ପାରିବାରିକ ବିବାଦର କରୁଣ ପରିଣତି। ଆତ୍ମହତ୍ୟା କରିଦେଲେ ଜଣେ ଉଚ୍ଚଶିକ୍ଷିତା ମହିଳା। ଘଟଣାଟି କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁର।
ମୃତ ମହିଳାଙ୍କ ନାଁ ସୁଷମା। ସେ ଜଣେ ସଫ୍ଟୱେର ଇଞ୍ଜିନିୟର। ପୂର୍ବରୁ ସେ ଏକ ବଡ଼ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ। ୫ ବର୍ଷ ତଳେ ସେ ପୁନୀତ କୁମାରଙ୍କୁ ବାହା ହୋଇଥିଲେ। ସେମାନଙ୍କର ଏକ ୪ ବର୍ଷର ପୁଅ ଅଛି।
ପୁଲିସର ସୂଚନା ଅନୁଯାୟୀ, ବିବାହ ପରଠାରୁ ଛୋଟ ଛୋଟ କଥାକୁ ନେଇ ସୁଷମା ଓ ପୁନୀତିଙ୍କ ଘରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା। ବିଶେଷ କରି ସୁଷମା ଓ ତାଙ୍କ ଶାଶୂ କଳ୍ପନାଙ୍କ ମଧ୍ୟରେ ଭଲ ସଂପର୍କ ନଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ହେଉଥିଲା।
ସୋମବାର ଦିନ ସୁଷମା ଓ କଳ୍ପନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରୋଷେଇକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ତା’ପରେ ମଙ୍ଗଳବାର (ଗତକାଲି) ସୁଷମା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୁଷମାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଝିଅକୁ କଳ୍ପନା ରୋଷେଇ କରିବାକୁ ଅନୁମତି ଦେଉ ନଥିଲେ। ସେ ବିଭିନ୍ନ ପ୍ରସଙ୍ଗ ଉଠାଇ ସବୁବେଳେ ସୁଷମାଙ୍କୁ ଗାଳି କରୁଥିଲେ। ନିର୍ଯାତନା ସହି ନପାରି ସୁଷମା ଏମିତି ଏକ ପଦକ୍ଷେପ ନେଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ସୁଷମାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
ସୁଷମାଙ୍କ ବାପ ଘର ଲୋକେ ଥାନାରେ ଏତଲା ଦେଇଛନ୍ତି। ସ୍ୱାମୀ ପୁନୀତ କୁମାର ମଧ୍ୟ ଯୌତୁକ ପାଇଁ ସୁଷମାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସେଥିରେ ଉଲ୍ଲେଖ ରହିଛି। ଏହି ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ପୁନୀତ କୁମାରଙ୍କୁ ଗିରଫ କରିଛି।
ସୁଷମାଙ୍କ ମୃତ୍ୟୁ ପରେ ଫେରାର ହୋଇଯାଇଛନ୍ତି। ତାଙ୍କ ଶାଶୂ କଳ୍ପନା। ପୁଲିସ ତାଙ୍କୁ ଖୋଜୁଛି। ତାଙ୍କୁ ବି ଗିରଫ କରାଯିବ ବୋଲି ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/04/couple-2026-03-04-11-14-09.jpg)