Advertisment

ରାମେଶ୍ୱରମ କାଫେରେ ‍ବିସ୍ଫୋରଣ

ଆହତଙ୍କ ମଧ୍ୟରେ ୩ ଜଣ କାଫେର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଗ୍ରାହକ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Cafe

Cafe

Advertisment

ବେଙ୍ଗାଲୁରୁର କୁଣ୍ଡଲହଲ୍ଲୀରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବୋମା ବିସ୍ଫୋରଣ ଘଟି ୯ ଜଣ ଆହତ ହୋଇଛନ୍ତି। 

Advertisment

ପ୍ରଥମେ ବିସ୍ଫୋରଣ କାରଣ ଜଣାପଡ଼ି ନଥିଲେ। ପରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସ୍ପଷ୍ଟ କରିଥିଲେ ଯେ ବୋମା ଫାଟିବା ଯୋଗୁ ଏହି ବିସ୍ଫୋରଣ ଘଟିଥିଲା। 

ଏନ୍‌ଆଇଏର ଏକ ଟିମ୍ ସହିତ ବୋମା ନିଷ୍କ୍ରିୟକାରୀ ଦଳ ଓ ଫରେନ୍‌ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏହା ବୋମା ବିସ୍ଫୋରଣ ବୋଲି ଜଣାପଡ଼ିଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ ବିସ୍ଫୋରଣରେ ଆଇଇଡି ବ୍ୟବହାର କରାଯାଇଥିଲା। 

Advertisment

ରାମେଶ୍ୱରମ କାଫେରେ ବୋମା ବିସ୍ଫୋରଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷରେ କିଏ ଏହି କାର୍ଯ୍ୟ କରିଛି ଓ ଏହା ପଛରେ କ’ଣ ଉଦ୍ଦେଶ୍ୟ ଥିଲା, ତାହା ଜଣାପଡ଼ିନାହିଁ। ତଦନ୍ତ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।   

ଏହି ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବ୍ରୁକ୍‌ଫିଲ୍‌ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ବିପଦ ମୁକ୍ତ ଥିବା କର୍ଣ୍ଣାଟକା ପୁଲିସ୍ ମୁଖ୍ୟ ଆଲୋକ ମୋହନ କହିଛନ୍ତି। 

Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe