Advertisment

କପି ଯୋଗାଉଥିବା ରାକେଟର ପର୍ଦ୍ଦାଫାସ କଲା ବେନାମୀ ଚିଠି; ୧୨ ବନ୍ଧା ହେଲେ,୧୮ ଲକ୍ଷ ଜବତ

ବେନାମୀ ଚିଠି ପହଞ୍ଚାଇଦେଲା ଅଭିଯୁକ୍ତଙ୍କ ନିକଟରେ। ପୁଲିସ୍‌ ହାତରେ ଧରା ପଡ଼ିଲା କପି ଯୋଗାଉଥିବା ଏକ ବଡ଼ ରାକେଟ୍‌ । ଏହି ରାକେଟର ୧୨ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଜବତ କରି ୧୮ଲକ୍ଷ ଟଙ୍କା ।

Arrest

Arrest

Advertisment

ବେନାମୀ ଚିଠି ପହଞ୍ଚାଇଦେଲା ଅଭିଯୁକ୍ତଙ୍କ ନିକଟରେ। ପୁଲିସ୍‌ ହାତରେ ଧରା ପଡ଼ିଲା କପି ଯୋଗାଉଥିବା ଏକ ବଡ଼ ରାକେଟ୍‌ । ଏହି ରାକେଟର ୧୨ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଜବତ କରି ୧୮ଲକ୍ଷ ଟଙ୍କା । ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି ।

Advertisment

ଆଜମଗଡ଼ ଜିଲ୍ଲାରେ ଚାଲିଥିଲା DElEd (Diploma in Elementary Education.)ର ତୃତୀୟ ସେମିଷ୍ଟାର ପରୀକ୍ଷା । ଉକ୍ତ ପରୀକ୍ଷାରେ ମୋଟା ଅଙ୍କର ଅର୍ଥ ବଦଳରେ ଛାତ୍ରଛାତ୍ରୀଙ୍କୁ ପ୍ରବଳ କପି ଯୋଗାଇ ଦିଆଯାଉଥିବା ନେଇ ପୁଲିସ୍‌କୁ ପ୍ରାୟ ୫ ଦିନ ପୂର୍ବେ ଏକ ବେନାମୀ ଚିଠି ମିଳିଥିଲା। ଉକ୍ତ ଚିଠି ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଏକ ରାକେଟର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି। ଉକ୍ତ ଚିଠି ଆଧାରରେ ଚଢ଼ାଉ ନିମନ୍ତେ ସମ୍ପୂର୍ଣ୍ଣ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

ପୁଲିସ୍‌କୁ ସୂଚନା ମିଳିଥିଲା ରାଜେନ୍ଦ୍ର ସ୍ମାରକ ଇଣ୍ଟର କଲେଜ଼ରେ DElEdର ତୃତୀୟ ସେମିଷ୍ଟାର ପରୀକ୍ଷା ହେଉଥିଲା। ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ବହୁଳ ମାତ୍ରାରେ କପି ଯୋଗାଇ ଦିଆଯାଉଥିବା ପୁଲିସକୁ ସୂଚନା ମିଳିବା ପରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ଏଥିନିମନ୍ତେ ଛାତ୍ରଛାତ୍ରୀଙ୍କଠରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥିବା ସୂଚନା ମିଳିଥିଲା।

Advertisment

ପୁଲିସ୍‌ ଟିମ୍‌ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ କରି ଯାହା ଦେଖିଲା ଆଖି ଖୋସି ହୋଇଗଲା। କାରଣ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କପି କରିବାରେ ମାତିଥିଲେ।

ଏହାପରେ ପୁଲିସ୍‌ କଲେଜର ପ୍ରିନ୍ସିପାଲଙ୍କୁ ପଚରାଉଚରା କରିବା ସହ ତାଙ୍କ କାର୍‌କୁ ଛାନଭିନ କରିଥିଲା। ସେଠାରୁ ବହୁ ପରିମାଣର ଟଙ୍କା ମିଳିଥିଲା। ଏହାପରେ ତାଙ୍କଠୁ ମିଳିଥିବା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ସମୁଦାୟ ୧୨ ଜଣଙ୍କୁ ଗିରଫ କରାଯିବା ସହ ୧୮ ଲକ୍ଷ ୧୮ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ସ୍କୁଲ ମ୍ୟାନେଜମେଣ୍ଟ କର୍ମଚାରୀ ବି ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି।

ଏନେଇ ସ୍ଥାନୀୟ ଏସ୍‌ପି ହେମରାଜ ମୀନା କହିଛନ୍ତି, ଏହା ପୂର୍ବରୁ ୮ ଓ ୧୦ ଅଗଷ୍ଟରେ ହୋଇଥିବା ଫାଷ୍ଟ ସେମିଷ୍ଟାର ପରୀକ୍ଷାରେ କପି ହେଉଥିବା ନେଇ ସୂଚନା ପାଇଥିଲୁ। ମାତ୍ର ଠୋସ୍‌ ପ୍ରମାଣ ଅଭାବରୁ ଚଢ଼ାଉ କରି ନ ଥିଲୁ। ଏହାପରେ ତୃତୀୟ ସେମିଷ୍ଟାର ପରୀକ୍ଷାରେ କପି ହେଉଥିବା ଖବର ପାଇ ଚଢ଼ାଉ କରିଛୁ। ଏଥିରେ କେବଳ ସ୍କୁଲ ମ୍ୟାନେଜମେଣ୍ଟ ନୁହେଁ,ବହୁ କର୍ମଚାରୀ ଓ ଅନ୍ୟ ଲୋକ ବି ସାମିଲ ଥିବା ଜଣାଯାଇଛି। ଏହି ମାମଲାରେ ସମୁଦାୟ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଚାଲିଛି। ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କହିଛନ୍ତି ଏସ୍‌ପି।

Uttar Pradesh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe