Advertisment

ChatGPTରେ ପରୀକ୍ଷାର୍ଥୀଙ୍କୁ ମିଳୁଛି କପି; ବ୍ୟବହାର ଜାଣି ସବୁ ତାଜୁବ

କିଛି ଦିନ ପୂର୍ବେ ତେଲେଙ୍ଗାନାରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ପରୀକ୍ଷା ଓ ଡିଭିଜନାଲ ଆକାଉଣ୍ଟ ଅଫିସର ପରୀକ୍ଷା ଥିବା ବେଳେ ଏହାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ପୁଲା ରମେଶ ଏହି ଲିକ୍‌ ପ୍ରଶ୍ନପତ୍ର ହାତେଇବାରେ ସକ୍ଷମ ହୋଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Exam

Exam

ପରୀକ୍ଷାରେ କପି ଯୋଗାଇବାକୁ ବ୍ୟବହାର ହେଲାଣି AI ଜ୍ଞାନ କୌଶଳ। ଏହି ଜ୍ଞାନକୌଶଳ ବ୍ୟବହାର କରି ତେଲେଙ୍ଗାନାର ଷ୍ଟେଟ ପବ୍ଲିକ ସର୍ଭିସ୍‌ କମିଶନ ପରୀକ୍ଷାରେ କପି ଯୋଗାଉଥିବା ଜଣେ ଅଭିଯୁକ୍ତକୁ ଧରିଛି ଏସ୍‌ଆଇଟି ।  ଅଭିଯୁକ୍ତଜଣକ AI ଜ୍ଞାନ କୌଶଳରେ ନିର୍ମିତ ChatGPT ଆପ୍‌ ବ୍ୟବହାର କରି ଏହି କପି ଯୋଗାଇବାକୁ ସକ୍ଷମ ହୋଇଛି। ଅଭିଯୁକ୍ତଜଣକ ତେଲେଙ୍ଗାନାର ନର୍ଥ ପାୱାର ଡିଷ୍ଟ୍ରୁବ୍ୟୁଶନ କମ୍ପାନୀରେ କାର୍ଯ୍ୟରତ ଇଞ୍ଜିନିୟର ପୁଲା ରମେଶ ବୋଲି ଜଣାଯାଇଛି।

Advertisment

କିଛି ଦିନ ପୂର୍ବେ ତେଲେଙ୍ଗାନାରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ପରୀକ୍ଷା ଓ ଡିଭିଜନାଲ ଆକାଉଣ୍ଟ ଅଫିସର ପରୀକ୍ଷା ଥିବା ବେଳେ ଏହାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ପୁଲା ରମେଶ ଏହି ଲିକ୍‌ ପ୍ରଶ୍ନପତ୍ର ହାତେଇବାରେ ସକ୍ଷମ ହୋଇଥିଲେ।

ଏହାପରେ ସେ ଉକ୍ତ ପ୍ରଶ୍ନପତ୍ରର ଉତ୍ତର ସଂଗ୍ରହ କରି ChatGPT ଆପ୍‌ ଜରିଆରେ ହଲ୍‌ରେ ଥିବା ପରୀକ୍ଷାର୍ଥୀଙ୍କ ପାଖକୁ ପଠାଇବାରେ ସକ୍ଷମ ହୋଇଥିଲେ। ପରୀକ୍ଷାର୍ଥୀମାନେ ହଲ୍‌ରେ ଥିବା ବେଳେ ଇଅର-ବର୍ଡସ୍‌ ବ୍ୟବହାର କରି ଅନାୟାସରେ ଉତ୍ତର ପାଇପାରିଥିଲେ। ହେଲେ ପରୀକ୍ଷା ହଲ୍‌ରେ ଥିବା ଶିକ୍ଷକଙ୍କ ସମେତ କେହି ବି ଏହାର ଟେର ପାଇପାରି ନ ଥିଲେ।

Advertisment

ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ୍‌ ପୁଲା ରମେଶଙ୍କୁ ନାମକ ଜଣେ ଇଞ୍ଜିନିୟରଙ୍କୁ ପଚରାଉଚରା କରିବାରୁ ଏହି ସତ ପଦାକୁ ଆସିଛି। ରମେଶ ୭ ପରିକ୍ଷାର୍ଥୀଙ୍କୁ କପି ଯୋଗାଇ ୪୦ ଲକ୍ଷ ରୋଜଗାର କରିଥିବା ସ୍ୱୀକାର କରିଛନ୍ତି ।

ରମେଶଠାରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ୍‌ ମଧ୍ୟରେ ସେ ପ୍ରଶ୍ନପତ୍ର ହାତେଇବାରେ ସକ୍ଷମ ହୋଇଥିଲା। ଏହାପରେ ସେ ChatGPTରେ ତାହାର ଉତ୍ତର ଲେଖି ଟଙ୍କା ଦେଇଥିବା ପିଲାଙ୍କ ନିକଟକୁ ପଠାଇଥିଲେ।

ଏହା ପୂର୍ବରୁ ମାର୍ଚ୍ଚ ୫ରେ ହୋଇଥିବା ଏକ ପରୀକ୍ଷାରେ ମଧ୍ୟ ରମେଶ କପି ଦେଇଥିବା ସ୍ୱୀକାର କରିଥିବା ବେଳେ ଏଥିନିମନ୍ତେ ChatGPT ବ୍ୟବହାର ହୋଇ ନ ଥିବା ଜଣାଯାଇଛି।

ପ୍ରଶ୍ନପତ୍ର ଲିକ୍‌ କରି ସାଂଘାତିକ କାମରେ ନିୟୋଜିତ ଥିବା ରମେଶ ଏଥିରୁ ଭଲ ଅର୍ଥ ରୋଜଗାର କରୁଥିବା ଜଣାଯାଇଛି। ଏହା ପୂର୍ବରୁ ରମେଶ ଏକ ପରୀକ୍ଷାର ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ସଂଗ୍ରହ କରି ୩୦ ଛାତ୍ରଙ୍କୁ ବିକିଥିଲା। ଏଥିନିମନ୍ତେ ସେ ମୁଣ୍ଡ ପିଛା ୨୫ରୁ ୩୦ ଲକ୍ଷ ଆଦାୟ କରିଥିଲା।  

ପରୀକ୍ଷା ହଲ୍‌ରେ ପିଲାଙ୍କ ମଧ୍ୟରେ ଅସାଧୁ ଉପାୟରେ ଅଧିକ ମାର୍କ ରଖିବା ନିମନ୍ତେ ଏବେ ChatGPTଟକୁ ବହୁଳ ଭାବେ ବ୍ୟବହାର କରାଯାଉଥିବା ଜଣାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

AI ଜ୍ଞାନ କୌଶଳକୁ ନେଇ ଏବେ ସମଗ୍ର ବିଶ୍ୱରେ ଆଗ୍ରହ ଦେଖାଦେଇଥିବା ବେଳେ ଏହାର ବ୍ୟବହାର ଖୁବ୍‌ ସରଳ ରହିଛି। ଫଳରେ ଏଥିପ୍ରତି ଯୁବବର୍ଗ ଆକୃଷ୍ଟ ହୋଇ ପଡ଼ୁଥିବା ବେଳେ ଏହାର ବହୁଳ ଭାବେ ଦୁରପଯୋଗ କରାଯାଉଛି। ଏହାକୁ ମୁଖ୍ୟତଃ ବର୍ତ୍ତମାନ ପରୀକ୍ଷାରେ କପି ଯୋଗାଇବାକୁ ବ୍ୟବହାର କରାଯାଉଛି।

ଜୀବନର ମାନ ବୃଦ୍ଧି କରିବାରେ AI ଜ୍ଞାନ କୌଶଳକୁ ସଠିକ ବୋଲି ବିବେଚନା କରାଯାଉଥିବା ବେଳେ ଏହାର ଦୁରୁପଯୋଗକୁ ରୋକିବା ପାଇଁ ଏଥିରେ ସାମାନ୍ୟ ବିରାମ ଲଗାଇବେ ବୋଲି ଘୋଷଣା କରିଛନ୍ତି ଟେସଲା ମୁଖ୍ୟ ଏଲନ ମସ୍କ ।

Telengana