ବେଙ୍ଗାଲୁରୁର କୁଣ୍ଡଲହଲ୍ଲୀରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବୋମା ବିସ୍ଫୋରଣ ଘଟି ୯ ଜଣ ଆହତ ହୋଇଛନ୍ତି।
ପ୍ରଥମେ ବିସ୍ଫୋରଣ କାରଣ ଜଣାପଡ଼ି ନଥିଲେ। ପରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସ୍ପଷ୍ଟ କରିଥିଲେ ଯେ ବୋମା ଫାଟିବା ଯୋଗୁ ଏହି ବିସ୍ଫୋରଣ ଘଟିଥିଲା।
ଏନ୍ଆଇଏର ଏକ ଟିମ୍ ସହିତ ବୋମା ନିଷ୍କ୍ରିୟକାରୀ ଦଳ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏହା ବୋମା ବିସ୍ଫୋରଣ ବୋଲି ଜଣାପଡ଼ିଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ ବିସ୍ଫୋରଣରେ ଆଇଇଡି ବ୍ୟବହାର କରାଯାଇଥିଲା।
Also Read
ରାମେଶ୍ୱରମ କାଫେରେ ବୋମା ବିସ୍ଫୋରଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷରେ କିଏ ଏହି କାର୍ଯ୍ୟ କରିଛି ଓ ଏହା ପଛରେ କ’ଣ ଉଦ୍ଦେଶ୍ୟ ଥିଲା, ତାହା ଜଣାପଡ଼ିନାହିଁ। ତଦନ୍ତ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବ୍ରୁକ୍ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ବିପଦ ମୁକ୍ତ ଥିବା କର୍ଣ୍ଣାଟକା ପୁଲିସ୍ ମୁଖ୍ୟ ଆଲୋକ ମୋହନ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ପହଲଗାମ ନରସଂହାର ଭାରତ ପାଇଁ ‘ଅକ୍ଟୋବର ୭’!
୨୦୦୦ ମସିହା ମାର୍ଚ୍ଚ ୨୦ରେ କଶ୍ମୀରର ଚିତିସିଂହପୋରା ଗାଁରେ ରହୁଥିବା ନିରୀହ ଲୋକଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଭାରତ ଆସିବା ସମୟରେ ଏପରି ଆକ୍ରମଣ ହୋଇଥିଲା।

National
କେମିତି ଆତଙ୍କୀ ହମଲା ବେଳେ ୪ ପର୍ଯ୍ୟଟକ ପରିବାରକୁ ବଞ୍ଚାଇଲେ ନଜାକତ ଅଲୀ?
ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇଥିବେ ବେଳେ କଶ୍ମୀରର ଜଣେ କପଡ଼ା ବ୍ୟବସାୟୀ ନଜାକତ ଅଲୀଙ୍କ ପାଇଁ ୪ ପର୍ଯ୍ୟଟକ ପରିବାରର ୧୧ ଜଣଙ୍କ ଜୀବନ ବଞ୍ଚି ଯାଇଛି।

National
ପହଲଗାମ ହମଲା ପଛରେ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?
ହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଲସ୍କର କମାଣ୍ଡର ସୈଫୁଲ୍ଲା କସୁରୀ। ସେହିପରି ଟିଆରଏଫ ପକ୍ଷରୁ ପହଲଗାମରେ ହୋଇଥିବା ନରସଂହାରର ନେତୃତ୍ୱ ଆସିଫ ଫୌଜି ନେଇଥିଲା।

National
ଏହି ନରରାକ୍ଷସମାନେ ମିନି ସ୍ୱିଜରଲ୍ୟାଣ୍ଡକୁ କରିଛନ୍ତି ରକ୍ତରଞ୍ଜିତ, ମାଷ୍ଟରମାଇଣ୍ଡ କିଏ?
ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍ଥାନୀୟ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଜୋରଦାର ଅପରେସନ ଆରମ୍ଭ ହୋଇଛି।

National
ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଆତଙ୍କବାଦୀଙ୍କ ସହ ଶେଷ ଯାଏ ଲଢ଼ିଥିଲେ ସୟିଦ ଆଦିଲ ହୁସେନ ଶାହ
ହୁସେନ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ରୋଜଗାର ଉପରେ ବୁଢ଼ା ବାପା ମା’, ପତ୍ନୀ ଓ ପିଲାମାନେ ନିର୍ଭର କରୁଥିଲେ।