Advertisment

ଅଟୋ ଡ୍ରାଇଭରଙ୍କ ଚାପୁଡ଼ାରେ ଆଖି ବୁଜିଲେ ପୂର୍ବତନ ବିଧାୟକ

ଗୋଟିଏ ଛୋଟ ଦୁର୍ଘଟଣାକୁ ନେଇ ମାମଲେଦାର ଓ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିଯୋଗୁ ଅଟୋ ଡ୍ରାଇଭର ଜଣଙ୍କୁ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ।

author-image
Hemant Lenka
 Karnataka

Karnataka

ଚାପୁଡ଼ା ମାଡ଼ରେ ବି ହୋଇପାରେ ମୃତ୍ୟୁ। ଏପରି ଏକ ଘଟଣା କର୍ଣ୍ଣାଟକାର ବେଲାଗାଭିରେ ଦେଖିବାକୁ ମିଳିଛି। ଜଣେ ଅଟୋ ଡ୍ରାଇଭରଙ୍କ ଶକ୍ତ ଚାପୁଡ଼ା ଯୋଗୁ ପ୍ରାଣ ହରାଇଛନ୍ତି ଗୋଆର ଜଣେ ପୂର୍ବତନ ବିଧାୟକ। ପ୍ରାଣ ହରାଇଥିବା ପୂର୍ବତନ ବିଧାୟକ ଜଣଙ୍କ ହେଲେ ୬୮ ବର୍ଷୀୟ ଲାଭୋ ସୂର୍ଯ୍ୟଜୀ ମାମଲେଦାର। ଗୋଟିଏ ଛୋଟ ଦୁର୍ଘଟଣାକୁ ନେଇ ମାମଲେଦାର ଓ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିଯୋଗୁ ଅଟୋ ଡ୍ରାଇଭର ଜଣଙ୍କୁ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହାର କିଛି ସମୟ ପରେ ମାମଲେଦାରଙ୍କ ମୃତ୍ୟୁ ହୋଇଛି।

Advertisment

୨୦୧୨ରୁ ୨୦୧୭ ଯାଏ ପୋଣ୍ଡା ନିର୍ବାଚନ ମଣ୍ଡଳୀରୁ ମାମଲେଦାର ଗୋଆ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବ୍ୟବସାୟିକ କାମରେ କର୍ଣ୍ଣାଟକାର ବେଲଗାଭି ଯାଇଥିଲେ। ଖାଡେ ବଜାର ସ୍ଥିତ ଶ୍ରୀନିବାସ ଲଜ୍‌ରେ ସେ ରୁମ ମଧ୍ୟ ବୁକ କରିଥିଲେ। ସେଠାକୁ ସେ ନିଜ କାରରେ ଯାଉଥିବା ବେଳେ ଗୋଟିଏ ଛୋଟିଆ ଗଳି ପଡ଼ିଥିଲା। ଏହି ଗଳିରେ ଯାଉଥିବା ବେଳେ ଗୋଟିଏ ଅଟୋରେ ତାଙ୍କ କାର ଘଷି ହୋଇଯାଇଥିଲା।

ଏହାକୁ ନେଇ ଅଟୋ ଡ୍ରାଇଭର ଓ ମାମଲେଦାରଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ସ୍ଥିତି ଏତେ ବଢ଼ି ଯାଇଥିଲା ଯେ ଯୁକ୍ତତର୍କରେ ରାଗି ଯାଇ ମାମଲେଦାର ପ୍ରଥମେ ଅଟୋ ଡ୍ରାଇଭର ମୁଜାହିଦ ସାନେଡିଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିଥିଲେ। ଏହାର ଜବାବରେ ମୁଜାହିଦ ମଧ୍ୟ ଗୋଟିଏ ଚାପୁଡ଼ା ମାରିଥିଲେ। ଦୁଇ ଜଣଙ୍କ ମଧ୍ୟରେ ମାରପିଟ ହେଉଥିବାରୁ ସ୍ଥାନୀୟ ଲୋକ ଏଥିରେ ହସ୍ତକ୍ଷେପ କରିଥିଲେ। ସେମାନେ ମୁଜାହିଦଙ୍କୁ ପଛକୁ ଭିଡ଼ି ଆଣି ଦେଇଥିଲେ। କିନ୍ତୁ ସେମାନଙ୍କୁ ଧକ୍କା ମାରି ମୁଜାହିଦ ପୁଣି ମାମଲେଦାରଙ୍କ ପାଖକୁ ଦୌଡ଼ି ଆସିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଏକାଧିକ ଚାପୁଡ଼ା ତାଙ୍କୁ ମାରିଥିଲେ। 

Advertisment

ଘଟଣାରେ ଅଧିକ ଲୋକ ହସ୍ତକ୍ଷେପ କରି ମୁଜାହିଦଙ୍କୁ କାବୁ କରିଥିଲେ। ସେହିପରି ଏକାଧିକ ଚାପୁଡ଼ା ଖାଇଥିବା ମାମଲେଦାର ତୁରନ୍ତ ଲଜ ଭିତରକୁ ଚାଲି ଯାଇଥିଲେ। ତେବେ ସେ ଲଜର ପାହଚ ନିକଟକୁ ଯାଉଥିବା ବେଳେ ହଠାତ୍‌ ଚେତା ହରାଇ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ କାରଣ ଜାଣିବା ପାଇଁ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ମାମଲେଦାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରିଥିଲା। ଏହାପରେ ମାମଲେଦାରଙ୍କ ଲଜ ନିକଟରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଅଭିଯୁକ୍ତ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି।

Karnataka Goa