ମୁଁ ଜଣେ ମିଥ୍ୟା ସିଂହ।

ତା’ପରେ ଆପଣମାନେ କହିଲେ ଯେ ମୁଁ ମୋର ଚାକିରି ପୁଣି ମାଗୁଛି। ଆଉ ଏବେ କହୁଛନ୍ତି ଯେ ମୁଁ ସଂରକ୍ଷଣ ମାଧ୍ୟମରେ ଚାକିରି ପାଇଥିଲି। ମୁଁ ଆପଣମାନଙ୍କୁ ଅତି ନମ୍ର ଭାବରେ କିଛି କହିବାକୁ ଚାହେଁ ଯେ ଅଭିଷେକ ସିଂହ ତାଙ୍କର ଉଦ୍ୟମ, ପରିଶ୍ରମ ଓ ସାହସ ପାଇଁ ଜଣାଶୁଣା।

କାହାର ଅନୁଗ୍ରହ ପାଇଁ ନୁହେଁ। ମୁଁ ମୋ ଜୀବନରେ ଯାହା ହାସଲ କରିଛି ସେସବୁ ନିଜ କ୍ଷମତା ଓ ପରିଶ୍ରମ ବଳରେ ପାଇଛି। କୌଣସି ସଂରକ୍ଷଣ ଆଧାରରେ ନୁହେଁ। ତେଣୁ ମ୍ୟାଥର ପ୍ରଚାର ବନ୍ଦ କରାଯାଉ।”

Ias Officer Puja Khedkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe