Advertisment

ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ

ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍‌ କଡ଼ାକଡ଼ି ଯାଞ୍ଚ କରୁଛି।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀର ଦକ୍ଷିଣ ପ୍ରାନ୍ତରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ ହୋଇଛି। ବାଇକରେ ଟ୍ୟାକ୍ସି ସେବା ଯୋଗାଉଥିବା ରାପିଡୋର ଜଣେ ପୂର୍ବତନ କର୍ମଚାରୀଙ୍କୁ ପୁଲିସ୍‌ ଏହି ଘଟଣାରେ ଗିରଫ କରିଛି। ରାପିଡୋର ପୂର୍ବତନ ଡ୍ରାଇଭରଙ୍କୁ ଆଜି ସକାଳ ୯.୨୦ରେ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରୁ ଗିରଫ କରାଯାଇଛି।

Advertisment

ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍‌ କଡ଼ାକଡ଼ି ଯାଞ୍ଚ କରୁଛି। ସଂଗଠିତ ଓ ରାସ୍ତାରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ରୋକୋ-ଟୋକୋ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଦ୍ୱାରା ସନ୍ଦିଗ୍ଧଙ୍କୁ ଜେରା କରାଯାଉଛି।

ଏହିକ୍ରମରେ ଦକ୍ଷିଣ ଦିଲ୍ଲୀର ନାର୍କୋଟିକ୍ସ ସ୍କ୍ୱାଡ ଅନ୍ତଃରାଜ୍ୟ ମଦ ଚାଲାଣକାରୀ ରବି ସିଂହକୁ ଗିରଫ କରିଛି। ଦକ୍ଷିଣ ଦିଲ୍ଲୀ ଡିସିପି ଅଙ୍କିତ ଚୌହାନଙ୍କ କହିବା କଥା ସଙ୍ଗମ ବିହାରରେ ବେଆଇନ ମଦ କାରବାର ଚାଲିଥିବା ଖବର ପ୍ରଥମେ ତାଙ୍କ ଟିମକୁ ମିଳିଥିଲା। ଏହାପରେ ଟିମ ସଙ୍ଗମ ବିହାରରେ ଯୋଜନାବଦ୍ଧ ଭାବେ ଅପେକ୍ଷା କରି ରହିଥିଲା।

Advertisment

ଆଜି ସକାଳ ପ୍ରାୟ ୯.୨୦ରେ ନମ୍ବର ପ୍ଲେଟ ନଥିବା ଗୋଟିଏ ସ୍କୁଟିରୁ ୩ ଜଣ କିଛି ପେଟି କାଢ଼ୁଥିବା ପୁଲିସ୍‌ ନଜରକୁ ଆସିଥିଲା। ପୁଲିସ୍‌ ସେଠାରେ ପହଞ୍ଚିବାରୁ ୨ ଜଣ ଖସି ପଳାଇଥିଲେ। କିନ୍ତୁ ରବି ସିଂହକୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି। ଘଟଣା ସ୍ଥଳରୁ ୩ ପେଟି ମଦ ଜବତ ହୋଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଆଉ ୫୭ଟି ପେଟି ପୁଲିସ୍‌କୁ ମିଳିଛି।

ରବି ସିଂହ ରାପିଡୋ ଡ୍ରାଇଭର ଭାବେ କାମ କରୁଥିଲା। କିନ୍ତୁ ଅଧିକ ଟଙ୍କା ପାଇବା ଆଶାରେ ସେ ହରିୟାଣାରୁ ଦିଲ୍ଲୀକୁ ମଦ ଚୋରା ଚାଲାଣ କରୁଥିଲା।

Delhi Liquor Campaign