Advertisment

ULC Scam: ୟୁଏଲସି ସ୍କାମରେ ଫଡନାଭିସ ଓ ସିନ୍ଦେଙ୍କୁ ଫସାଇବାକୁ ମସୁଧା କରିଥିଲେ ପୂର୍ବତନ ଡିଜିପି!

ସେ ଥାଣେ ଡିସିପି ଲକ୍ଷ୍ମୀକାନ୍ତ ପାଟିଲ ଓ ଏସିପି ସରଦାର ପାଟିଲଙ୍କୁ ସ୍ପଷ୍ଟ ଭାବେ ଫଡନାଭିସ ଓ ସିନ୍ଦେଙ୍କୁ ୨୦୧୬ ମସିହା ୟୁଏଲସି ସ୍କାମରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

DGP

ସିନ୍ଦେ ଓ ଫଡନାଭିସ

Advertisment

ମହାରାଷ୍ଟ୍ର(Maharashtra)ର ପୂର୍ବତନ ଡିଜିପି ବା ପୁଲିସ୍‌ ମୁଖ୍ୟ ସଞ୍ଜୟ ପାଣ୍ଡେ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବହୁ ଚର୍ଚ୍ଚିତ ୟୁଏଲସି ସ୍କାମରେ ଫସାଇବାକୁ ମସୁଧା କରିଥିଲେ। ଏହି ଘଟଣାର ତଦନ୍ତ କରୁଥିବା ଗୋଟିଏ ଏସ୍‌ଆଇଟି ଏପରି ରିପୋର୍ଟ ଦେଇଛି।

Advertisment

ଏସ୍‌ଆଇଟିର ନେତୃତ୍ୱ ବିଦାୟୀ ଡିଜିପି ରଶ୍ମୀ ଶୁକ୍ଳା ନେଇଥିଲେ। ସେ ହିଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହାକୁ ସେ ରାଜ୍ୟ ଗୃହ ବିଭାଗ ନିକଟରେ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେଙ୍କ ସମ୍ପର୍କରେ ଏପରି ଦାବି କରାଯାଇଛି। ଶୁକ୍ଳା ଆଉ ୪ ଦିନ ପରେ ଅବସର ନେବେ। ଏହାପୂର୍ବରୁ ହିଁ ଗୃହ ବିଭାଗ ନିକଟରେ ଏପରି ରିପୋର୍ଟ ଦାଖଲ କରାଯାଇଛି। 

ରିପୋର୍ଟରେ ଦାବି କରାଯାଇଛି ଯେ ତତ୍କାଳୀନ ଡିଜିପି ସଞ୍ଜୟ ପାଣ୍ଡେ ତତ୍କାଳୀନ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଦୁର୍ନୀତି ମାମଲାରେ ଫସାଇବାକୁ ଉଦ୍ୟମ କରିଥିଲେ। ଏଥିସହ ସେ ଥାଣେ ଡିସିପି ଲକ୍ଷ୍ମୀକାନ୍ତ ପାଟିଲ ଓ ଏସିପି ସରଦାର ପାଟିଲଙ୍କୁ ସ୍ପଷ୍ଟ ଭାବେ ଫଡନାଭିସ ଓ ସିନ୍ଦେଙ୍କୁ ୨୦୧୬ ମସିହା ୟୁଏଲସି ସ୍କାମରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହି ଦୁଇ ନେତା ବିଭିନ୍ନ ବିଲଡରମାନଙ୍କ ଠାରୁ ଟଙ୍କା ହଡ଼ପ କରିଥିବା ସଞ୍ଜୟ ପାଣ୍ଡେ ଦାବି କରିଥିଲେ। ବରିଷ୍ଠ ଅଫିସରଙ୍କ ମଧ୍ୟରେ ଗିରଫଦାରୀମାନେ ଶ୍ରୀ ପାଣ୍ଡେ ଚାପ ପକାଇଥିବା ରିପୋର୍ଟରେ କୁହାଯାଇଛି। 

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ପୁନାମିଆଙ୍କ ଦ୍ୱାରା ଗୋଟିଏ ଅଡିଏ କ୍ଲିପ ଦାଖଲ କରାଯାଇଥିଲା। ଏହି ଅଡିଓ କ୍ଲିପରେ ସରଦାର ପାଟିଲ, ପାଣ୍ଡେ ଓ ଲକ୍ଷ୍ମୀକାନ୍ତ ପାଟିଲ ମିଳିତ ଭାବେ ଫଡନାଭିସଙ୍କୁ ଫସାଇବା ପାଇଁ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

ଯେତେବେଳେ ସଞ୍ଜୟ ପୁନାମିଆ ଓ ସୁନୀଲ ଜୈନଙ୍କୁ କୋପାରି ପୁଲିସ୍‌ ଷ୍ଟେସନରେ ଗିରଫ କରାଯାଇଥିଲା ସେତେବେଳେ ତତ୍କାଳୀନ ଥାଣେ ଡିସିପି(କ୍ରାଇମ) ଲକ୍ଷ୍ମୀକାନ୍ତ ପାଟିଲ ଉଭୟଙ୍କୁ ୟୁଏଲସି ସ୍କାମ ସମ୍ପର୍କରେ ଜେରା କରିଥିଲେ। କିନ୍ତୁ ସେ ସିଧାସଳ ଏହି ତଦନ୍ତର ଅଂଶବିଶେଷ ନଥିଲେ।

ଫଡନାଭିସ ବିଲଡର୍ସଙ୍କ ଠାରୁ କେତେ ଟଙ୍କା ଆଦାୟ କରିଛନ୍ତି ସେ କଥା ପାଟିଲ କୁଆଡ଼େ ସଞ୍ଜୟ ପୁନାମିଆଙ୍କୁ ପଚାରିଥିଲେ। ଉଭୟଙ୍କୁ ସେ ଧମକ ଦେଇଥିଲେ ଓ ଫଡନାଭିସ ଓ ସିନ୍ଦେଙ୍କୁ ସେ ଗିରଫ କରି ସଞ୍ଜୟ ପୁନରମିଆଙ୍କ ପାଖରେ ବସାଇବେ ବୋଲି କହିଥିଲେ। 

କ୍ୟାମେରା ସାମ୍ନାରେ ସଞ୍ଜୟ ପୁନାମିଆଙ୍କୁ କେମିତି ବୟାନ ଦେବାକୁ ପାଟିଲ ବାଧ୍ୟ କରିଥିଲେ, ତା’ର ବିସ୍ତୃତ ତଥ୍ୟ ରିପୋର୍ଟରେ ରହିଛି। ସୁନୀଲ ଜୈନଙ୍କୁ ମଧ୍ୟ ସେ ଧମକ ଦେଇ ଫଡନାଭିସ ଓ ସିନ୍ଦେଙ୍କ ବିରୋଧରେ ବୟାନ ରେକର୍ଡ କରିବାକୁ ବାଧ୍ୟ କରିଥିଲେ। ଯଦି ସେ ନିର୍ଦ୍ଦେଶ ଅନୁସାରେ ବୟାନ ନ ଦେବେ, ତା’ହେଲେ ତାଙ୍କୁ ଜେଲରେ ଭର୍ତ୍ତି କରି ଦେବେ ବୋଲି କହିଥିଲେ ବୋଲି ରିପୋର୍ଟରେ ଦାବି କରାଯାଇଛି। 

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe