Advertisment

ପୂର୍ବତନ ବିଧାୟକ ତଥା ଚନ୍ଦ୍ରବାବୁ ନାଇଡୁଙ୍କ ଭାଇଙ୍କ ପରଲୋକ

ଗତ ୧୪ ତାରିଖରେ ରାମମୂର୍ତ୍ତି ନାଇଡୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Chandrababu with his late brother

Chandrababu with his late brother

Advertisment

ପୂର୍ବତନ ବିଧାୟକ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସାନ ଭାଇ ରାମମୂର୍ତ୍ତି ନାଇଡୁଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

Advertisment

ଅନେକ ଦିନ ହେବ ରାମମୂର୍ତ୍ତି ନାଇଡୁ ଅସୁସ୍ଥ ଥିଲେ। ଗତ ୧୪ ତାରିଖ ଦିନ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ଦିନ ୧୨ଟା ୪୫ ମିନିଟ୍‌ରେ ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆସନ୍ତାକାଲି ତାଙ୍କ ପୈତୃକ ଗାଁ ନାରାବରିପଲ୍ଲେରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।

ରାମମୂର୍ତ୍ତି ନାଇଡୁଙ୍କ ମୃତ୍ୟୁ ଖବରକୁ ନିଜେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସୋଶାଲ ମିଡିଆରେ ଶେଆର କରିଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ ମୁଁ ସମସ୍ତଙ୍କୁ ଜଣାଉଛି ଯେ, ମୋ ଭାଇ ତଥା ପୂର୍ବତନ ବିଧାୟକ ରାମମୂର୍ତ୍ତି ନାଇଡୁ ଆମକୁ ଛାଡ଼ି ଚାଲି ଯାଇଛନ୍ତି।ରାମମୂର୍ତ୍ତି ଜଣେ ଏମିତି ନେତା ଥିଲେ, ଯିଏ ଶୁଦ୍ଧ ମନରେ ଲୋକଙ୍କ ସେବା କରୁଥିଲେ। ତାଙ୍କ ପରଲୋକ ଆମ ପରିବାରକୁ ଦୁଃଖର ସାଗରରେ ବୁଡ଼ାଇ ଦେଇଛି। ତାଙ୍କ ଆତ୍ମା ଶାନ୍ତି ପାଉ ବୋଲି ମୁଁ ପ୍ରାର୍ଥନା କରୁଛି।

Advertisment

ରାମମୂର୍ତ୍ତି ନାଇଡୁଙ୍କ ପରଲୋକରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ଥ ରେଡ୍ଡୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ଓ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପୂରା ପରିବାରକୁ ସମବେଦନା ଜଣାଇଛନ୍ତି।

୧୯୯୪ ମସିହାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଟିକେଟରେ ଚନ୍ଦ୍ରଗିରି ଆସନରୁ ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ନାଇଡୁ। ସେ ହେଉଛନ୍ତି ଅଭିନେତା ତଥା ଫିଲ୍ମ ପ୍ରଯୋଜକ ନାରା ରୋହିତଙ୍କ ବାପା।

Chandrabadu Naidu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe