Advertisment

ପହଲଗାମ ନରସଂହାର: ପୂର୍ବତନ ସ୍ଲିପର ସେଲ ସଦସ୍ୟ ଖୋଲିଲେ ଗୁମର

ଲସ୍କର ସହ ୫ରୁ ୬ ଜଣ ସ୍ଥାନୀୟ ଯୁବକ ଯୋଗାଯୋଗରେ ଥିଲେ। ସେମାନଙ୍କ ସହାୟତାରେ ଲସ୍କରର ଆତଙ୍କବାଦୀମାନେ ପହଲଗାମର ବୈସାରନ ଭ୍ୟାଲିରେ ଆକ୍ରମଣ କରିଥିଲେ ବୋଲି ସ୍ଲିପର ସେଲର ପୂର୍ବତନ ସଦସ୍ୟ ଜଣଙ୍କ ମତ ରଖିଛନ୍ତି।

Terrorist

Terrorist

Advertisment

ଆତଙ୍କବାଦୀ ସଂଗଠନର ସ୍ଲିପର ସେଲରେ ଏକଦା କାମ କରୁଥିବା ଜଣେ ଯୁବକ ପହଲଗାମ ନରସଂହାର ସମ୍ପର୍କରେ ବଡ଼ କଥା କହିଛନ୍ତି। ସ୍ଥନୀୟ ଓଭର ଗ୍ରାଉଣ୍ଡ ୱାର୍କର୍ସଙ୍କ ବିନା ପହଲଗାମ ନରସଂହାର ସମ୍ଭବ ନୁହେଁ ବୋଲି ଯୁବକ ଜଣଙ୍କ କହିଛନ୍ତି। ଲସ୍କର ସହ ୫ରୁ ୬ ଜଣ ସ୍ଥାନୀୟ ଯୁବକ ଯୋଗାଯୋଗରେ ଥିଲେ। ସେମାନଙ୍କ ସହାୟତାରେ ଲସ୍କରର ଆତଙ୍କବାଦୀମାନେ ପହଲଗାମର ବୈସାରନ ଭ୍ୟାଲିରେ ଆକ୍ରମଣ କରିଥିଲେ ବୋଲି ସ୍ଲିପର ସେଲର ପୂର୍ବତନ ସଦସ୍ୟ ଜଣଙ୍କ ମତ ରଖିଛନ୍ତି।

Advertisment

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସେ ନିଜର ପରିଚୟ ଗୋପନ ରଖି କହିଛନ୍ତି ଯେ ପହଲଗାମ ନରସଂହାର ମାସକ ଆଗରୁ ସ୍ଲିପର ସେଲ ସଦସ୍ୟମାନଙ୍କ ସହ ସମ୍ଭବତଃ ଯୋଗାଯୋଗରେ ଥିଲେ। ବୈସାରନ ଭ୍ୟାଲି ଭଳି ପର୍ଯ୍ୟଟନ ସ୍ଥଳରେ ଆକ୍ରମଣ ପୂର୍ବରୁ ସବୁ କିଛି ଭଲ ଭାବେ ଯୋଜନା ହୋଇଥିଲା ବୋଲି ସେ କହିଛନ୍ତି।

ଯୁବକ ଜଣଙ୍କ କହିଛନ୍ତି, “ଯଦି ମୋତେ ଶ୍ରୀନଗରରେ ଆକ୍ରମଣ କରିବାର ଅଛି, ତା’ହେଲେ ମୁଁ ଅନ୍ଧ ଭାବେ ସେଠାକୁ ଯିବି ନାହିଁ। ତେଣୁ ପହଲଗାମ ନରସଂହାର ବିନା ସ୍ଲିପର ସେଲ ସଦସ୍ୟଙ୍କ ବିନା ସମ୍ଭବ ନୁହେଁ। ବିନା ସହଯୋଗରେ ମୁଁ କେମିତି ଜାଣିବି ସେଠାରେ କେତେ ଜଣ ସୁରକ୍ଷାକର୍ମୀ ରହିଛନ୍ତି? ଗୋଟିଏ ହମଲା ପୂର୍ବରୁ ମୋତେ ଉକ୍ତ ଅଞ୍ଚଳର ରେକି କରିବାର ଆବଶ୍ୟକ ରହିଛି।

Advertisment

ଏପରି ସ୍ଥିତିରେ ସ୍ଲିପର ସେଲ ପକ୍ଷରୁ ହିଁ ସବୁ ତଥ୍ୟ ଦିଆଯାଏ। ମୋ ମତରେ ୫ରୁ ୬ ଜଣ ସ୍ଲିପର ସେଲ ସଦସ୍ୟ ଆତଙ୍କବାଦୀଙ୍କ ସହ ପହଲଗାମ ଆକ୍ରମଣ ବେଳେ କାମ କରିଥିଲେ। ସେମାନେ ନିଶ୍ଚିତ ଭାବେ ଘଟଣା ସ୍ଥଳ ସମ୍ପର୍କରେ ସବୁ ତଥ୍ୟ ଦେଇଥିବେ। ସେମାନେ ମାସେ କାଳ ଯୋଗାଯୋଗରେ ରହିବା ସହ ଆକ୍ରମଣ ପୂର୍ବରୁ ସବୁ ଯୋଜନା କରିଥିବେ।”

କଶ୍ମୀରରେ ଜନ୍ମିତ ଏହି ଯୁବକ ଜଣଙ୍କ ଦୁଇ ବର୍ଷ ଜେଲରେ ରହିଥିଲେ। ଏବେ ସେ ମୁଖ୍ୟସ୍ରୋତକୁ ଫେରି ସାରିଛନ୍ତି। ସେ କହିଛନ୍ତି, ସ୍ଲିପର ସେଲର କାମ ହେଲା ଆର୍ମି ଗତିବିଧି ସମ୍ପର୍କରେ ଗୁପ୍ତ ତଥ୍ୟ ଦେବା। ସେହିପରି ଆତଙ୍କବାଦୀଙ୍କ ଖାଦ୍ୟ, ରହିବାକୁ ସ୍ଥାନ ଓ ଅନ୍ୟ ଜରୁରି ଆବଶ୍ୟକତା ଯୋଗାଇ ଦେବା।

ଏପ୍ରିଲ ୨୨ରେ ୨ ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କବାଦୀ ବୈସାନର ଭ୍ୟାଲିରେ ହମଲା କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ହମଲା ପାଇଁ ଦି ରେଜିଷ୍ଟାନ୍ସ ଫୋର୍ସ ନିଜକୁ ଦାୟୀ କରିଥିଲା। ଟିଆରଏଫ ହେଉଛି ଲସ୍କର-ଇ-ତାଏବାର ସହଯୋଗୀ ତଥା ଚ୍ଛାୟା ସଂଗଠନ। ଜାତୀୟ ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି ଯେ ଲସ୍କରର ଟପ କମାଣ୍ଡର ଫାରୁକ ଅହମଦ ଆକ୍ରମଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଆତଙ୍କୀ ସ୍ଲିପର ସେଲର ଭୂମିକା

ଯୁବକ ଜଣଙ୍କ କହିବା କଥା ଯେ ସେ ୨ରୁ ୪ ବର୍ଷ ଧରି ଆତଙ୍କବାଦୀଙ୍କ ସହ କାମ କରିଛନ୍ତି। ସେ କହିଛନ୍ତି, “ମୁଁ ଆତଙ୍କବାଦୀଙ୍କୁ ଅନେକ ସହଯୋଗ କରିଛି। ବିଭିନ୍ନ ଜିନିଷ ଯୋଗାଇ ଦେଇଛି ଓ ରାତିରେ ବିଭିନ୍ନ ସ୍ଥାନକୁ ଯାଇଛି। ମୋ ଦ୍ୱାରା ଅନେକ ଆକ୍ରମଣ କରାଯାଇଥିଲା। କିନ୍ତୁ ଗୋଟିଏ ଗ୍ରେନେଡ ହମଲା ବେଳେ ମୁଁ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲି। ଜେଲରେ ମୋତେ ଅଢ଼େଇ ବର୍ଷ ରହିବାକୁ ପଡ଼ିଥିଲା। ମୁଁ ଜଣେ ନାବାଳକ ଥିବାରୁ ଜେଲରୁ ବାହାରି ପାରିଥିଲି। ଯଦି ମୁଁ ନାବାଳକ ହୋଇ ନଥାଆନ୍ତି, ତା’ହେଲେ ଏଠି ଛିଡ଼ା ହେବାକୁ ସକ୍ଷମ ହୋଇ ନଥାଆନ୍ତି।”

ସ୍ଲିପର ସେଲର ପୂର୍ବତନ ସଦସ୍ୟ ଜଣଙ୍କ ଖୁଲାସା କରିଛନ୍ତି ଯେ ସେ ଜଣେ ଆତଙ୍କବାଦୀ ଦ୍ୱାରା ନିଯୁକ୍ତି ପାଇଥିଲେ। ଯୁବକ ଜଣଙ୍କ କହିଛନ୍ତି, “୨୦୧୫ରେ ମୋତେ ଜଣେ ଆତଙ୍କବାଦୀ ଫେସବୁକରେ ମେସେଜ କରିଥିଲେ। ସେତେବେଳେ ଫେସବୁକ ଓ ହ୍ୱାଟସଆପ ଭଳି ଆପ୍‌କୁ ଭଲ ଭାବେ ଯାଞ୍ଚ କରାଯାଉ ନଥିଲା। ମୋତେ ଆତଙ୍କବାଦୀ ଜଣକ ମେସେଜ କରି ବିବିଏମ ଆପ୍‌ ଡାଉନ ଲୋଡ କରିବାକୁ କହିଥିଲା।” ବିବିଏମ ଏମିତି ଏକ ଆପ୍‌ ଯାହା ଦ୍ୱାରା ଭିଡିଓ ଓ ଭଏସ କଲ ବିନା ଟ୍ରାକରେ କରାଯାଇ ପାରିବ।

Terror Attack Jammu Kashmir Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe