Advertisment

ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ଦୋଷୀ , ୧୪ ମାସରେ ଆସିଲା ରାୟ

୨୦୨୪ ଲୋକସଭା ନିର୍ବାଚନ ବେଳେ ଜେଡିଏସ ଓ ବିଜେପି ମେଣ୍ଟ କରିଥିଲେ। ଜେଡିଏସ ମଧ୍ୟ ପ୍ରଜ୍ୱଳ ରେଭାନ୍ନାଙ୍କୁ ଟିକେଟ ଦେଇଥିଲା। ସେ ନିଜର ପ୍ରଚାର ମଧ୍ୟ କରିଥିଲେ।

Prajwal Revanna

Prajwal Revanna

Advertisment

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନା। ଆଜି ଲୋକ ପ୍ରତିନିଧିଙ୍କ ନାଁରେ ଥିବା ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଗୋଟିଏ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହୀଶୂରର କେଆର ନଗରର ଜଣେ ଘରୋଇ ସହାୟିକା ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। 

Advertisment

ଦୁଷ୍କର୍ମ ମାମଲା ରୁଜୁ ହେବାର ମାତ୍ର ୧୪ ମାସ ମଧ୍ୟରେ ଏପରି ରାୟ ଆସିଛି। ଶୁଣାଣି ଦ୍ରୁତଗତିରେ କରି କୋର୍ଟ ଆଜି ରାୟ ଦେଇଛନ୍ତି। ଆଜି କୋର୍ଟ ପ୍ରଜ୍ୱଳ ରେଭାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆସନ୍ତାକାଲି ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ। ରାୟ ବେଳେ କୋର୍ଟ ରୁମରେ ପ୍ରଜ୍ୱଳ ରେଭାନ୍ନା ଉପସ୍ଥିତ ଥିଲେ। ରାୟ ଶୁଣି ଭାଙ୍ଗି ପଡ଼ିଥିବା ରେଭାନ୍ନା କାନ୍ଦି କାନ୍ଦି ବାହାରକୁ ଆସିଥିଲେ।

୨୦୨୪ ଲୋକସଭା ନିର୍ବାଚନ ବେଳେ ଜେଡିଏସ ଓ ବିଜେପି ମେଣ୍ଟ କରିଥିଲେ। ଜେଡିଏସ ମଧ୍ୟ ପ୍ରଜ୍ୱଳ ରେଭାନ୍ନାଙ୍କୁ ଟିକେଟ ଦେଇଥିଲା। ସେ ନିଜର ପ୍ରଚାର ମଧ୍ୟ କରିଥିଲେ। ଏତିକି ବେଳେ ତାଙ୍କୁ ବିରୋଧରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ଏପରି ତାଙ୍କୁ ଗିରଫ ହେବାକୁ ମଧ୍ୟ ପଡ଼ିଥିଲା। ତଥାପି ସେ ହାସନ ଜିଲ୍ଲାରୁ ମେଣ୍ଟ ପ୍ରାର୍ଥୀ ଭାବେ ଲଢ଼ିଥିଲେ। କିନ୍ତୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ହାରିବାକୁ ପଡ଼ିଥିଲା। 

Advertisment

ରେଭାନ୍ନାଙ୍କ ବିରୋଧରେ ମାମଲା କର୍ଣ୍ଣାଟକା ସିଆଇଡିର ସାଇବର କ୍ରାଇମ ଷ୍ଟେସନରେ ରୁଜୁ ହୋଇଥିଲା। ଅଭିଯୋଗକାରୀ ମହିଳାଙ୍କୁ ରେଭାନ୍ନା ଦୁଇ ଥର ଦୁଷ୍କର୍ମ କରିଥିଲେ ଓ ଏହି ଜଘନ୍ୟକାଣ୍ଡର ଭିଡିଓ ରେକର୍ଡିଂ କରି ତାଙ୍କୁ ବ୍ଲାକମେଲ କରୁଥିଲେ। ତଦନ୍ତ ଓ ଶୁଣାଣି ବେଳେ ପୀଡ଼ିତା ଜଣଙ୍କ ଗୋଟିଏ ଶାଢ଼ୀକୁ ଫିଜିକାଲ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ।

ଏହାକୁ ଦୁଷ୍କର୍ମ ବେଳ ଠାରୁ ସେ ସାଇତି ରଖିଥିଲେ। ଫରେନ୍ସିକ ଟେଷ୍ଟରୁ ଉକ୍ତ ଶାଢ଼ୀରୁ ସ୍ପର୍ମ ମିଳିଥିଲା। ଏହାକୁ କୋର୍ଟରେ ବଳିଷ୍ଠ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା।

ଆଇପିସି ଓ ଆଇଟି ଆକ୍ଟ ୨୦୦୮ ଅନୁସାରେ ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ମାମଲା ହୋଇଥିଲା। ସିଆଇଡିର ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ଏସ୍‌ଆଇଟି ତଦନ୍ତ ବେଳେ ୧୨୩ଟି ପ୍ରମାଣ ସଂଗ୍ରହ କରିଥିଲା। ଏହାପରେ ଇନସପେକ୍ଟର ଶୋଭାଙ୍କ ନେତୃତ୍ୱାଧୀନ ଏସଆଇଟି ୨ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା।

୨୦୨୪ ଡିସେମ୍ବର ୩୧ରୁ ବିଧିବଦ୍ଧ ଭାବେ ଶୁଣାଣି ଆରମ୍ଭ ହୋଇଥିଲା। ୭ ମାସ ମଧ୍ୟରେ କୋର୍ଟ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରିଥିଲେ। ଏହାପରେ ଫରେନ୍ସିକ ଲ୍ୟାବ ରିପୋର୍ଟ ଓ ଭିଡିଓ କ୍ଲିପଗୁଡ଼ିକର ତର୍ଜମା କରିଥିଲେ। ଏହାପରେ ଆଜି ପ୍ରଜ୍ୱଳ ରେଭାନ୍ନାଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

Karnataka JDS Prajwal Revanna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe