Advertisment

ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ ଅଟକ

ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ ଘଟଣାର ତନାଘନା କରୁଥିବା ବେଳେ ତଦନ୍ତ ଘେରକୁ ଆସିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ।

author-image
Debibandita Barick
ଅଦ୍ୟତନ ହୋଇଛି
Parliament

Parliament

ଶୀତ ଅଧିବେଶନ ସମୟରେ ସଂସଦରେ ସ୍ମୋକ୍ ଆଟାକ୍ ଘଟଣାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅକୁ ଅଟକ ରଖିଛି ପୁଲିସ। ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ ଘଟଣାର ତନାଘନା କରୁଥିବା ବେଳେ ତଦନ୍ତ ଘେରକୁ ଆସିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ। 

Advertisment

କର୍ଣ୍ଣାଟକର ଜଣେ ଅବସାରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପୁଅ ହେଉଛନ୍ତି ସାଇକ୍ରିଷ୍ଣା ଜାଗଲି। ସେ ପେଶାରେ ଜଣେ ଇଞ୍ଜିନିୟର। ପୁଲିସର କହିବା ଅନୁସାରେ, ସଂସଦ ସୁରକ୍ଷା ଭଙ୍ଗ କରି ଗୃହରେ ସ୍ମୋକ୍ ସ୍ପ୍ରେ କରିଥିବା ଡି. ମନୋରଞ୍ଜନର ସାଙ୍ଗ ହେଉଛନ୍ତି ସାଇକ୍ରିଷ୍ଣା। ତାଙ୍କର ସ୍ମୋକ୍ ଆଟାକ୍ ସହ ଲିଙ୍କ୍ ଥିବା ସନ୍ଦେହ କରୁଛି ପୁଲିସ। ଏଥିପାଇଁ ଅଟକ ଇଞ୍ଜିନିୟର ସାଇକ୍ରିଷ୍ଣାଙ୍କୁ ଜେରା ପାଇଁ ଦିଲ୍ଲୀ ଅଣାଯାଉଛି। 

ସେପଟେ ମାମଲାରେ ପୂର୍ବରୁ ଗିରଫ ମନୋରଞ୍ଜନ, ଅମୋଲ, ସାଗର ଓ ନିଲମଙ୍କ ସମେତ ୬ ଅଭିଯୁକ୍ତଙ୍କର ଆଜି ରିମାଣ୍ଡ ଅବଧି ସରୁଛି। ପୁଲିସ ସେମାନଙ୍କୁ ସାତ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ସମୟରେ ସମସ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ସତ ଓଗାଳିଛି ପୁଲିସ।

Advertisment

ଡିସେମ୍ବର ୧୩ରେ ହୋଇଥିବା ଏହି ଘଟଣାକୁ ନେଇ ଉଠୁଛି ପଡୁଛି ଗୃହ। ସଂସଦରେ ସୁରକ୍ଷା ତ୍ରୁଟିକୁ କେନ୍ଦ୍ର କରି ଉଭୟ ଗୃହରେ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗାମା କରୁଛନ୍ତି। ପ୍ରକୃତରେ ଏ ଘଟଣା ପଛରେ କାହାର ହାତ ଅଛି ଏବଂ ଉଦ୍ଦେଶ୍ୟ କଣ ଜାଣିବା ପାଇଁ ତନାଘନା କରୁଛି ପୁଲିସ। ମାମଲାରେ ପୁଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। 

Delhi Police Parliament Security Breach Case