Advertisment

ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂହଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ପତ୍ନୀଙ୍କ ମୃତ୍ୟୁ

ମାନବେନ୍ଦ୍ର, ତାଙ୍କ ପୁଅ ଓ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି।

author-image
Jitendra Garnayak
Manavendra Singh

Manavendra Singh

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଯଶବନ୍ତ ସିଂହଙ୍କ ବୋହୂ ତଥା ପୂର୍ବତନ କଂଗ୍ରେସ ସାଂସଦ ମାନବେନ୍ଦ୍ର ସିଂହଙ୍କ ପତ୍ନୀ ଚିତ୍ରା ସିଂହଙ୍କର ଆଜି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ରାଜସ୍ଥାନର ଅଲୱରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ମାନବେନ୍ଦ୍ର ମଧ୍ୟ ଆହତ ହୋଇଛନ୍ତି। 

Advertisment

ମାନବେନ୍ଦ୍ର ସିଂହ (୫୯), ତାଙ୍କ ପତ୍ନୀ ଚିତ୍ରା ସିଂହ, ପୁଅ ହମିର ସିଂହ (୨୫) ଓ ସେମାନଙ୍କ ଡ୍ରାଇଭର କାର୍ ଯୋଗେ ଦିଲ୍ଲୀରୁ ଜୟପୁର ଅଭିମୁଖେ ଯାଉଥିଲେ। ମାନବେନ୍ଦ୍ର କାର୍ ଚଲାଉଥିଲେ। ପାଖ ସିଟ୍‌ରେ ତାଙ୍କ ପତ୍ନୀ ବସିଥିଲେ। ପଛ ସିଟ୍‌ରେ ମାନବେନ୍ଦ୍ରଙ୍କ ପୁଅ ଓ ଡ୍ରାଇଭର ବସିଥିଲେ। 

ସେମାନେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେର ଯାଉଥିବା ବେଳେ ହଠାତ୍ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ ମାନବେନ୍ଦ୍ର ସିଂହ। ଭାରସାମ୍ୟ ହରାଇବା ପରେ କାର୍‌ଟି ଯାଇ ରାସ୍ତା ପାର୍ଶ୍ୱରେ ଥିବା ସୁରକ୍ଷା ବାଡ଼ରେ ଜୋରରେ ପିଟି ହୋଇଥିଲା।    

Advertisment

ମାନବେନ୍ଦ୍ର, ତାଙ୍କ ପୁଅ ଓ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାନବେନ୍ଦ୍ର ଓ ତାଙ୍କ ପୁଅଙ୍କୁ ଅଲୱରର ଏକ ଡାକ୍ତରଖାନାରେ ଆଇସିୟୁରେ ରଖାଯାଇଛି। 

ମାନବେନ୍ଦ୍ର ସିଂହ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ। ସେ ବାଡମେର-ଜୈସଲମେର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ସ୍ୱର୍ଗତ ଯଶବନ୍ତ ସିଂହ ଜଣେ ତୁଙ୍ଗ ନେତା ଥିଲେ। ସେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଥିଲେ। ୨୦୨୦ରେ ତାଙ୍କର ପରଲୋକ ହୋଇଥିଲା। 

Accident Road Accident Manvendra Singh