Advertisment

Son Died: ପରକୀୟା ପ୍ରୀତିରେ ମାତିଛନ୍ତି ବାପା-ପତ୍ନୀ: ଚର୍ଚ୍ଚାରେ ପୂର୍ବତନ ଡିଜିପିଙ୍କ ମୃତ ପୁଅର ଭିଡିଓ

ଅକିଲ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ ରାଜିଆ ସୁଲତାନା ଓ ଭଉଣୀ ମଧ୍ୟ ତାଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରର ଅଂଶବିଶେଷ। ସେମାନେ ମୋତେ ଜେଲ ପଠାଇବାକୁ କିମ୍ବା ମାରି ଦେବାକୁ ଯୋଜନା କରିଛନ୍ତି।

author-image
Hemant Lenka
sultana

ମୁସ୍ତାଫା, ଅକିଲ ଓ ସୁଲତାନା(ଫାଇଲ ଫଟୋ)

୩୩ ବର୍ଷୀୟ ପୁଅର ମୃତଦେହ ରହସ୍ୟଜନକ ଅବସ୍ଥାରେ ମିଳିବା ପରେ ହତ୍ୟା ମାମଲାରେ ଫସିଛନ୍ତି ବାପା ଓ ମା’। ମୃତ ୩୩ ବର୍ଷୀୟ ବ୍ୟକ୍ତିଙ୍କ ମା’ ପଞ୍ଜାବ(Punjab)ର ପୂର୍ବତନ ମନ୍ତ୍ରୀ। ସେହିପରି ବାପା ହେଉଛନ୍ତି ରାଜ୍ୟର ପୂର୍ବତନ ପୁଲିସ୍‌ ମୁଖିଆ। 

Advertisment

୩୩ ବର୍ଷୀୟ ଅକିଲ ଅଖତରଙ୍କ ମୃତଦେହ ଗତ ଗୁରୁବାର ମିଳିଥିଲା। ଏବେ ତଦନ୍ତରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଅକିଲଙ୍କ ବାପା ଓ ପତ୍ନୀଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ରହିଥିବା ଭଳି ଘଟଣା ସମ୍ପର୍କରେ ପୁଲିସ୍‌ ସୁରାକ ପାଇଛି।

ଅକିଲ ହେଉଛନ୍ତି ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫା ଓ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ରାଜିଆ ସୁଲାତାନାଙ୍କ ପୁଅ। ଗୁରୁବାର ଅକିଲଙ୍କୁ ପଞ୍ଚକୁଲା ସ୍ଥିତ ବାସଭବନରୁ ଅଚେତ ଅବସ୍ଥାରେ ଠାବ କରାଯାଇଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପରିବାର ଲୋକଙ୍କ କହିବା କଥା ଯେ ଅକିଲ ମାନସିକ ଅବସାଦରେ ଥିଲେ ଓ ଔଷଧର ଓଭର ଡୋଜ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ୍‌ ପ୍ରାଥମିକ ତଦନ୍ତରୁ ମଧ୍ୟ କିଛି ମେଡିସିନ ଖାଇବା ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟା ତାଙ୍କ ଜୀବନ ନେଇଥିବା ଆକଳନ କରିଥିଲା। 

କିନ୍ତୁ ତଦନ୍ତ ବେଳେ ଅକିଲ ରେକର୍ଡ କରିଥିବା ଭିଡିଓ ଓ ଜଣେ ପାରିବାରିକ ବନ୍ଧୁଙ୍କ ବୟାନ ପୂରା ତଦନ୍ତରେ ମୋଡ଼ ବଦଳାଇ ଦେଇଛି। ଅଗଷ୍ଟ ମାସରେ ଅକିଲ ରେକର୍ଡ କରିଥିବା ଗୋଟିଏ ଭିଡିଓରେ ତାଙ୍କ ବାପା ଓ ପତ୍ନୀଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ମୋ ପତ୍ନୀଙ୍କ ପ୍ରେମ ସମ୍ପର୍କ ମୋ ବାପାଙ୍କ ସହ ଚାଲିଥିବା ମୁଁ ଜାଣିବାକୁ ପାଇଛି। ମୁଁ ବହୁତ ମାନସିକ ଚାପରେ ରହିଛି। କ’ଣ କରିବି କିଛି ଜାଣିପାରୁନି। ମୁଁ ସବୁଦିନ ଅନୁଭବ କରୁଛି ଯେ ସେମାନେ ମୋତେ ମିଛ ମାମଲାରେ ଫସାଇ ଦେବେ।” 

ଅକିଲ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ ରାଜିଆ ସୁଲତାନା ଓ ଭଉଣୀ ମଧ୍ୟ ତାଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରର ଅଂଶବିଶେଷ। ସେମାନେ ମୋତେ ଜେଲ ପଠାଇବାକୁ କିମ୍ବା ମାରି ଦେବାକୁ ଯୋଜନା କରିଛନ୍ତି। ୩୩ ବର୍ଷୀୟ ଅକିଲ ଭିଡିଓରେ କହିଛନ୍ତି ଯେ “ବାହାଘର ପୂର୍ବରୁ ମୋ ବାପା ସମ୍ଭବତଃ ମୋ ପତ୍ନୀଙ୍କୁ ଜାଣିଥିଲା। ବାହାଘରର ପ୍ରଥମ ରାତିରେ ମୋ ପତ୍ନୀ ମୋତେ ଛୁଇଁବାକୁ ଦେଇ ନଥିଲେ। ସେ ମୋତେ ବାହା ହୋଇ ନାହାନ୍ତି। ସେ ମୋ ବାପାଙ୍କୁ ବାହା ହୋଇଛନ୍ତି।

ମୁଁ ଯେତେବେଳେ କୌଣସି ବୈଧ ଯୁକ୍ତି କରେ, ସେମାନଙ୍କ କଥାବାର୍ତ୍ତା ତୁରନ୍ତ ବଦଳି ଯାଏ। ସେମାନେ ପ୍ରସଙ୍ଗ ବଦଳାଇ ଦିଅନ୍ତି। ନିଜ କଥାର ପ୍ରଚାର ପ୍ରସାର କରନ୍ତି।  ମୁଁ ପୂର୍ବରୁ ରିହାବରେ ଥିଲି। ମୁଁ ପୂରା ସୁସ୍ଥ। ମୋତେ ବେଆଇନ ଭାବେ ବନ୍ଦୀ କରି ରଖାଯାଇଥିଲେ। ମୁଁ ଆଦୌ ନିଶାସକ୍ତ ନଥିଲି। ଯଦି ମୁଁ ମାନସିକ ସ୍ତରରେ ସୁସ୍ଥ ନାହିଁ, ତା’ହେଲେ ସେମାନେ ମୋତେ ଡାକ୍ତର ପାଖକୁ ନେବା କଥା। ହେଲେ ସେମାନେ ସେମିତି କରି ନଥିଲେ।

ମୁଁ ବହୁତ ଚିନ୍ତାରେ ସବୁ ବେଳେ ରହୁଛି। ମୁଁ ଜାଣିପାରୁନି କ’ଣ କରିବି? କ’ଣ ପ୍ରଥମେ ମୋତେ ଓକିଲାତି ପରୀକ୍ଷା ଦେବାକୁ ପଡ଼ିବ ଓ ଏହାପରେ ମୁଁ ସୁରକ୍ଷା ପାଇଁ ଆବେଦନ କରିବି? ପରିବାର ଲୋକମାନେ ମୋ ଠାରୁ ମୋ ଟଙ୍କା ମଧ୍ୟ ନେଇ ଯାଇଛନ୍ତି।

ସେମାନେ ମୋତେ ପାଗଳ କହି ନିଜର ଛବିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। ଯଦି ମୁଁ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେବି, ତା’ହେଲେ ସେମାନେ ମୋତେ ଦୁଷ୍କର୍ମ କିମ୍ବା ହତ୍ୟା ମାମଲାରେ ଫସାଇ ଦେବେ ବୋଲି କହିଛନ୍ତି। କେହି ଦୟା କରି ମୋତେ ସାହାଯ୍ୟ କରନ୍ତୁ। କେହି ଦୟା କରି ମୋତେ ରକ୍ଷା କରନ୍ତୁ। ମୋ ଝିଅ ମୋର କି ନୁହେଁ, ସେକଥା ବି ମୁଁ ଜାଣିନି।” 

ତେବେ ଆଉ ଏକ ଭିଡିଓରେ ଅକିଲ କଥା ବଦାଳାଇ ଦେଇଛନ୍ତି। ସେ ପରିବାର ଲୋକଙ୍କ ବିରୋଧରେ ଆଣିଥିବା ସବୁ ଅଭିଯୋଗ ମାନସିକ ଅସୁସ୍ଥତା କାରଣରୁ କରିଥିଲେ ବୋଲି ସଫେଇ ଦେଇଛନ୍ତି। ତେବେ ଏପରି କହିବା ବେଳେ ତାଙ୍କ ମୁହଁ ଦେଖାଯାଉନାହିଁ। ସେ କେବଳ ବ୍ୟାକଗ୍ରାଉଣ୍ଡରେ ନିଜ ଅଭିଯୋଗରେ ସତ୍ୟତା ନଥିବା କହୁଛନ୍ତି।

ତେବେ କିଛି ସମୟ ପରେ ତାଙ୍କ ମୁହଁ ହଠାତ ଦେଖାଯାଉଛି। ମୁହଁ ଦେଖାଯିବା ପରେ ଅକିଲ କହୁଛନ୍ତି ଯେ “ସେମାନେ କ’ଣ ମୋତେ ମାରିଦେବ? ସେମାନେ ସମସ୍ତେ ବିଶ୍ୱାସ ଘାତକ।” 

ପୂରା ଘଟଣାରେ ଆସିଥିବା ଟ୍ୱିଷ୍ଟ ଓ ଟର୍ଣ୍ଣ ସମ୍ପର୍କରେ ଡିସିପି ସୃଷ୍ଟି ଗୁପ୍ତା କହିଛନ୍ତି ଯେ “ଅକିଲଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ର ଥିବା ପ୍ରଥମେ ଜଣାପଡ଼ି ନଥିଲା। କିନ୍ତୁ ମୃତ୍ୟୁରେ ପରିବାର ଲୋକଙ୍କ ହାତ ଥିବା ଗୋଟିଏ ଅଭିଯୋଗ ଆସିଛି। ଅକିଲ ଅଖତରଙ୍କ ସୋଶାଲ ମିଡିଆ ପୋଷ୍ଟ, କିଛି ଭିଡିଓ, କିଛି ଫଟୋ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଏହାକୁ ଆଧାର କରି ଏଫଆଇଆର ହୋଇଛି।” 

ଅଭିଯୋଗକାରୀଙ୍କ ସମ୍ପର୍କରେ ପ୍ରଶ୍ନରେ ବରିଷ୍ଠ ପୁଲିସ୍‌ ଅଧିକାରୀ ଜଣଙ୍କ କହିଛନ୍ତି ଯେ ପରିବାର ସହ ଘନିଷ୍ଠ ସମ୍ପର୍କ ରଖିବା ଶାମସୁଦ୍ଦିନ ହିଁ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। ଅକିଲଙ୍କ ଭିଡିଓର ବି ଯାଞ୍ଚ ହେଉଛି। ମହମ୍ମଦ ମୁସ୍ତାଫା ଓ ରାଜିଆ ସୁଲତାନା, ଅକିଲଙ୍କ ପତ୍ନୀ  ଓ ଭଉଣୀଙ୍କ ବିରୋଧୀ ତଦନ୍ତ(Crime) ପାଇଁ ଏସଆଇଟି ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। 

ରାଜିଆ ସୁଲାତାନା ହେଉଛନ୍ତି ମାଲେରକୋଟଲାର ପୂର୍ବତନ ବିଧାୟକ। ସେ ୨୦୧୭ରୁ ୨୦୨୨ ଯାଏ କଂଗ୍ରେସ ଶାସନରେ ମନ୍ତ୍ରୀ ଥିଲେ। ୨୦୨୨ରେ ସୁଲତାନାଙ୍କୁ ନିର୍ବାଚନରେ ହାରିବାକୁ ପଡ଼ିଥିଲା। 

Crime Punjab