Advertisment

ଫୋନ ଟ୍ୟାପିଂ ବିବାଦ: ପୂର୍ବତନ ଗୁଇନ୍ଦା ମୁଖ୍ୟ ଅଭିଯୁକ୍ତ ନଂ ୧

ବିଆରଏସ୍‌ ସରକାର ଥିବା ବେଳେ ଶ୍ରୀ ରାଓଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳର ନେତା, କିଛି ବିଶିଷ୍ଟ ଲୋକ ଓ କିଛି ଦଳୀୟ ନେତାଙ୍କ ଫୋନକୁ ଟ୍ୟାପିଂ କରି ତଥ୍ୟ ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି।

IPS

IPS

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ତେଲଙ୍ଗାନାରେ ଫୋନ ଟ୍ୟାପିଂ ବିବାଦ ଘନେଇବାରେ ଲାଗିଛି। ଫୋନ ଟ୍ୟାପିଂ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ସାମ୍ନାକୁ ଆସିଛନ୍ତି ତେଲଙ୍ଗାନା ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓ।

Advertisment

ବିଆରଏସ୍‌ ସରକାର ଥିବା ବେଳେ ଶ୍ରୀ ରାଓଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳର ନେତା, କିଛି ବିଶିଷ୍ଟ ଲୋକ ଓ କିଛି ଦଳୀୟ ନେତାଙ୍କ ଫୋନକୁ ଟ୍ୟାପିଂ କରି ତଥ୍ୟ ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ରାଓଙ୍କ ବିରୋଧରେ ଲୁକ ଅଉଟ ନୋଟିସ ଜାରି କରାଯାଇଛି। ଏବେ ସେ ଆମେରିକା ଥିବା ମଧ୍ୟ ଜଣାପଡ଼ିଛି।

ରାଓଙ୍କ କାରସାଦି ଜଣାପଡ଼ିବା ପରେ ପୁଲିସ ପକ୍ଷରୁ ତାଙ୍କର ହାଇଦ୍ରାବାଦ ସ୍ଥିତ ଘରେ ସର୍ଚ୍ଚ କରାଯାଇଥିଲା। ଏହାବାଦ ତେଲୁଗୁ ଟିଭି ଚ୍ୟାନେଲ ଆଇ ନ୍ୟୁଜ ଚଳାଉଥିବା ଶ୍ରବଣ ରାଓଙ୍କ ବାସଭବନ ସମେତ ଆଉ ୧୨ଟି ସ୍ଥାନରେ ମଧ୍ୟ ସର୍ଚ୍ଚ କରାଯାଇଛି।

Advertisment

ଶ୍ରୀ ରାଓଙ୍କ ଭଳି ଶ୍ରବଣ ମଧ୍ୟ ଏବେ ଦେଶ ବାହାରେ ରହିଛନ୍ତି। କୁହାଯାଇଛି ଯେ ଶ୍ରବଣ ଇସ୍ରାଏଲରୁ ଫୋନ ଟ୍ୟାପିଂ ଯନ୍ତ୍ର ଆଣିଥିଲେ ଓ ଏହାର ସର୍ଭରକୁ ଗୋଟିଏ ସ୍ଥାନୀୟ ସ୍କୁଲରେ ଖଞ୍ଜି ଥିଲେ।

ଅଭିଯୁକ୍ତଙ୍କ ତାଲିକାରେ ଆଉ ଜଣେ ପୁଲିସ୍ ଅଧିକାରୀ ରାଧା କୃଷ୍ଣ ରାଓଙ୍କ ନାଁ ମଧ୍ୟ ରହିଛି। ସେ ସହରର ଟାକ୍ସ ଫୋର୍ସରେ କାମ କରୁଥିଲେ। ତାଙ୍କ ନାଁରେ ବି ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଏହାବାଦ ଆଉ କିଛି ତେଲଙ୍ଗାନା ପୁଲିସ୍‌ ଅଧିକାରୀ ତଦନ୍ତ ଟିମର ରାଡାରରେ ରହିଛନ୍ତି।

ଫୋନ ଟ୍ୟାପିଂ ଘଟଣାରେ ୩ ଜଣ ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରାଯାଇଛି। ଏମାନେ କିଛି ଲୋକଙ୍କ ଉପରେ ନଜର ରଖୁଥିଲେ ଓ ନୂଆ ସରକାର ଆସିବା ପୂର୍ବରୁ ସବୁ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଗିରଫ ପୁଲିସ ଅଧିକାରୀମାନେ ପ୍ରଭାକର ରାଓଙ୍କ ନିର୍ଦ୍ଦେଶରେ ପ୍ରମାଣ ନଷ୍ଟ କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ଆଗରେ କହିଛନ୍ତି।

ବେଆଇନ ଭାବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ରେବନ୍ଥ ରେଡ୍ଡୀଙ୍କ ଠାରୁ ଆରମ୍ଭ କରି ବିଜେପି, କଂଗ୍ରେସ ଓ ବିଆରଏସ୍‌ର କିଛି ନେତାଙ୍କ ଉପରେ ନଜର ରଖାଯାଇଥିଲା। ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିଲା।

ଏମାନଙ୍କ ବ୍ୟତୀତ କିଛି ତେଲୁଗୁ ଅଭିନେତା ଓ ବ୍ୟବସାୟୀଙ୍କ ଫୋନକୁ ଟ୍ୟାପ କରି ସେମାନଙ୍କୁ ବ୍ଲାକମେଲ କରାଯାଉଥିଲା। କୁହାଯାଉଛି ପ୍ରଭାକର ରାଓ ପ୍ରାୟ ୧ ଲକ୍ଷର ଅଧିକ ଫୋନ କଲ ଟ୍ୟାପ କରିଥିଲେ।

Telangana Elections Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe